ଦିନେ ଥିଲା ବିବାଦରେ ‘ଚୋଲିକେ ପିଛେ କ୍ୟା ହୈ’

ଧକ୍‌ ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତ୍‌ଙ୍କ ମନଜିଣା ହସ ଓ ନୃତ୍ୟର ନିଆରା ଅନ୍ଦାଜ୍‌ରେ ଦର୍ଶକଙ୍କୁ ମତୁଆଲା କରିଥାଏ। ଆପଣ ଜାଣନ୍ତି କି, ତାଙ୍କ ଅଭିନୀତ ଏକ ଗୀତ ଏତେ ବିବାଦୀୟ ହୋଇଥିଲା ଯେ ତାହାକୁ....

Untitled-5

ଧକ୍‌ ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତ୍‌ଙ୍କ ମନଜିଣା ହସ ଓ ନୃତ୍ୟର ନିଆରା ଅନ୍ଦାଜ୍‌ରେ ଦର୍ଶକଙ୍କୁ ମତୁଆଲା କରିଥାଏ। ଆପଣ ଜାଣନ୍ତି କି, ତାଙ୍କ ଅଭିନୀତ ଏକ ଗୀତ ଏତେ ବିବାଦୀୟ ହୋଇଥିଲା ଯେ ତାହାକୁ ଦୂରଦର୍ଶନ ଓ ଆକାଶବାଣୀରେ ବ୍ୟାନ୍‌ କରାଯାଇଥିଲା।

୧୯୯୩ରେ ମୁକ୍ତିଲାଭ କରିଥିବା ସୁପର୍‌ହିଟ୍‌ ଚଳଚ୍ଚିତ୍ର ‘ଖଳନାୟକ’ର ଗୀତ ‘ଚୋଲି କେ ପିଛେ କ୍ୟା ‌ହୈ ଚୋଲିକେ ପିଛେ...’ ଝଡ଼ ସୃଷ୍ଟି କରିଥିଲା। ସୁଭାଷ ଘାଇଙ୍କ ନିର୍ଦ୍ଦେଶିତ ‘ଖଳନାୟକ’ରେ ସଞ୍ଜୟ ଦତ୍ତ, ମାଧୁରୀ ଦୀକ୍ଷିତ୍‌ ଓ ଜ୍ୟାକି ଶ୍ରଫ୍‌ ମୁଖ୍ୟ ଭୂମିକାରେ ଥିଲେ। ସଞ୍ଜୟ ଓ ମାଧୁରୀଙ୍କ ଉପରେ ପିକ୍‌ଚରାଇଜ୍‌ ହୋଇଥିବା ଏହି ଗୀତକୁ ଅଲ୍‌କା ୟାଗ୍‌ନିକ୍‌ ଓ ଇଲା ଅରୁଣ ଗାଇଥିଲେ। ଏହି ଗୀତର ‘ଚୋଲି କେ ପିଛେ କ୍ୟା ‌ହୈ’ ଶବ୍ଦକୁ ଅନେକେ ଅଶ୍ଳୀଳ ଓ ମହିଳାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ବୋଲି ଅଭିଯୋଗ କରିଥିଲେ। ‍ବିବାଦ ଏତେ ବଢ଼ିଥିଲା ଯେ ମାମଲା କୋର୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା। ଅଭିଯୋଗକାରୀମାନେ ଦାବି କରିଥିଲେ ଯେ ସେନ୍‌ସର୍‌ ବୋର୍ଡ ଏହି ଗୀତକୁ ଚଳଚ୍ଚିତ୍ରରୁ ହଟାଇ ଦିଅନ୍ତୁ। କିନ୍ତୁ କୋର୍ଟ ଗୀତ ଆପତ୍ତିଜନକ ନୁହେଁ ବୋଲି ରାୟ ଦେଇଥିଲେ। ତଥାପି ପରିସ୍ଥିତି ଶାନ୍ତ ପଡ଼ି ନଥିଲା। ଦେଶର ଦୁଇ ପ୍ରମୁଖ ସରକାରୀ ଗଣମାଧ୍ୟମ ଦୂରଦର୍ଶନ ଓ ଆକାଶବାଣୀ ଗୀତଟିକୁ ବ୍ୟାନ୍‌ କରିଥିଲେ, ଯାହା ଫଳରେ ଏହା ଟିଭି ଓ ରେଡିଓରେ ବାଜି ନଥିଲା।

୨୦୨୪ରେ କରୀନା କପୁର୍‌, ତବୁ ଓ କୃତି ସନୋନ୍‌ଙ୍କ ଚଳଚ୍ଚିତ୍ର ‘କ୍ରୁ’ରେ ଏହି ଗୀତକୁ ଚଳଚ୍ଚିତ୍ରର ପୃଷ୍ଠଭୂମି ସଂଗୀତ ଭାବେ ବ୍ୟବହାର କରାଯାଇଛି। ଏହାକୁ ଦର୍ଶକମାନେ ଖୁବ୍‌ ପସନ୍ଦ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe