ଅଖଣ୍ଡ ରାଜପୁତନା ସେବା ସଂଘର ଏକ ସ୍ପେସିଆଲ ଟିମ୍‌କୁ‘ପଦ୍ମାବତୀ’କୁ ଦେଖାଇବାକୁ ରାଜି ହେଲେ ଭଂସାଲୀ

ଅଖଣ୍ଡ ରାଜପୁତନା ସେବା ସଂଘର ଏକ ସ୍ପେସିଆଲ ଟିମ୍‌କୁ‘ପଦ୍ମାବତୀ’କୁ ଦେଖାଇବାକୁ ରାଜି ହେଲେ ଭଂସାଲୀ

photonews18.com

ମୁମ୍ବାଇ: ବଲିଉଡର ଖ୍ୟାତନାମା ନିର୍ମାତା-ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ ଅବଶେଷରେ ତାଙ୍କର ବିବାଦୀୟ ସିନେମା ‘ପଦ୍ମାବତୀ’କୁ ରିଲିଜ୍‌ କରିବା ପୂର୍ବରୁ ଅଖଣ୍ଡ ରାଜପୁତନା ସେବା ସଂଘର ଏକ ସ୍ପେସିଆଲ ଟିମ୍‌କୁ ଦେଖାଇବାକୁ ରାଜି ହୋଇଛନ୍ତି। କୁହାଯାଉଛି ଯେ ଗତକାଲି ଭଂସାଲୀଙ୍କ ଅଫିସ ସମ୍ମୁଖରେ ଅଖଣ୍ଡ ରାଜପୁତନା ସେବା ସଂଘର କେତେକ କର୍ମୀ‘ପଦ୍ମାବତୀ’ର ରିଲିଜ ନ କରିବାର ଧମକ ଦେଇ ବିରୋଧ ପ୍ରକଟ କରୁଥିବା ବେଳେ ପୁଲିସ ସେମାନଙ୍କୁ ଗିରଫ କରିଥିଲା।

ଏହାପରେ ଉଭୟ ପକ୍ଷ ମଧ୍ୟରେ ମଧ୍ୟସ୍ଥତା କରୁଥିବା ମହାବୀର ଜୈନ ଭଂସାଲୀ ପ୍ରଡକସନ୍ସର ସିଇଓ ଶୋଭା ସନ୍ତଙ୍କ ସହିତ ଅଖଣ୍ଡ ରାଜପୁତନା ସେବା ସଂଘର ସଭାପତି ଆର ପି ସିଂହଙ୍କୁ ସାକ୍ଷାତ ଆଲୋଚନା କରିଛନ୍ତି। ଏଥିରେ ଶୋଭା ସନ୍ତ ଜଣାଇଥିଲେ ଯେ ନିର୍ମାତା-ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ ଅଖଣ୍ଡ ରାଜପୁତନା ସେବା ସଂଘର ଏକ ସ୍ପେସିଆଲ ଟିମ୍‌କୁ ଦେଖାଇବାକୁ ରାଜି ହୋଇଛନ୍ତି। ଏହାପରେ ଆର ପି ସିଂହ ବି ସୂଚନା ଦେଇଛନ୍ତି ଯେ ଏହି ସ୍କ୍ରିନିଂ ଜଳିତ ମାସ ୧୫ରୁ ୧୮ ତାରିଖ ଭିତରେ ଆୟୋଜିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe