ଜାନୁଆରି ୨୫ରେ ମୁକ୍ତିଲାଭ କରିବ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପଦ୍ମାବତ୍‌’

Advertisment
ଜାନୁଆରି ୨୫ରେ ମୁକ୍ତିଲାଭ କରିବ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପଦ୍ମାବତ୍‌’

ମୁମ୍ବାଇ: ଶେଷରେ ସଞ୍ଜୟଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପଦ୍ମାବତ୍‌’ ନାନା ବାଦବିବାଦର ସାମ୍ନା କରିବା ପରେ ପରଦାକୁ ଆସିବ। ଚଳଚ୍ଚିତ୍ରଟି ଚଳିତମାସ ୨୫ ତାରିଖରେ ମୁକ୍ତିଲାଭ କରିବ। ଏ ସଂପର୍କରେ ଚଳଚ୍ଚିତ୍ରଟିର ପ୍ରଡକ୍ସନ ହାଉସ୍‌ ଭିୟାକମ୍‌ ୧୮ ମୋସନ୍‌ ପିକ୍‌ଚର୍‌ ପକ୍ଷରୁ ସ୍ପଷ୍ଟୀକରଣ ମିଳିଛି। ଏଠାରେ ଜଣାଇ ଦେଉଛୁ ଯେ ୨୦୧୭ ମସିହା ଡିସେମ୍ବର ପହିଲାରେ ଏହି ଚଳଚ୍ଚିତ୍ରଟି ପରଦାକୁ ଆସିବ ବୋଲି ନିର୍ଦ୍ଧାରିତ ହୋଇଥିଲା। ପରେ ବିବାଦ କାରଣରୁ ରିଲିଜ୍‌ ତାରିଖକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା।

publive-image

ଉଲ୍ଲେଖଯୋଗ୍ୟ, ଦୀପିକା ପାଦୁକୋନ୍‌, ରଣବୀର ସିଂହ ଏବଂ ସାହିଦ୍‌ କପୁର୍‌ଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ଆରମ୍ଭରୁ ହିଁ ବିବାଦର ପରିସରରେ ରହିଆସିଛି। ଚଳଚ୍ଚି୍ରଟିକୁ ସାର୍ଟିଫିକେଟ ପ୍ରଦାନ କରିବା ପାଇଁ ନିକଟରେ ସେନ୍‌ସର୍‌ ବୋର୍ଡ ଏକ ସ୍ୱତନ୍ତ୍ର ପ୍ୟାନେଲ୍‌ ଗଠନ କରିଥିଲା।ଏହି ପ୍ୟାନେଲ୍‌ରେ ଐତିହାସିକ ଏବଂ ରାଜସ୍ଥାନ ରାଜ ପରିବାର ସଦସ୍ୟଙ୍କୁ ସାମିଲ୍‌ କରାଯାଇଥିଲା। ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା ୫ଟି ସର୍ତ୍ତରେ ଚଳଚ୍ଚିତ୍ରଟି ରିଲିଜ୍‌ ହେବ। ସେହି ସର୍ତ୍ତଗୁଡ଼କ ମଧ୍ୟରେ ଥିଲା, ଚଳଚ୍ଚିତ୍ର ଆରମ୍ଭରେ ପରିଷ୍କାର ଭାବେ ଲେଖାଯିବ ଯେ ଏହା କୌଣସି ଐତିହାସିକ କାହାଣୀ ଉପରେ ଆଧାରିତ ନୁହେଁ, ଦ୍ୱିତୀୟରେ ଚଳଚ୍ଚିତ୍ରର ଶୀର୍ଷକ ‘ପଦ୍ମାବତୀ’ରୁ ‘ପଦ୍ମାବତ୍‌’ ହେବ। ତୃତୀୟରେ ଚଳଚ୍ଚିତ୍ରରେ ଥିବା ‘ଘୁମର୍‌’ଗୀତରେ ପରିବର୍ତ୍ତନ ଅଣାଯିବ ଇତ୍ୟାଦି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe