ଦ୍ବିତୀୟଥର ମା’ ହେବାକୁ ଯାଉଛନ୍ତି ସୋନମ; କପୁର ପରିବାରରେ ରହିଛି ଖୁସିର ମହଲ

ସୋନମ ଦ୍ବିତୀୟଥର ମା’ ହେବାକୁ ନେଇ କୌଣସି ପ୍ରକାର ପ୍ରତିକ୍ରିୟା ଦେଇ ନଥିବା ବେଳେ ଖୁବଶୀଘ୍ର ସେ ଏହି ଖୁସି ଖବରକୁ ଅଧିକାରିକ ଭାବେ ଘୋଷଣା କରିବେ ବୋଲି କୁହାଯାଉଛି।

7e69e6a4-f158-4cf3-b216-e21210d1e221

ମୁମ୍ବାଇ: ସୋନମ କପୁର ଏବଂ ତାଙ୍କ ସ୍ୱାମୀ ଆନନ୍ଦ ଆହୁଜା ବଲିଉଡର ଆଦରଣୀୟ ଦମ୍ପତି ଭାବେ ବେଶ ଜଣାଶୁଣା। ଏହି ଯୋଡ଼ି ୨୦୨୨ରେ ପୁତ୍ର ସନ୍ତାନ ବାୟୁକୁ ସ୍ୱାଗତ କରିଥିଲେ। 

ଅଭିନେତା ଅନିଲ କପୁରଙ୍କ କନ୍ୟା ତଥା ଅଭିନେତ୍ରୀ ସୋନମ କପୁର ଦ୍ବିତୀୟଥର ଗର୍ଭବତୀ ଥିବା ନେଇ ଏକ ଖବର ସୋସିଆଲ ମିଡିଆ ସହିତ ବିଭିନ୍ନ ଗଣମାଧ୍ୟମରେ ଘୁରି ବୁଲୁଛି। ସୋନମ ଦ୍ବିତୀୟଥର ମା’ ହେବାକୁ ନେଇ କୌଣସି ପ୍ରକାର ପ୍ରତିକ୍ରିୟା ଦେଇ ନଥିବା ବେଳେ ଖୁବଶୀଘ୍ର ସେ ଏହି ଖୁସି ଖବରକୁ ଅଧିକାରିକ ଭାବେ ଘୋଷଣା କରିବେ ବୋଲି କୁହାଯାଉଛି।

ସୋନମ କପୁର ବର୍ଷବର୍ଷ ଧରି ଆନନ୍ଦ ଆହୁଜାଙ୍କୁ ଡେଟିଂ କରିବା ପରେ ୨୦୧୮ ମଇ ମାସରେ ଦୁହିଁଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିଲା। ଅଗଷ୍ଟ ୨୦୨୨ରେ ଦୁହେଁ ପୁଅ ବାୟୁକୁ ସ୍ୱାଗତ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe