‘ପଦ୍ମାବତୀ’କୁ ନେଇ ଥମୁନି ବିବାଦ: ଚିତ୍ତୋରଗଡ଼ଠାରେ ବଡ଼ ଧରଣର ବିକ୍ଷୋଭ

Advertisment
 ‘ପଦ୍ମାବତୀ’କୁ ନେଇ ଥମୁନି ବିବାଦ: ଚିତ୍ତୋରଗଡ଼ଠାରେ ବଡ଼ ଧରଣର ବିକ୍ଷୋଭ

ଗାନ୍ଧୀନଗର: ଚଳିତବର୍ଷ ଡିସେମ୍ବର ପହିଲାରେ ମୁକ୍ତିଲାଭ କରିବାକୁ ଥିବା ସଞ୍ଜୟଲୀଲା ଭଂସାଲିଙ୍କ ନିର୍ମିତ ଚଳଚ୍ଚତ୍ର ‘ପଦ୍ମାବତୀ’କୁ ନେଇ ବିବାଦ ଥମିବାର ନାଁ ଧରୁନି। ଏହି ଚଳଚ୍ଚିତ୍ର ସଂପର୍କରେ ଘୋଷଣା ହେବା ପରଠାରୁ ହିଁ ଚଳଚ୍ଚିତ୍ରକୁ ନେଇ ଗଣମାଧ୍ୟମ ବେଶ୍‌ ସକ୍ରିୟ। ରାଜସ୍ତାନରେ ଏହି ଚଳଚ୍ଚିତ୍ରକୁ ନେଇ ବହୁ ବିବାଦ ଉପୁଜିବା ସହ ବିକ୍ଷୋଭ ମଧ୍ୟ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରଟି ରାଜସ୍ତାନୀ ସଂସ୍କୃତିକୁ କଦର୍ଥ କରି ସଂସ୍କୃତର ମାନ ହ୍ରାସ କରୁଛି ବୋଲି କେତେକ ଦାବି କରିଛନ୍ତି। ତେବେ ଏ ନେଇ ରାଜସ୍ତାନର ଚିତ୍ତୋରଗଡ଼ଠାରେ ଶୁକ୍ରବାର ବଡ଼ ଧରଣର ବିକ୍ଷୋଭ ଦେଖିବାକୁ ମିଳିଛି। ବହୁ ଲୋକେ ଏକତ୍ର ହୋଇ ଚଳଚ୍ଚିତ୍ର ରିଲିଜ୍‌ ରୋକ୍‌ କରାଇବା ଉଦ୍ଦେଶ୍ୟରେ ରାସ୍ତା ମଝିରେ ଧାରଣା ଦେଇଛନ୍ତି।

publive-image

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଦୀପାପଳି ଅବସରରେ ‘ପଦ୍ମାବତୀ’ ଚଳଚ୍ଚିତ୍ରରେ ରାଣୀ ପଦ୍ମିନୀଙ୍କ ବେଶରେ କରାଯାଇଥିବା ଦୀପିକାଙ୍କର ଏକ ରଙ୍ଗୋଲୀକୁ ରାଜପୁତ କର୍ଣ୍ଣି ସେନା ନଷ୍ଟ କରିଦେଇଥିଲେ। କର୍ଣ୍ଣି ସେନାର ଏପରି ଆଚରଣରେ କ୍ଷୋଭ ପ୍ରକାଶ କରି ଦୀପିକା ପାଦୁକୋନ ଏ ସଂପର୍କରେ ଟୁଇଟ୍‌ କରିଥିଲେ।

ଇତିମଧ୍ୟରେ ‘ପଦ୍ମାବତୀ’ ଚଳଚ୍ଚିତ୍ରର ‘ଘୁମର’ ନୃତ୍ୟ ରିଲିଜ୍‌ ହୋଇସାରିଛି। ଏହି ନୃତ୍ୟରେ ଅନେକ ତ୍ରୁଟି ଅଛି ବୋଲି ଅଭିଯୋଗ ହୋଇଛି। ଦୀପିକାଙ୍କ ଓଢ଼ଣୀ ଧରିବାରୁ ନେଇ ଦୀପ ଧରିବାର ଶୈଳୀ ଏବଂ ନୃତ୍ୟ ପ୍ରଦର୍ଶନ ଆଦି ‘ଘୁମର’ ନୃତ୍ୟକୁ କଦର୍ଥ କରିଛି ବୋଲି ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe