ନାରୀ ନିର୍ଯାତନାକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’ ଏବେ ପ୍ରେକ୍ଷାଳୟରେ

Advertisment
ନାରୀ ନିର୍ଯାତନାକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’ ଏବେ ପ୍ରେକ୍ଷାଳୟରେ

ପୁଣି ମୁଖ୍ୟସ୍ରୋତକୁ ଫେରିବ କି ଓଡ଼ିଆ ଚଳଚ୍ଚିତ୍ର? ଓଡ଼ିଆ ଚଳଚ୍ଚିତ୍ର ଦେଖିବାକୁ ପ୍ରେକ୍ଷାଳୟକୁ ଆସିବେ କି ଓଡ଼ିଆ ଦର୍ଶକ? ଏମିତି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜାଚାଲିଛି। ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପୂର୍ବରୁ ଓଡ଼ିଆ ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’ର ଏକ ପ୍ରେସ ସୋ’ ଭୁବନେଶ୍ବରରେ ଆୟୋଜିତ ହୋଇଥିଲା। ସିନେ କ୍ରିଟିକ୍‌, ସିନେ ପ୍ରେମୀ ଏବଂ ସିନେ ସାମ୍ବାଦିକଙ୍କ ଗହଣରେ ଏହି ସୋ’ ଅନୁଷ୍ଠିତ ହୋଇଥିଲା। ଅକ୍ଷୟ ପରିଜା ପ୍ରଡକ୍ସନ୍‌ ନିବେଦିତ ଏହି ଚଳଚ୍ଚିତ୍ର ମୁକ୍ତିଲାଭ ପୂର୍ବରୁ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ବିପ୍ଳବ ଆଣିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ ସିନେମାର ପ୍ରଯୋଜକ ଓ ନିର୍ଦ୍ଦେଶକ।

ଚଳଚ୍ଚିତ୍ରଟି ଓଡ଼ିଆ ଦର୍ଶକଙ୍କୁ ପ୍ରେକ୍ଷାଳୟମୁହାଁ କରିବ ବୋଲି ପ୍ର‌େଯାଜନା ସଂସ୍ଥା ଆଶାବାଦୀ। ସିନେମା ଦେଖିବା ପରେ ସିନେ ସମୀକ୍ଷକମାନେ ଚଳଚ୍ଚିତ୍ରକୁ ଫାଇଭ୍ ଷ୍ଟାର୍ ମାନ୍ୟତା ଦେବା ସହ ସବୁଦିଗରୁ ସିନେମାଟି ଉନ୍ନତମାନର ହୋଇଛି ବୋଲି ମତବ୍ୟକ୍ତ କରିଥିଲେ। ସେମାନେ ଚଳଚ୍ଚିିତ୍ରର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଶୈଳୀକୁ ପ୍ରଶଂସା କରିଥିଲେ। ପ୍ରଥମଥର ପାଇଁ ଅଭିନୟ କରିଥିଲେ ମଧ୍ୟ ଅଭିନେତ୍ରୀ ଲିଜା ନାୟକଙ୍କ ଅଭିନୟରେ ସେମାନେ ମନ୍ତ୍ରମୁଗ୍ଧ ହୋଇଥିଲେ। ସେହିଭଳି ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ କ୍ରାଇମବ୍ରାଞ୍ଚ ପୋଲିସ ଅଫିସର ଭୂମିକା ମଧ୍ୟ ତାଙ୍କ ଜୀବନର ଏକ ମାଇଲ୍‌ଷ୍ଟୋନ୍‌ ହେବ ବୋଲି ପ୍ରକାଶ କରିଥିଲେ। ଚଳଚ୍ଚିତ୍ରରେ ଅଭିନେତା ହର ରଥଙ୍କ ଆଡ୍‌ଭୋକେଟ୍‌ ଭୂମିକା ଓ ସାହିତ୍ୟିକ ହରପ୍ରସାଦ ଦାସଙ୍କ ବିଚାରକ ଭୂମିକା ମଧ୍ୟ ଲୋକାଦୃତ ହେବ ବୋଲି ଆଶାପ୍ରକଟ କରିଥିଲେ।

publive-image

ଶହ ଶହ ବର୍ଷ ଧରି ଆମ ସମାଜରେ କିଭଳି ନାରୀମାନଙ୍କ ପ୍ରତି ନିଷ୍ଠୁର ନିର୍ଯାତନା ଚାଲିଛି ଏହି ପ୍ରସଙ୍ଗ ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’ର ବିଷୟବସ୍ତୁ ଉପରେ ଗଭୀର ରେଖାପାତ କରିଛି। ମଦ ଓ ଡ୍ରଗ୍ସ ନିଶାରେ ହିତାହିତ ଜ୍ଞାନ ହରାଇଥିବା କେତେକ ଯୁବକଙ୍କ ଦ୍ୱାରା ଜଣେ ଯୁବତୀ ଗଣଦୁଷ୍କର୍ମର ଶିକାର ହେଉଛି। ପୁଣି ପ୍ରମାଣ ନଷ୍ଟ କରିବା ପାଇଁ ପୀଡ଼ିତାଙ୍କ ସହ ତାଙ୍କ ଭାବିସ୍ୱାମୀଙ୍କୁ ମଧ୍ୟ ହତ୍ୟା କରାଗଲା। ଚାରି ଶହ ବର୍ଷ ତଳେ ଆଉ ଅନ୍ୟାନ୍ୟ କର ବା ଖଜଣା ବ୍ୟତୀତ ଶେଷରେ ‘ବ୍ରେଷ୍ଟ ଟ୍ୟାକ୍ସ’ ଲାଗୁ ହେଇଥିଲା। ପ୍ରଭାବଶାଳୀ ରାଜା ଓ ଜମିଦାରମାନେ ଏଭଳି ଏକ ଟ୍ୟାକ୍ସ ଲାଗୁ କରିଥିଲେ। ଯେଉଁମା‌େନ ଟ୍ୟ‌ାକ୍ସ ଦେଇପାରୁ ନ ଥିଲେ ସେମାନେ କୁହୁ ପରି ବ୍ରେଷ୍ଟ କାଟି ଫିଙ୍ଗି ଦେଉଥିଲେ। ଏବେ ବି ସେଇ ଧାରା ବଜାୟ ରହିଛି ଜାଣିଲେ ଚକିତ ହେବାକୁ ପଡ଼େ। ସୁନ୍ଦରୀ ବୋଲି ନିଜର ମାମଲା କୋର୍ଟରେ ପହଞ୍ଚିିବା ପରେ ମୃତା ପୀଡ଼ିତାଙ୍କ ଚରିତ୍ର ସଂହାର ଆରମ୍ଭ ହୋଇଗଲା। ତେବେ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବାର ଦାୟିତ୍ୱ ଏବେ କେବଳ ଜଣେ ମହିଳା ପୋଲିସ ଅଧିକାରୀ ଓ ଜଣେ ଲଢୁଆ ସରକାରୀ ଆଇନଜୀବୀଙ୍କ ଉପରେ ନ୍ୟସ୍ତ କରାଯାଇଥିଲା। ସୁନ୍ଦରୀ ହେବା କ’ଣ ଜଣେ ନାରୀ ପାଇଁ ଅପରାଧ? ନାରୀମାନଙ୍କ ‌େସୗନ୍ଦର୍ଯ୍ୟ ପାଇଁ ସେମାନଙ୍କୁ କ’ଣ ଦଣ୍ଡ ଦିଆଯିବ? ଏମିତି ଏକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ‘ଦୃଷ୍ଟିକୋଣ’।

ଚଳଚ୍ଚିତ୍ରଟି ସାରା ଓଡ଼ିଶାରେ ବିଭିନ୍ନ ପ୍ରେକ୍ଷାଳୟରେ ଚଳିତ ମାସ ୨୭ରେ ମୁକ୍ତିଲାଭ କରିଛି। ପରିଚିତ ଫିଲ୍ମ ନିର୍ମାତା ଅକ୍ଷୟ ପରିଜା ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ସୁଶାନ୍ତ ମଣି। ମୁଖ୍ୟ ଭୂମିକାରେ ଏଲିନା ସାମନ୍ତରାୟ, ଶୁଭଶ୍ରୀ ନାୟକ(ଲିଜା), ଅଙ୍କିତ ମହାନ୍ତି, ହର ରଥ, ଚୈଧୁରୀ ବିକାଶ ଦାସ ପ୍ରମୁଖ ଅଭିନୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe