ଜନ୍ମଦିନର ୨ଦିନ ପୂର୍ବରୁ ଲୋକପ୍ରିୟ 'କଣ୍ଟେଣ୍ଟ କ୍ରିଏଟର' ମିଶା ଅଗ୍ରୱାଲଙ୍କ ମୃତ୍ୟୁ

Advertisment

ପୁଣି ଆସିଲା ଦୁଃଖଦ ଖବର। ସାରା ଦେଶ ଏବେ ପହଲଗାମ୍ ଆକ୍ରମଣକୁ ନେଇ ଶୋକପ୍ରକାଶ କରୁଥିବା ବେଳେ ଲୋକପ୍ରିୟ କଣ୍ଟେଣ୍ଟ କ୍ରିଏଟର ମିଶା ଅଗ୍ରୱାଲଙ୍କ ମୃତ୍ୟୁ ଖବର ଆସିଛି।

ପୁଣି ଆସିଲା ଦୁଃଖଦ ଖବର। ସାରା ଦେଶ ଏବେ ପହଲଗାମ୍ ଆକ୍ରମଣକୁ ନେଇ ଶୋକପ୍ରକାଶ କରୁଥିବା ବେଳେ ଲୋକପ୍ରିୟ କଣ୍ଟେଣ୍ଟ କ୍ରିଏଟର ମିଶା ଅଗ୍ରୱାଲଙ୍କ ମୃତ୍ୟୁ ଖବର ଆସିଛି।

qwe

ନୂଆଦିଲ୍ଲୀ: ପୁଣି ଆସିଲା ଦୁଃଖଦ ଖବର। ସାରା ଦେଶ ଏବେ ପହଲଗାମ୍ ଆକ୍ରମଣକୁ ନେଇ ଶୋକପ୍ରକାଶ କରୁଥିବା ବେଳେ ଲୋକପ୍ରିୟ କଣ୍ଟେଣ୍ଟ କ୍ରିଏଟର ମିଶା ଅଗ୍ରୱାଲଙ୍କ ମୃତ୍ୟୁ ଖବର ଆସିଛି। ଏପ୍ରିଲ ୨୬ ଅର୍ଥାତ୍ ଆଜି ତାଙ୍କର ଜନ୍ମଦିନ ଥିବା ବେଳେ ଏପ୍ରିଲ୍ ୨୪ରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ପରିବାର ଲୋକ ଏବ ବିବୃତି ଜାରି ଏହି ଖବର ଦେଇଛନ୍ତି। ତେବେ କିଭଳି ତାଙ୍କର ମୃତ୍ୟୁ ହେଲା ତାହା ସାମ୍ନାକୁ ଆସିନାହିଁ।

ମିଶାଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ, "ଦୁଃଖର ସହିତ ମିଶା ଅଗ୍ରୱାଲଙ୍କ ପରଲୋକର ହୃଦୟ ବିଦାରକ ଖବର ଆମେ ଆପଣଙ୍କୁ ଦେଉଛୁ। ତାଙ୍କୁ ଏବଂ ତାଙ୍କ କାମକୁ ଦେଖାଇଥିବା ଭଲପାଇବା ଏବଂ ସମର୍ଥନ ପାଇଁ ଆପଣ ସମସ୍ତଙ୍କୁ ଧନ୍ୟବାଦ। ଆମେ ଏବେ ବି ଏହି ବଡ଼ କ୍ଷତି ସହିବାକୁ ଚେଷ୍ଟା କରୁଛୁ। ଦୟାକରି ତାଙ୍କ ଆତ୍ମାର ସଦ୍‌ଗତି ପାଇଁ କାମନା କରନ୍ତୁ। ତାଙ୍କ ପାଇଁ ପ୍ରାର୍ଥନ କରୁଛୁ।"

ମିଶାଙ୍କ ଭଉଣୀ ମୁକ୍ତା କହିଛନ୍ତି ଯେ, "ବନ୍ଧୁମାନେ, ଦୟାକରି ଭାଙ୍ଗିପଡ଼ନ୍ତୁ ନାହିଁ। ଆପଣମାନେ ଏହି ଖବର ଜାଣିବା ଉଚିତ, ସେଥିପାଇଁ ଆମେ ଏବେ ଏହା ବିଷୟରେ ଜଣାଇଲୁ। କିପରି ଏବଂ କାହିଁକି ତାଙ୍କର ମୃତ୍ୟୁ ହେଲା ତାହା ବ୍ୟାଖ୍ୟା କରିବାର ସ୍ଥିତିରେ ଆମେ ବର୍ତ୍ତମାନ ନାହୁଁ। ଦୟାକରି ନିଜର ଯତ୍ନ ନିଅନ୍ତୁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe