ସୁଶାନ୍ତଙ୍କ ମୃତ୍ୟୁ ମାମଲାର ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ: ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା, ବେକରେ ଛୁଞ୍ଚି ଦାଗ ଥିଲା

Advertisment
ସୁଶାନ୍ତଙ୍କ ମୃତ୍ୟୁ ମାମଲାର ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ: ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା, ବେକରେ ଛୁଞ୍ଚି ଦାଗ ଥିଲା

BBC

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି। ସୁଶାନ୍ତଙ୍କ ମୃତ୍ୟୁ ପରର ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଏବେ ସଭିଙ୍କୁ ଚକିତ କରିଛି। ସ୍ୱର୍ଗତ ଅଭିନେତାଙ୍କ ମୃତଦେହକୁ ଡାକ୍ତରଖାନା ନେଇ ଯାଇଥିବା ସାକ୍ଷୀ ଜଣକ କହନ୍ତି କି ଡାକ୍ତରମାନେ କଥା ହଉଥିବାର ସେ ଶୁଣିଛନ୍ତି ଯେ ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କର ହତ୍ୟା କରାଯାଇଛି। ସେ ନିଜର ବୟାନ ଦେଇ କହିଛନ୍ତି ଡାକ୍ତରମାନେ ସୁଶାନ୍ତଙ୍କ ମୃତଦେହ ଦେଖି ପରସ୍ପର ସହ କଥା ହେବା ବେଳେ ମୁଁ ଏପରି ଶୁଣିଥିଲି।

publive-image
Zee News

ପ୍ରତ୍ୟେକ୍ଷଦର୍ଶୀ ଜଣକ ଆହୁରି ବି ଅଭିଯୋଗ ଆଣି କହିଛନ୍ତି କି ‘ଯଦି କେହି ଆତ୍ମହତ୍ୟା କରନ୍ତି ତେବେ ତାଙ୍କର ଜିଭ ବାହାରକୁ ଆସିବା ସହ ପରିସ୍ରା ନିର୍ଗତ ହୋଇଥାଏ, କିନ୍ତୁ ସୁଶାନ୍ତଙ୍କ କ୍ଷେତ୍ରରେ ସେପରି କିଛି ଦେଖିବାକୁ ମିଳି ନଥିଲା।  ତାଙ୍କ ଶରୀର ସଂପୂର୍ଣ୍ଣ ଶୁଖିଲା ଥିଲା। ଯଦି ଆପଣ ଅଧିକ ସୂଚନା ଚାହୁଁଛନ୍ତି, ତେବେ ପୁଲିସ୍‌ ଅଧିକାରୀଙ୍କୁ ଏ ବିଷୟରେ ପଚାରି ପାରନ୍ତି। ସେମାନେ ଯାହା ଦେଖିଛନ୍ତି ତାହା କହିପାରିବେ। ମୁଁ ଯାହା ଦେଖିଲି ସେ ବିଷୟରେ ମୁଁ ଆପଣଙ୍କୁ ସତ କହୁଛି। ମୁଁ ଡାକ୍ତରଙ୍କ ନାମ ଜାଣି ନାହିଁ, କିନ୍ତୁ ମୁଁ ସେମାନଙ୍କ କଥା ଶୁଣୁଥିଲି। ସେମାନେ କ୍ରମାଗତ ଭାବରେ କହୁଥିଲେ ଯେ ଏହା ଏକ ହତ୍ୟା ମାମଲା ବୋଲି’’।

ପ୍ରତ୍ୟେକ୍ଷଦର୍ଶୀ ଆହୁରି ବି ବୟାନ ଦେଇ କହିଛନ୍ତି କି ସୁଶାନ୍ତଙ୍କ ଗୋଡ଼ର ହାଡ଼ ଭାଙ୍ଗି ଯାଇଥିଲା। କ‌ାରଣ ତାଙ୍କର ଗୋଟିଏ ଗୋଡ଼ ମୋଟା ଏବଂ ଅନ୍ୟଟି ପତଳା ଥିଲା। ସେ କ’ଣ ଆଗରୁ ଶାରୀରିକ ଅକ୍ଷମ ଥିଲେ? ନା..କେବେ ନୁହେଁ। ତାଙ୍କ ବେକରେ ଛୁଞ୍ଚି  ଫୋଡ଼ା ହୋଇଥିବା ଭଳି  ଚିହ୍ନ ବି ଦେଖିବାକୁ ମିିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe