ଜାନୁଆରି ୨୫ରେ ରିଲିଜ୍‌ ହେବ ‘ପଦ୍ମାବତୀ’ !

Advertisment
ଜାନୁଆରି ୨୫ରେ ରିଲିଜ୍‌ ହେବ ‘ପଦ୍ମାବତୀ’ !

photo-deccanherald

ମୁମ୍ବାଇ:ଦୀପିକା ପାଦୁକୋନ୍‌ ,ରଣବୀର ସିଂ ଓ ସାହିଦ୍‌ କପୁର ଅଭିନୀତ ତଥା ସଂଜୟ ଲୀଲା ଭସାଂଲୀଙ୍କ ନିର୍ଦ୍ଦେଶିତ ‘ପଦ୍ମାବତୀ’ କାର୍ଯ୍ୟ ଆରମ୍ଭ ହେବା ଦିନଠାରୁ ବିବାଦ ଘେରରେ ରହି ଆସିଛି। ସିବିଏଫସିଙ୍କ ପକ୍ଷରୁ ଏହା ୟୁ/ଏ ସାର୍ଟିଫିକେଟ ଦିଆଯିବା ପରେ ଏହାର ରିଲିଜ୍‌ ତାରିଖ ବି ଜଣାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଏହା ଆଗାମୀ ୨୫ ତାରିଖରେ ରିଲିଜ୍‌ ହେବ।
ସେନ୍‌ସର୍‌ ବୋର୍ଡ ସବୁଜ ସଙ୍କେତ ଦେଲା ‘ପଦ୍ମାବତୀ’କୁ । ସିବିଏଫସିର ବିଚାରକ ମଣ୍ଡଳୀ ସଞ୍ଚୟଲୀଲା ଭଂସାଲି ବହୁଚର୍ଚ୍ଚିତ ଫିଲ୍ମ ‘ପଦ୍ମାବତୀ’କୁ ଦେଖିବା ପରେ ଏହାର ନାମ ପରିବର୍ତ୍ତନ ଲାଗି ସୁପାରିଶ କରିଥିଲେ। ଫିଲ୍ମର ନାମ ପଦ୍ମାବତୀ ବଦଳରେ ‘ପଦ୍ମାବତ’ ରଖିବାକୁ ପରାମର୍ଶ ଦେଇଛନ୍ତି।

publive-image photo-bollywoodhungama

ଗତ ବର୍ଷ ଡିସେମ୍ବର ୨୮ ତାରିଖ ଦିନ ସିବିଏଫସିର ବିଚାରକ ମଣ୍ଡଳୀ ଏଥିଲାଗି ଏକ ସ୍ୱତନ୍ତ୍ର ବୈଠକରେ ଏକତ୍ରୀତ ହୋଇ ‘ପଦ୍ମାବତୀ’କୁ ୟୁ/ଏ ସାର୍ଟିଫିକେଟ ପ୍ରଦା ନ କରିଛନ୍ ବୈଠକରେ ବିଚାରକ ମଣ୍ଡଳୀଙ୍କ ସହ ସିବିଏଫସିର କର୍ମକର୍ତ୍ତା, ଅଧ୍ୟକ୍ଷ ପ୍ରସୂନ୍‌ ଯୋଶୀ ଏବଂ ‘ପଦ୍ମାବତୀ’ର ସେନ୍‌ସର୍‌ ଲାଗି ଗଠିତ ସ୍ୱତନ୍ତ୍ର ପରାମର୍ଶଦାତା ମଣ୍ଡଳୀର ସଦସ୍ୟ ଉପସ୍ଥିତ ଥିଲେ। ଏହି ବୈଠକରେ ସିନେମାର ନାମ ପରିବର୍ତ୍ତନ ସହ ବିବାଦୀୟ ‘ଘୁମର୍‌’ ଗୀତରେ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ହୋଇଥିଲା। ଏଥିସହ ଫିଲ୍ମର କାହାଣୀରେ ‘ସତୀ’ ପ୍ରଥାକୁ ଗୌରାବାନ୍ଵିତ କରିବା ଭଳି ଦୃଶ୍ୟ ଏବଂ ସଂଳାପକୁ ବାଦ ଦେବାକୁ ସୁପାରିଶ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe