ବହୁ ବିବାଦ ପରେ ମୁକ୍ତିଲାଭ କଲା ‘ପଦ୍ମାବତ୍‌’: ଜାଣନ୍ତୁ ରିଲିଜ ପୂର୍ବରୁ କେତେ ଆୟ କରିଛି

ବହୁ ବିବାଦ ପରେ ମୁକ୍ତିଲାଭ କଲା ‘ପଦ୍ମାବତ୍‌’: ଜାଣନ୍ତୁ ରିଲିଜ ପୂର୍ବରୁ କେତେ ଆୟ କରିଛି

ନୂଆଦିଲ୍ଲୀ: ‘ପଦ୍ମାବତ୍‌’ ଚଳଚ୍ଚିତ୍ରକୁ ରାଜସ୍ଥାନର କର୍ଣ୍ଣି ସେନା ଆରମ୍ଭରୁ ବିରୋଧ ପ୍ରଦର୍ଶନ କରି ଚଳଚ୍ଚିତ୍ର ନିର୍ମାତା ସଞ୍ଜୟଲୀଲା ଭଂସାଲୀଙ୍କୁ ନାକେଦମ୍‌ କରି ସାରିଛି। ତେବେ ନିକଟରେ ଚଳଚ୍ଚିତ୍ର ରିଲିଜ୍‌ ପରେ ଯାହା ରୋଜଗାର ହେବ ସେଥିରୁ କିଛି ପ୍ରତିଶତ ‘ପଦ୍ମାବତ୍‌’ କବିତାର କବି ମଲ୍ଲିକ୍‌ ମୁହମ୍ମଦ ଜୟସୀଙ୍କ ଗାଁ ଲୋକ ଦାବି କରିଥିବା ଶୁଣିବାକୁ ମିଳିଥିଲା।

publive-image

ତେବେ ଅନ୍ୟପକ୍ଷରେ ‘ପଦ୍ମାବତ’ ରିଲିଜ ପୂର୍ବରୁ ବକ୍ସ ଅଫିସରେ ଭଲ ଆୟ କରିଥିବା ଖବର ଗୁରୁବାର ପ୍ରକାଶ ପାଇଛି। ଗତ ବୁଧବାର ସିନେମା ‘ପଦ୍ମାବତ୍‌’ ରିଭ୍ୟୁ ଦର୍ଶକଙ୍କୁ ଦେଖିବାକୁ ମିଳିଥିଲା। ଏହା ଜରିଆରେ ଏହି ସିନେମା ଭଲ ଆୟ କରି ପାରିଛି। ସିନେମା ୩ଡି ସ୍କ୍ରିନ୍ସ ଜରିଆରେ ପାଖାପାଖି ୪କୋଟିର ଆୟ କରିଛି। ସେହିପରି ଏକ ମାଗାଜିନ୍‌ ମୁତାବକ, ୧୫୦୦ସ୍କ୍ରିନ୍‌ରେ ରିଲିଜ ହୋଇଥିବା ‘ପଦ୍ମାବତ୍‌’ ୪.୪୫ କୋଟି ଆୟ କରିଛି।

ଉଲ୍ଲେଖଯୋଗ୍ୟ, ଦୀର୍ଘ ଦିନ ଧରି ଚଳଚ୍ଚିତ୍ରଟି ବିବାଦରେ ରହିବା ପରେ ଶେଷର ଭଂସାଲୀଙ୍କ ନିର୍ମିତ ଚଳଚ୍ଚିତ୍ରକୁ ପରଦାକୁ ଆସିବାକୁ ସୁପ୍ରିମ୍‌କୋର୍ଟ ଅନୁମତି ଦେଇଥିଲେ। ଚଳଚ୍ଚିତ୍ରଟି ଗୁରୁବାର ପ୍ରେକ୍ଷାଳୟମାନଙ୍କ ପସରା ମେଲାଇ ଥିବାର ଦେଖିବାକୁ ମିଳିଛି। ଚଳଚ୍ଚିତ୍ରକୁ ବିରୋଧ କରି ଆସୁଥିବା କର୍ଣ୍ଣି ସେନା ଶେଷରେ ମୁକ୍ତିଲାଭ ପୂର୍ବରୁ ଚଳଚ୍ଚିତ୍ରକୁ ଦେଖିବାକୁ ଗତ କାଲି ଆଗ୍ରହ ପ୍ରକାଶ ମଧ୍ୟ କରିଥିଲା।

publive-image

ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଓ ଅଭିନେତା ରଣବୀର ସିଂହ ଓ ସାହିଦ କପୁର ଷ୍ଟାରର ‘ପଦ୍ମାବତ୍‌’ ସିନେମା ୨୦୦କୋଟିର ବଜେଟରେ ତିଆରି ହୋଇଛି। ‘ପଦ୍ମାବତ୍‌’କୁ ନେଇ ସୃଷ୍ଟି ହୋଇଥିବା ବିବାଦ ପରେ ସିନେମା ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଅଧିକରୁ ଅଧିକ ଉତ୍କଣ୍ଠା ପ୍ରକାଶ ପାଇଛି। ତେବେ ଅନୁମାନ କରାଯାଉଛି ରିଲିଜର ପ୍ରଥମ ଦିନରେ ହିଁ ଏହା ସମସ୍ତ ସିନେମାର ରେକର୍ଡକୁ ଭାଙ୍ଗିପାରେ !

‘ପଦ୍ମାବତ୍‌’ ସିନେମାକୁ ନେଇ ଲାଗି ରହିଥିବା ବିବାଦ ପ୍ରସଙ୍ଗରେ ଅଭିନେତା ରଣବୀର ସିଂହ ଗତ ବୁଧବାର ସମଗ୍ର ଦେଶକୁ କହିଛନ୍ତି ‘ପଦ୍ମାବତ୍‌’କୁ ନେଇ ଆପଣଙ୍କୁ ଗର୍ବ ଅନୁଭବ ହେବ। ରଣବୀର ଟୁଇଟର ଜରିଆରେ କହିଛନ୍ତି, ସେ ‘ପଦ୍ମାବତ୍‌’କୁ ନେଇ ଖୁବ୍‌ ଖୁସି ହେବା ସହିତ ନିଜକୁ ଗୌରବାନ୍ଵିତ ମନେ କରୁଛନ୍ତି। ମୁଁ ଗତ ରାତିରେ ୩ଡିରେ ‘ପଦ୍ମାବତ୍‌’ ଦେଖି ସାରିବା ପରେ ସେହି ଅନୁଭବକୁ ବ୍ୟକ୍ତ କରିବାକୁ ମୋର ପାଖରେ ଶବ୍ଦ ନାହିଁ।’

❤️????

A post shared by Ranveer Singh (@ranveersingh) on

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe