ଇସଲାମାବାଦ: ଆଉ ନାହାନ୍ତି ବଲିଉଡର ହି-ମ୍ୟାନ ଧର୍ମେନ୍ଦ୍ର। ତାଙ୍କୁ ହରାଇ ଏବେ ବଲିଉଡ ଶ୍ରୀହିନ ହୋଇପଡିଥିବା ବେଳେ ଦେଶବିଦେଶରୁ ତାଙ୍କ ପାଇଁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଛି। ଭାରତ ସମେତ ଭାରତର ଶତ୍ରୁ ଦେଶର ଲୋକ ମଧ୍ୟ ତାଙ୍କ ପାଇଁ ଲୁହ ଝରାଉଛନ୍ତି। ପାକିସ୍ତାନର ପୁର୍ବତନ କ୍ରିକେଟର ରସିଦ ଲତିଫ୍ ଧର୍ମେନ୍ଦ୍ରଙ୍କ ଦେହାନ୍ତ ଖବର ପାଇ ଶୋକ ବ୍ୟକ୍ତ କରିଛନ୍ତି।
ସୋମବାର ବଲିଉଡର ହି-ମ୍ୟାନ ଧର୍ମେନ୍ଦ୍ରଙ୍କ ଦେହାନ୍ତ ପରେ ସ୍ତବ୍ଧ ହୋଇଯାଇଥିଲା ବଲିଉଡ। ତାଙ୍କ ଦେହାନ୍ତ ଖବର ସାରା ଦେଶକୁ, ବିଶେଷକରି ସିନେପ୍ରେମୀଙ୍କୁ ଶୋକର ସାଗରରେ ଭସାଇ ଦେଇଥିଲା। ୮୯ ବର୍ଷିୟ ଧର୍ମେନ୍ଦ୍ରଙ୍କ ଦେହାନ୍ତ ପରେ ଏକ ଯୁଗର ଅବସାନ ଘଟିଥିଲା। ଗତକାଲି ତାଙ୍କର ଦେହାନ୍ତ ହୋଇଥିବା ବେଳେ ପାକିସ୍ଥାନର ପୁର୍ବତନ କ୍ରିକେଟର ରସିଦ ଲତିଫ୍ ଧର୍ମେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।
ପାକ୍ କ୍ରିକେଟରଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
ପାକିସ୍ତାନର ପୁର୍ବତନ କ୍ରିକେଟର ରସିଦ ଲତିଫ୍ ଧର୍ମେନ୍ଦ୍ରଙ୍କ ନିଧନ ଖବର ଶୁଣି ଭାଙ୍ଗିପଡ଼ିଥିବା କହିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, "ଧର୍ମେନ୍ଦ୍ର ଜଣେ ଲିଜେଣ୍ଡ ହିରୋ ଥିଲେ । ସେ ଅଭିନୟ କରିଥିବା ଶୋଲେ ଫିଲ୍ମ ଆଜି ବି ସମସ୍ତଙ୍କ ହୃଦୟରେ ରାଜ୍ କରୁଛି। ସେ କେବଳ ଭାରତ ନୁହେଁ ପାକିସ୍ଥାନରେ ମଧ୍ୟ ବେଶ ଲୋକପ୍ରିୟ ଥିଲେ। ସବୁବେଳେ ସେ ଆମ ହୃଦୟରେ ରହିବେ।"
ଆହୁରି ପଢ଼ନ୍ତୁ: Himanta Sarma Claims: ଜୁବିନଙ୍କୁ ହତ୍ୟା କରାଯାଇଥିବା ଦାବି କଲେ ଆସାମ ମୁଖ୍ୟମନ୍ତ୍ରୀ
ସୋସିଆଲ ମିଡିଆରେ ସକ୍ରିୟ ଥିଲେ ଧର୍ମେନ୍ଦ୍ର
ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହୁଥିଲେ ଧର୍ମେନ୍ଦ୍ର। ୨୫ ଡିସେମ୍ବରରେ ରିଲିଜ ହେବାକୁ ଥିବା ନିଜ ଚଳଚିତ୍ର ସଂପର୍କରେ ଅକ୍ଟୋବର ୨୯ରେ ସେ ପୋଷ୍ଟ କରିଥିଲେ। ନିଜର ଆଗକୁ ଆସୁଥିବା ସିନେମାର ଟ୍ରେଲର ସେ ନିଜ ଆକାଉଣ୍ଟରେ ପୋଷ୍ଟ କରିଥିଲେ, ଯାହା ତାଙ୍କ କ୍ୟାରିଅରର ଶେଷ ଚଳଚ୍ଚିତ୍ରରେ ପରିଣତ ହୋଇଗଲା।
ଆହୁରି ପଢ଼ନ୍ତୁ: Smriti Deleted Wedding Pics: କାହିଁକି ବିବାହ ରୀତିନୀତିର ସବୁ ଫଟୋ ହଟାଇ ଦେଲେ ସ୍ମୃତି ମନ୍ଧାନା?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/11/25/dharmendra-2025-11-25-16-21-09.jpg)