ଜୀସାର୍ଥକରେ ‘ବୋହୂ ଆମର ମେଟ୍ରିକ୍‌ ଫେଲ୍‌’

Advertisment
ଜୀସାର୍ଥକରେ ‘ବୋହୂ ଆମର ମେଟ୍ରିକ୍‌ ଫେଲ୍‌’

ଜୀସାର୍ଥକରେ ଆସନ୍ତା ୧୬ ଜୁନ ରବିବାର ସନ୍ଧ୍ୟା ସାଢ଼େ ୬.୩୦ରେ ପ୍ରଦର୍ଶିତ ହେବ ଟେଲି ସିନେମା ‘ବୋହୂ ଆମର ମେଟ୍ରିକ୍‌ ଫେଲ୍।’ ଏଥିରେ ଏକ ନୂଆ ଧରଣର ତଥା ଭିନ୍ନ ସ୍ବାଦର ମୌଳିକ କାହାଣୀ ଦର୍ଶକ ଦେଖିବାକୁ ପାଇବେ। ସୋମନାଥ ସାଇନ୍ ପ୍ରଡକ୍‌ସନ୍ ହାଉସ୍ ଦ୍ୱାରା ନିର୍ମିତ ଏହି ଟେଲି ସିନେମାର ପ୍ରଯୋଜକ ହେଲେ ସୁନୀଲ କୁମାର ପଟ୍ଟନାୟକ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ। ପ୍ରିୟବ୍ରତ କାହାଣୀ ଲେଖିଥିବା ବେଳେ ସଂଗୀତ ଦେଇଛନ୍ତି ବୈଦ୍ୟନାଥ ଦାଶ। ଫିଲ୍ମରେ ଗୌରୀ ଚରିତ୍ରରେ ଅଭିନୟ କରୁଛନ୍ତି ଜଣାଶୁଣା ନାୟିକା ନିକିତା ମିଶ୍ର। ସେହିପରି ନାୟକ ଭୂମିକାରେ ଅଭିନୟ କରିଛନ୍ତି ରାକେଶ। ଅନ୍ୟାନ୍ୟ ଭୂମିକାରେ ଚୌଧୁରୀ ଜୟପ୍ରକାଶ ଦାସ, ପୁଷ୍ପା ପଣ୍ଡା, ଅନନ୍ତ ମିଶ୍ର ଓ ଧରିତ୍ରୀ ଖଣ୍ଡୁଆଳ ପ୍ରମୁଖ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe