ଦ୍ବାଦଶ ଶ୍ରେଣୀ ପରେ ଏହି କାରଣରୁ ପାଠପଢ଼ା ଛାଡ଼ି ଦେଇଥିଲେ ଦୀପିକା, ବାପା-ମା’ଙ୍କ ଠାରୁ ଶୁଣିଥିଲେ ବହୁତ ଗାଳି

ଦ୍ବାଦଶ ଶ୍ରେଣୀ ପରେ ଏହି କାରଣରୁ ପାଠପଢ଼ା ଛାଡ଼ି ଦେଇଥିଲେ ଦୀପିକା, ବାପା-ମା’ଙ୍କ ଠାରୁ ଶୁଣିଥିଲେ ବହୁତ ଗାଳି

ନୂଆଦିଲ୍ଲୀ: ଫିଲ୍ମ 'ପଠାନ' ଜାନୁଆରି ୨୫ରେ ୧୦୦ଟି ଦେଶର ୮୦୦୦ରୁ ଅଧିକ ପରଦାରେ ମୁକ୍ତିଲାଭ କରିଥିଲା। ଏଥିରେ ଶାହରୁଖ ଖାନ ଓ ଦୀପିକା ପ‌ାଦୁକୋଦଙ୍କ କେମେଷ୍ଟ୍ରିକୁ ଲୋକେ ବେଶ ପସନ୍ଦ କରୁଛନ୍ତି। ନିକଟରେ ପାଠପଢ଼ା କାହିଁକି ଅଧାରେ ରହିଗଲା ତାହାର କାରଣ ବଖାଣିଛନ୍ତି ଦୀପିକା ।

ଦୀପିକା କହିଛନ୍ତି, ‘ମୁଁ ମଡେଲିଂ ଜୀବନ ୯ବର୍ଷ ବୟସରୁ ଆରମ୍ଭ କରିଛି। ମୁଁ ପାଠପଢ଼ା ଅପେକ୍ଷା ଅଭିନୟ ପ୍ରତି ଅଧିକ ରୁଚି ରଖୁଥିଲୁ। ପଠାପଢ଼ାରେ ମୋର ବିଶେଷ ମନ ଲାଗି ନଥ‌ାଏ। ବହୁତ କଷ୍ଟରେ ୧୦ମ ଓ ଦ୍ବାଦଶ ଶ୍ରେଣୀ ପାସ ହୋଇଛି।

ଯୁକ୍ତତିନରେ ବି ନାମ ଲେଖାଇଥିଲି, କିନ୍ତୁ ସମୟ ଅଭାବରୁ  କଲେଜ ଯାଇ ପାରିଲି ନାହିଁ। ତେଣୁ ମୋ ପାଠପଢ଼ା‌ରେ ଡୋରି ବନ୍ଧା ହୋଇଯାଇଥିଲା। ଆଉ ‌ମଡେଲିଂ ଓ ଆଡ ଫିଲ୍ମ କାମ ପାଇଁ ମୁମ୍ବାଇରୁ ଦିଲ୍ଲୀ ଯିବା ଆସିବା କରିବାକୁ ପଡ଼ିଥାଏ। ତେଣୁ ପାଠ ବି ପଢ଼ି ହୋଇ ନଥାଏ।

ଏହି କାରଣରୁ ବାପା-ମା’ଙ୍କ ଠାରୁ ବହୁତ ଗାଳି ବି ଖାଇଛି। ସେମାନେ ସବୁ ବେଳେ କହୁଥିଲେ ପାଠପଢ଼ା ଶେଷ କରି ଦେ ତା’ପ‌ରେ ଯାହା କରିବାର ଅଛି କରିବୁ। କିନ୍ତୁ ପରେ ମୋର ଅଭିନୟ ପ୍ରତି ନିଷ୍ଠା ଦେଖି ମୋତେ ମୋ ଲକ୍ଷ‌୍ୟରେ ଆଗେଇ ଯିବାକୁ କହିଥିଲେ। ଯେମିତି କି ମୋତେ ଉଡ଼ିବା ପାଇଁ ଡେଣା ଲଗାଇ ଦେଇଥିଲେ। ସେମାନଙ୍କ ସମର୍ଥନ ପାଇଁ ଆଜି ମୁଁ ଏହି ସ୍ଥାନରେ ଆସି ଛିଡ଼ା ହୋଇଛି। ଆଇ ଲଭ ୟୁ ମମି-ବାପା।

ଜୀବନରେ ଆପଣ ଯାହା କରିବାକୁ ଲକ୍ଷ୍ୟ ରଖିଛନ୍ତି ସେଦିଗରେ ହିଁ ଆଗେଇ ଚାଲନ୍ତୁ, ସଫଳତା ନିଶ୍ଚୟ ପାଇବେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe