ଜାକଲିନଙ୍କ ପାଇଁ ଧର୍ମା ପ୍ରଡକ୍ସନର ୭୦%ଅଂଶଧନ କିଣିବାକୁ ଚାହୁଛନ୍ତି ସୁକେଶ !

ମହାଠକ ସୁକେଶ ଚନ୍ଦ୍ରଶେଖର ଏବେ ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ପ୍ରଡକ୍ସନ୍ ହାଉସର ଅଂଶଧନ କିଣିବାକୁ ଆଗ୍ରହ ଦେଖାଇଛି। ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡିଜଙ୍କ ପାଇଁ ସେ ଏଭଳି କରିବାକୁ ଚାହୁଥିବା କହିଛି।

karan

ମୁମ୍ବାଇ: ଜେ‌ଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଏବେ ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ପ୍ରଡକ୍ସନ୍ ହାଉସର ଅଂଶଧନ କିଣିବାକୁ ଆଗ୍ରହ ଦେଖାଇଛି। ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡିଜଙ୍କ ପାଇଁ ସେ ଏଭଳି କରିବାକୁ ଚାହୁଥିବା କହିଛି। ଏନେଇ ମହାଠକ, ନିର୍ମାତା କରଣ ଜୋହରଙ୍କୁ ଏକ ଖୋଲା ଚିଠି ଲେଖିଛି। ସେ ଧର୍ମା ପ୍ରଡକ୍ସନ୍ସରେ ୫୦-୭୦ ପ୍ରତିଶତ ଅଂଶଧନ କିଣିବାକୁ ଚାହୁଥିବା ନେଇ ଚିଠିରେ କରଣ ଜୋହରଙ୍କୁ ଜଣାଇଥିବା ସାମ୍ନାକୁ ଆସିଛି।

ସୁକେଶ ଚନ୍ଦ୍ରଶେଖର ଚିଠିରେ ଲେଖିଛି ଯେ, "ଧର୍ମା ପ୍ରଡକ୍ସନ୍ ସହିତ ମିଳିତ ଭାବେ କାମ କରିବାକୁ ଏବଂ ଏହାକୁ ନୂତନ ଉଚ୍ଚତାକୁ ନେବାକୁ ଚାହୁଁଛି। ମୁଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ବଡ ବିନିଯୋଗ କରିବାକୁ ଚାହୁଁଥିବା ବେଳେ ଧର୍ମା ପ୍ରଡକ୍ସନ୍ସ ଏକ ଭଲ ସୁଯୋଗ ।" ଏହା ବ୍ୟତୀତ ସୁକେଶ ଚନ୍ଦ୍ରଶେଖର କରଣ ଜୋହରଙ୍କୁ ପ୍ରଶଂସା କରିବା ସହ ତାଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରିଛି।

ସେ ଚିଠିରେ ଲେଖିଛି ଯେ, 'ମୁଁ ଧର୍ମା ପ୍ରଡକ୍ସନ୍ସର ୫୦ରୁ ୭୦ପ୍ରତିଶତ ଅଂଶଧନ କିଣିବାକୁ ଚାହୁଁଛି। ଦୟାକରି ମୋତେ କୁହନ୍ତୁ ଆପଣ କେତେ ଟଙ୍କାରେ ମୋତେ ଅଂଶଧନ ଦେବେ | ମୁଁ ପ୍ରତିଶୃତି ଦେଉଛି ମୁଁ ଜମା ବି ଟଙ୍କା କାଟିବାକୁ କହିବି ନାହିଁ। ଆମେ ୪୮ଘଣ୍ଟା ମଧ୍ୟରେ ଏହି ଡିଲ୍ ପୂରା କରିଦେବା |'

ସୂଚନା ମୁତାବକ, କରଣ ଜୋହର ଏବେ ଧର୍ମା ପାଇଁ ନିବେଶକ ଖୋଜୁଥିବା ବେଳେ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାୱାଲା ଧର୍ମାର ୫୦ପ୍ରତିଶତ ଅଂଶଧନ କିଣିଥିବା ନେଇ ଖବର ଆସିଥିଲା। ଅଦାରଙ୍କ ପରେ ଏବେ ସୁକେଶ ଅଂଶଧନ କିଣିବାକୁ ଇଚ୍ଛା ପ୍ରକାଶ କରିଛି। ସୁକେଶ ଜଣାଇଛି ଯେ, ତାଙ୍କ ପ୍ରେମିକା ତଥା ଅଭିନେତ୍ରୀ ଜାକଲିନ, କରଣଙ୍କୁ ବହୁତ ସମ୍ମାନ କରନ୍ତି। ଏଥିପାଇଁ ସେ ଅଂଶଧନ କିଣିବାକୁ ଅଧିକ ଇଚ୍ଛୁକ । ତେବେ ସୁକେଶଙ୍କ ଏଭଳି ଅଫର ଉପରେ କରଣ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe