ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ଇନଫ୍ଲ୍ୟୁଏନ୍ସର୍ ତଥା ବଲିଉଡ୍ ତାରକାଙ୍କ ବନ୍ଧୁ ଥିବା ଓରି ଓରହାନ୍ ଅବତ୍ରାମଣିଙ୍କ ସମେତ ୮ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ସମସ୍ତଙ୍କୁ ପୁଲିସ ହେପାଜତକୁ ନେଇ ପଚରାଉଚରା କରୁଛି।
ସୂଚନାଯୋଗ୍ୟ, ମା’ ବୈଷ୍ଣୋଦେବୀଙ୍କୁ ସମର୍ପିତ କାଟରାକୁ ଏକ ପବିତ୍ର ସ୍ଥାନ ଭାବେ ବିବେଚନା କରାଯାଏ। ତେଣୁ ଏଠାରେ ମଦ୍ୟ ଓ ମାଂସ ଭକ୍ଷଣକୁ କଡ଼ାକଡ଼ି ବିରୋଧ କରାଯାଇଛି । ଏହା ସତ୍ତ୍ବେ ବି ଓରି ମାର୍ଚ୍ଚ ୧୫ ତାରିଖରେ ତାଙ୍କ ସାଙ୍ଗମାନଙ୍କ ସହ ମିଶି କାଟରାସ୍ଥିତ ଏକ ହୋଟେଲରେ ମାଂସ ଖାଇ ମଦ ପିଇ ସାରା ରାତି ପାର୍ଟି କରିଥିଲେ ।
ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏସଏସପିଙ୍କୁ ଟ୍ୟାଗ୍ କରି ଜଣେ ବ୍ୟକ୍ତି ସୂଚିତ କରାଇଥିଲେ। ଏହାପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଥିଲା। ଏହି ମାମଲାରେ କଟରା ପୁଲିସ୍ ଷ୍ଟେସନ୍ ପକ୍ଷରୁ ଏତଲା ଜାରି କରାଯାଇଛି ।
ଓରିଙ୍କ ସହ ଦର୍ଶନ ସିଂହ , ପାର୍ଥ ରୈନା , ରିତିକ୍ ସିଂହ , ଋଷି ଦତ୍ତା , ରକ୍ଷିତା ଭୋଗଲ , ସଗୁନ୍ କୋହଲି ଏବଂ ଅନସତାସିଲା ଅର୍ଜମସ୍କିନାଙ୍କ ନାମରେ ମାଲା ରୁଜୁ କରାଯାଇ ସମସ୍ତଙ୍କୁ ହେପାଜତକୁ ନିଆଯାଇଛି।
Follow Us