ଓଡ଼ିଆ ନିର୍ଦ୍ଦେଶକଙ୍କ ହିନ୍ଦୀ ୱେବ୍ ସିରିଜ୍‌ ‘ଝୋଲାଛାପ’

Advertisment
ଓଡ଼ିଆ ନିର୍ଦ୍ଦେଶକଙ୍କ ହିନ୍ଦୀ ୱେବ୍ ସିରିଜ୍‌ ‘ଝୋଲାଛାପ’

ଓଡ଼ିଶାର କାହାଣୀରୁ ପ୍ରେରଣା ପାଇ ବଲିଉଡ୍ କଳାକାରଙ୍କୁ ନେଇ ହିନ୍ଦୀ ୱେବ୍ ସିରିଜ୍ ‘ଝୋଲାଛାପ’ ନିର୍ମାଣ କରିଛନ୍ତି ଜାତୀୟ ପୁରସ୍କାର ପ୍ରାପ୍ତ ଓଡ଼ିଆ ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ। ଗ୍ରାମାଞ୍ଚଳ ସ୍ବାସ୍ଥ୍ୟସେବାର ଜଟିଳ ଚିତ୍ରକୁ ଏହା ମାଧ୍ୟମରେ ସେ ଦୃଶ୍ୟାୟିତ କରିଛନ୍ତି। କୋଭିଡ୍ ସଂକ୍ରମଣ ସମୟରେ ଏହି ରୋଗ ଓ ଚିକିତ୍ସା ପ୍ରକ୍ରିୟାକୁ ନେଇ ଘଟିଥିବା କିଛି ବାସ୍ତବ ଘଟଣା ଉପରେ ଏହା ଆଧାରିତ। ଏହାର କାହାଣୀର ରଚନା ଓ ନିର୍ଦ୍ଦେଶନା ଦେଇଛନ୍ତି ଜ୍ୟୋତିପ୍ରକାଶ।

ବିଶେଷ କରି କ୍ବାକ୍‌ମାନଙ୍କର ପ୍ରାଦୁର୍ଭାବର ଚିତ୍ର ରହିଥିବା ବେଳେ ସରକାରୀ ଡାକ୍ତରଖାନାରେ ରହିଥିବା ଚ୍ୟାଲେଞ୍ଜକୁ କେମିତି ଜଣେ ରୋଗୀ ଚାହିଲେ ବଦଳାଇ ଦେଇପାରିବ, ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତି କେମିତି ଲୋକଙ୍କର ଆସ୍ଥା ଫେରାଯାଇପାରିବ, ଏହାର ନିଚ୍ଛକ ଚିତ୍ରୋତ୍ତୋଳନ କରାଯାଇଛି। ପିଲାଦିନେ ଜ୍ୟୋତିପ୍ରକାଶ ଦେଖିଥିବା ଜନ୍ମସ୍ଥାନ ବଲାଙ୍ଗୀର ଜିଲ୍ଲା ବାଦିମୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଶେଖରଲାଲ ପ୍ରଧାନ କରିଥିବା ପରିବର୍ତ୍ତନର ଉଦ୍ୟମର ସକାରାତ୍ମକ କାହାଣୀକୁ ଉକ୍ତ ୱେବ୍ ସିରିଜ୍‌ରେ କିୟଦଂଶ ସ୍ଥାନିତ କରିଛନ୍ତି। ଯାହା କିଛିଦିନ ତଳେ ସମ୍ବାଦରେ ପ୍ରକାଶିତ ହେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରଶଂସିତ ହେଇଥିଲା।

ବଲିଉଡ୍ କଳାକାର ଚିତ୍ତରଂଜନ ତ୍ରିପାଠୀ, ମେହେକ ମନୱାନୀ, ମୁସ୍ତାକ ଖାଁଙ୍କୁ ନେଇ ନିର୍ମିତ ଏହି ୱେବ୍ ସିରିଜ୍ ଦର୍ଶକଙ୍କ ମନରେ ଉତ୍କଣ୍ଠା ସୃଷ୍ଟି କରିବ ବୋଲି ଏହାର ନିର୍ଦ୍ଦେଶକ ଆଶାବାଦୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe