ପରଦାକୁ ଫେରୁଛନ୍ତି ଓଲିଉଡର ଏହି ଲୋକପ୍ରିୟ ଯୋଡ଼ି

Advertisment
ପରଦାକୁ ଫେରୁଛନ୍ତି ଓଲିଉଡର  ଏହି ଲୋକପ୍ରିୟ ଯୋଡ଼ି

ଭୁବନେଶ୍ବର: ପରଦାକୁ ଫେରୁଛନ୍ତି ଓଲିଉଡର ଏକ ଲୋକପ୍ରିୟ ଯୋଡ଼ି। ଏହି ଯୋଡ଼ି ହେଲେ ଦେବରାଜ୍‌-ଚିନ୍ମୟୀ ପ୍ରିୟଦର୍ଶିନୀ। ହଁ ‘ତୋ’ ପ୍ରେମରେ ପଡ଼ିଲା ପରେ’ ସିନେମାରେ ଏହି ଯୋଡ଼ିକୁ ଦର୍ଶକ ଦେଖିବାକୁ ପାଇଥିଲେ । ଏହି ସିନେମାର ପ୍ରଯୋଜନା କରିଥିଲେ ନିଜେ ନାୟିକା ଚିନ୍ମୟୀ ପ୍ରିୟଦର୍ଶିନୀ।

ଏବେ ସେ ନିଜ ପ୍ରଯୋଜିତ ନୂଆ ସିନେମାର ନାଆଁ ରଖିଛନ୍ତି ‘ଚାଲ ଟିକେ ପ୍ରେମ କରିବା’। ନିଜର ହୋମପ୍ରଡକ୍ସନ୍‌ ‘ଦେବକୀ ଫିଲ୍ମସ’ ବ୍ୟାନରରେ ନିର୍ମାଣ ହେଉଥିବା ଏହି ସିନେମାରେ ଦ୍ୱିତୀୟ ଥର ପାଇଁ ଚିନ୍ମୟ ପ୍ରିୟଦର୍ଶିନୀଙ୍କ ବିପକ୍ଷରେ ନଜର ଆସିବେ ଦେବରାଜ।

ଦେବରାଜ‘ତୋ’ ପ୍ରେମରେ ପଡ଼ିଲା ପରେ’ ପରେ ଅନ୍ୟ ଏକ ସିନେମା ‘ବାବାଜୀ କା ଠୁଲ୍ଲୁ’ରେ ଅଭିନୟ କରିଥିଲେ ନାୟକ ଭାବେ। ରଂଜନ ମିଶ୍ରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ସୁଟିଂ ସରିଥିଲେ ବି ଏ ଯାଏଁ ପରଦାକୁ ଆସି ପାରି ନାହିଁ ଫିଲ୍ମଟି। ତେବେ ସେ ଯାହା ହେଉନା କାହିଁକି ଦେବରାଜ-ଚିନ୍ମୟୀ ପ୍ରିୟଦର୍ଶିନୀ ଯୋଡିଙ୍କର ନୂଆ ସିନେମା ‘ଚାଲ ଟିକେ ପ୍ରେମ କରିବା’ର ସୁଟିଂ ଶେଷ ହୋଇଯାଇଛି।

ଏହି ସିନେମାର ନିର୍ଦେଶକ ହେଲେ ଦିଲୀପ ପଣ୍ଡା ,ଯିଏ କି ଆଗରୁ କେତେକ ହିଟ୍ ଓଡ଼ିଆ ଫିଲ୍ମର ନିର୍ଦେଶନା ଦେଇଥିଲେ। ଦ୍ୱିତୀୟ ଥର ପାଇଁ ଦେବରାଜ-ଚିନ୍ମୟୀଙ୍କ ଯୋଡ଼ିକୁ ଦର୍ଶକ କେତେ ପସନ୍ଦ କରୁଛନ୍ତି, ତାହା ଦେଖିବାର କଥା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe