‘ପଦ୍ମାବତୀ’ର ଶୀଘ୍ର ସେନସର୍‌ କରିବା ଆବେଦନକୁ ସେନସର ବୋର୍ଡର ଅଗ୍ରାହ୍ୟ

‘ପଦ୍ମାବତୀ’ର ଶୀଘ୍ର ସେନସର୍‌ କରିବା ଆବେଦନକୁ ସେନସର ବୋର୍ଡର ଅଗ୍ରାହ୍ୟ

photo-bollywoodhungama

ମୁମ୍ବାଇ: ଲୋକପ୍ରିୟ ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ପଦ୍ମାବତୀ’ର ଏକ ଆବେଦନକୁ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସି ବି ଏଫ୍‌ ସି) ଅଗ୍ରାହ୍ୟ କରିଥିବା ଜଣାଯାଇଛି। ଫିଲ୍ମର ପ୍ରଯୋଜନା ସଂସ୍ଥା ପକ୍ଷରୁ‘ପଦ୍ମାବତୀ’ର ସେନସର୍‌ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବାଲାଗି ଆବେଦନ କରାଯାଇଥିଲା। କିନ୍ତୁ ଏଭଳି ଆବେଦନକୁ ସିଧାସଳଖ ଅଗ୍ରାହ୍ୟ କରି ଦେଇଛି ସି ବି ଏଫ୍‌ ସି। କ୍ରମ ଅନୁସାରେ ଯେବେ ‘ପଦ୍ମାବତୀ’ର ପାଳି ପଡ଼ିବ ସେବେ ନିୟମ ଅନୁଯାୟୀ ଫିଲ୍ମର ସେନସର୍‌ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଆହୁରି ମଧ୍ୟ କୁହାଯାଇଛି ଯେ ପୂର୍ବରୁ ପ୍ରଯୋଜନା ସଂସ୍ଥା ପକ୍ଷରୁ‘ପଦ୍ମାବତୀ’ର ସେନସର୍‌ ଲାଗି ଯେଉଁ ଆବେଦନ ପତ୍ର ଦିଆଯାଇଥିଲା ତାହା ଅସଂପୂର୍ଣ୍ଣ ଥିଲା।

ଏଠାରେ ସୂଚନାଯୋଗ୍ୟ ଯେ କିଛି ଦିନତଳେ କିଛି ବରିଷ୍ଠ ସାମ୍ବାଦିକଙ୍କୁ‘ପଦ୍ମାବତୀ’ର ପ୍ରଦର୍ଶନ ଲାଗି ଯେଉଁ ଆୟୋଜନ କରାଯାଇଥିଲା ତାହାକୁ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସି ବି ଏଫ୍‌ ସି)ର ଅଧ୍ୟକ୍ଷ ପ୍ରସୁନ ଯୋଶୀ ନିନ୍ଦା କରିବା ସହିତ ଏହା ସେନସର ବୋର୍ଡ ପ୍ରତି ଅପମାନଜନକ ବୋଲି ମନ୍ତବ୍ୟ ଦେଇଥିଲେ। ଏଭଳି ପରିସ୍ଥିତିରେ ‘ପଦ୍ମାବତୀ’ର କେବେ ସେନସର୍‌ ହେଉଛି ତାହା ଦେଖିବା କଥା। ଏଠାରେ ସୂଚନାଯୋଗ୍ୟ ଯେ ଏହି ଫିଲ୍ମରେ ରାଣୀ ପଦ୍ମାବତୀ ଭୂମିକାରେ ଅଭିନୟ କରିଛନ୍ତି ବଲିଉଡର ହଟ୍‌ ହିରୋଇନ୍‌ ଦୀପିକା ପାଦୁକୋନ୍‌ । ଅନ୍ୟପକ୍ଷରେ ଏଥିରେ ଆଲ୍ଲାଉଦ୍ଦିନ ଖିଲଜି ଚରିତ୍ର ନିଭାଇଛନ୍ତି ରଣବୀର ସିଂହ । ଠିକ୍‌ ସେହିପରି ଶାହିଦ୍‌ କପୁର ଅଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe