Image Courtesy of The Quint
ନୂଆଦିଲ୍ଲୀ: ଜାନୁଆରି ୨୫ ତାରିଖ ଦିନ ‘ପଦ୍ମାବତ’ ରିଲିଜ୍ ସମ୍ବନ୍ଧରେ ମଙ୍ଗଳବାର ଦିନ ଆହ୍ଲାବାଦ ହାଇକୋର୍ଟ ସିବିଏଫ୍ସି ଅଧ୍ୟକ୍ଷ ପ୍ରସୂନ ଜୋଷୀଙ୍କୁ ଅଦାଲତ ଅବମାନନା ନୋଟିସଜ ଜାରି କରିଛନ୍ତି।
ଅଦାଲଦ ଅବମାନନା ନୋଟିସ୍ର ଜବାବ ଦାଖଲ କରିବାକୁ ଅଦାଲତର ଲକ୍ଷ୍ନୌ ଖଣ୍ଡପୀଠ ଜୋଷୀଙ୍କୁ ତିନି ସପ୍ତାହା ସମୟ ଦେଇଛନ୍ତି।
ଫେବ୍ରୁଆରି ୧୨ ତାରିଖ ଦିନ ଆରମ୍ଭ ହେଉଥିବା ସପ୍ତାହରେ ଏ ମାମଲା ବିଷୟରେ ଶୁଣାଣି ହେବାକୁ ଦିନ ଧାର୍ଯ୍ୟ କରାଯାଇଛି।
କାମ୍ତା ପ୍ରସାଦ ସିଂହଲ ଦାଏର କରିଥିବା ଏକ ଜନସ୍ୱାର୍ଥ ମାମଲା ଆଧାରରେ ଜଷ୍ଟିସ୍ ମହେନ୍ଦ୍ର ଦୟାଲ୍ଙ୍କ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି। ଚଳଚ୍ଚିତ୍ରଟି ସତୀଦାହ ପ୍ରଥାର ପ୍ରଚାର କରୁଥିବାରୁ ଏହାର ରିଲିଜ୍ ନିଷିଦ୍ଧ କରାଯାଉ ବୋଲି ସେ ପୂର୍ବରୁ ମଧ୍ୟ ଜନସ୍ୱାର୍ଥମାମଲା ଦାଏର କରିଥିଲେ। ସତୀଦାହ ପ୍ରଥା ଏକ ଅପରାଧ।
୨୦୧୭ ନଭେମ୍ବର ୯ ତାରିଖ ଦିନ ତାଙ୍କ ଜନସ୍ୱାର୍ଥ ମାମଲାର ଶୁଣାଣି କରି ତାହାକୁ ଖାରଜ କରିଥିଲେ ଅଦାଲତ। ଏଥିସହ ଅଦାଲତ ଆବେଦନକାରୀଙ୍କୁ ପରାମର୍ଶ ଦେଇ କହିଥିଲେ କି, ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ୍ ସାର୍ଟିଫିକେସନ୍ରେ ସେ ତାଙ୍କର କ୍ଷୋଭ ଉପସ୍ଥାପନ କରି ପାରିବେ।
ସେହି ଅନୁସାରେ ସେ ନଭେମ୍ବର ୧୩ ତାରିଖ ଦିନ ବୋର୍ଡର ଅଧ୍ୟକ୍ଷଙ୍କ ଆଗରେ ମାମଲା ଉପସ୍ଥାପନ କରିଥିଲେ। କିନ୍ତୁ, ଯୋଷୀ ଏ ଯାଏ ତା’ର କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ଅଦାଲତ ଦେଇଥିବା ତିନି ସପ୍ତାହ ସମୟ ମଧ୍ୟ ସରିଯାଇଛି।
ଫଳତଃ, ହାଇକୋର୍ଟ ଜୋଷୀଙ୍କୁ ଅଦାଲତ ଅବମାନନା ନୋଟିସ୍ ଦେଇଛି।
Follow Us