ବାହୁଡ଼ାରେ ରିଲିଜ୍‌ ହେବ ‘ଲାଗେ ପ୍ରେମ ନଜର’, ଦେଖିବାକୁ ମିଳିବ ଅମ୍ଳାନଙ୍କ ସହ ରିୟା, ପ୍ରିୟା, ରାଗିଣୀଙ୍କ ରୋମାନ୍ସ

Advertisment
ବାହୁଡ଼ାରେ ରିଲିଜ୍‌ ହେବ ‘ଲାଗେ ପ୍ରେମ ନଜର’, ଦେଖିବାକୁ ମିଳିବ ଅମ୍ଳାନଙ୍କ ସହ ରିୟା, ପ୍ରିୟା, ରାଗିଣୀଙ୍କ ରୋମାନ୍ସ

ଏଥର ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ବାହୁଡ଼ାରେ ରିଲିଜ୍‌ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଓଡିଆ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’। ନିକଟରେ ଏହାର ମ୍ୟୁଜିକ୍‌ ରିଲିଜ୍ ହୋଇଯାଇଛି। ସିନେମାର କଳାକାର ଓ କ୍ରିଉକୁ ନେଇ ମ୍ୟୁଜିକ୍‌ ରିଲିଜ୍ ହୋଇଥିବା ବେଳେ ବାହୁଡ଼ାରେ ଏହାର ଶୁଭମୁକ୍ତି ହେବ ବୋଲି ପ୍ରଯୋଜନା ସଂସ୍ଥା ଘୋଷଣା କରିଛି।

ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ନିର୍ମିତ ଏହି ସିନେମାରେ ନାୟକ ରହିଛନ୍ତି ଅମ୍ଳାନ ଓ ତାଙ୍କ ସହ ରିୟା, ପ୍ରିୟା, ରାଗିଣୀଙ୍କ ରୋମାନ୍ସ ଦେଖିବାକୁ ମିଳିବ। ବିବାହ ପରେ ଓଲିଉଡ୍‌ରୁ ଏକପ୍ରକାର ଦୂରେଇ ଯାଇଥିବା ଚୁଲ୍‌ବୁଲି ଅଭିନେତ୍ରୀ ପ୍ରିୟା ଚୌଧୁରୀ ଏହି ସିନେମା ଜଗତକୁ ପୁଣି ଫେରିଛନ୍ତି। ସେମିତି ଅନେକ ଦିନର ବ୍ୟବଧାନ ପରେ ପରେ ଅମ୍ଳାନଙ୍କ ସହ ରିୟାଙ୍କର ପରଦାରେ ରୋମାଞ୍ଚକର ପ୍ରେମ ଦର୍ଶକ ଦେଖିବେ। ଏଇ ଚଳଚ୍ଚିତ୍ରରେ ବଙ୍ଗୀୟ ସୁନ୍ଦରୀ ରାଗିଣୀ ଅନ୍ୟତମ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ଏମାନଙ୍କ ବ୍ୟତୀତ ବବି ମିଶ୍ର, ପପି ସନ୍ତୁକା, ଅମର, ବାପି, ରିପନ, ବିନୋଦ, ଅଜୟ ପ୍ରଧାନ, ଧାରାଶ୍ରୀ ପ୍ରମୁଖ ଏଇ ଚଳଚ୍ଚିତ୍ରରେ ଭିନ୍ନ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି।

publive-image

ଏଥିରେ ଖଗେଶ୍ୱର ଶେଜପଡ଼ାଙ୍କ କାହାଣୀକୁ ଆଧାର କରି ସଂଳାପ ଲେଖିଛନ୍ତି ଚିନ୍ମୟ ଦାସପଟ୍ଟନାୟକ। ପ୍ରଯୋଜନା କରିଛନ୍ତି ବ୍ୟୋମକେଶ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଦିଲୀପ ପଣ୍ଡା। ଏହି ଚଳଚ୍ଚିତ୍ରର ଟ୍ରେଲର ଦର୍ଶକଙ୍କୁ ବିମୋହିତ କରିଛି। ଚଳଚ୍ଚିତ୍ରଟି ଦର୍ଶକମାନଙ୍କ ଦ୍ବାରା ଆଦୃତ ହେବ ବୋଲି ପ୍ରଯୋଜନା ସଂସ୍ଥାର ସିଇଓ ରୁପାଲୀ ଦ୍ବିବେଦୀ ଆଶା ପ୍ରକଟ କରିଛନ୍ତି। ଏଥିରେ ବୈଦ୍ୟନାଥ ଦାଶ ସଂଗୀତ ସଜାଇଥିବା ବେଳେ ହ୍ୟୁମାନ ସାଗର, କୁଲଦୀପ, ଗୌରବ, ଅସୀମା ପଣ୍ଡା, ଅର୍ପିତା ଚୌଧୁରୀ, ଦିପ୍ତୀରେଖା ପାଢ଼ୀ ଓ ଅନନ୍ୟା ଶ୍ରୀତମ୍‌ ନନ୍ଦ ପ୍ରମୁଖ କଣ୍ଠଦାନ କରିଛନ୍ତି।

ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’ର ଗୀତ ଓ ଭିଡିଓ ଆମର ମ୍ୟୁଜିକ ୟୁଟୁବ୍ ଚ୍ୟାନେଲ୍‌ରେ ପ୍ରସାରିତ ହୋଇ ଲୋକପ୍ରିୟତା ହାସଲ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe