ପୂର୍ବତନ ସ୍ତ୍ରୀଙ୍କ ଅଭିଯୋଗର କଡ଼ା ଜବାବ ଦେଲେ ଅଭିନେତା

Advertisment

ପାକିସ୍ତାନୀ ଅଭିନେତା ଫିରୋଜ ଖାନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାର ପରିସରରେ ରହିଛନ୍ତି। ପୂର୍ବତନ ସ୍ତ୍ରୀ ଫରୋଜଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି, ‘ପିଲାଙ୍କ ଶରୀର ଅସୁସ୍ଥ ହେଲେ ସେ ଦ୍ବାର ପାଖରେ ଛାଡ଼ି ଚାଲି ଯାଇଥାଆନ୍ତି।’

Updated On

ପାକିସ୍ତାନୀ ଅଭିନେତା ଫିରୋଜ ଖାନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାର ପରିସରରେ ରହିଛନ୍ତି। ପୂର୍ବତନ ସ୍ତ୍ରୀ ଫରୋଜଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି, ‘ପିଲାଙ୍କ ଶରୀର ଅସୁସ୍ଥ ହେଲେ ସେ ଦ୍ବାର ପାଖରେ ଛାଡ଼ି ଚାଲି ଯାଇଥାଆନ୍ତି।’

ଅଦ୍ୟତନ ହୋଇଛି
ବପବ


ନୂଆଦିଲ୍ଲୀ: ପାକିସ୍ତାନୀ ଅଭିନେତା ଫିରୋଜ ଖାନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାର ପରିସରରେ ରହିଛନ୍ତି। କିଛିଦିନ ପୂର୍ବରୁ ସେ ଡାକ୍ତରାଣୀ ଜୈନବଙ୍କୁ ଦ୍ବିତୀୟ ବିବାହ କରିଥିଲେ। 

ପ୍ରଥମ ସ୍ତ୍ରୀଙ୍କ ସହିତ ବିବାହ ବିଚ୍ଛେଦ ପରେ ବି ଫିରୋଜ ତାଙ୍କ ପିଲାମାନଙ୍କ ସହିତ ସମ୍ପର୍କରେ ଅଛନ୍ତି। ସମ୍ପ୍ରତି ପୂର୍ବତନ ସ୍ତ୍ରୀ ସଇଦା ଅଲିଜା ସୁଲତାନ ଫିରୋଜଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

ସଇଦା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ ଲେଖିଛନ୍ତି, ‘ଯେତେବେଳେ ପିଲମାନେ ଅସୁସ୍ଥ ହୋଇଯାଆନ୍ତି ତାଙ୍କୁ ଘର ଦ୍ବାର ପାଖରେ ସେ ଏକାକା ଛାଡ଼ି ଚାଲି ଯାଆନ୍ତି।’

ସଇଦାଙ୍କ ଏହି ପୋଷ୍ଟ ଦେଖିବା ପୋରେ ଫିରୋଜ କଡ଼ା ଯବାନ ଦେଇ ଲେଖିଛନ୍ତି,‘ ସର୍ବଦା ଆଟେନସନ ଆବଶ୍ୟକ? ଷ୍ଟାର ବନେଇ ଦେବି।’

ସଇଦା ଓ ଫିରୋଜଙ୍କ ବିବାହ ୨୦୧୮ରେ ହୋଇଥିଲା। ୨୦୨୨ରେ ଦୁହିଁଙ୍କ ବିବାହ ବିଚ୍ଛେଦକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା। ଅଭିନେତା ଫିରୋଜଙ୍କ ବିରୋଧରେ ପୂର୍ବତନ ସ୍ତ୍ରୀ ସଇଦା ଘରୋଇ ହିଂସାର ଅଭିଯୋଗ ଆଣିବା ସହିତ ତାଙ୍କୁ ମାଡ଼ମରାଯାଇଥିବା ଚିହ୍ନର ଫଟୋକୁ ସେ ସୋସିଆଲ ମିଡିଆରେ ସେୟାର ବି କରିଥିଲେ।

ଏହି ଘଟଣା ପରେ ପାକିସ୍ତାନୀ ସିନେମା ଶିଳ୍ପର ଅନେକ ଲୋକେ ଫିରୋଜଙ୍କ ବିରୋଧୀ ହୋଇଯାଇଥିଲେ। ଫରୋଜ କିନ୍ତୁ ସେ ସମୟରୁ ଆଜି ଯାଏଁ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରି ଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe