କରୀନାଙ୍କ ଶାରୀରିକ ଗଠନକୁ ନେଇ ବିବାଦୀୟ ବୟାନ ଦେଲେ ପାକ୍ ଅଭିନେତ୍ରୀ ହୀରା ମାନୀ

Advertisment
କରୀନାଙ୍କ ଶାରୀରିକ ଗଠନକୁ ନେଇ ବିବାଦୀୟ ବୟାନ ଦେଲେ ପାକ୍ ଅଭିନେତ୍ରୀ ହୀରା ମାନୀ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କରୀନା କପୁର ଖାନଙ୍କୁ ମୋଟୀ କହି ବିବାଦରେ ପାକ୍ ଅଭିନେତ୍ରୀ ହୀରା ମାନୀ। ଏକ ସାକ୍ଷାତକାରେ ସେ ଦେଇଥିବା ଦୁଇ ଦୁଇଟି ବିବାଦୀୟ ବୟାନ ପାଇଁ ତାଙ୍କୁ ଏବେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ଲୋକେ। ଓଜନ କମାଇବା ପାଇଁ ସମାଲୋଚନା କରୁଥିବା ସ୍ବାମୀ ରହିବା ଭଲ ବୋଲି କହିବା ସହ କରୀନା ଏବେ ମୋଟୀ ହୋଇଗଲେଣି ବୋଲି କହିଥିଲେ ହୀରା ମାନୀ। ତାଙ୍କର ଏଭଳି ବୟାନକୁ ନେଇ ଏବେ ଲୋକେ ତାଙ୍କୁ ସମାଲୋଚନା କରୁଥିବା ଜଣାପଡ଼ିଛି।

ସୂଚନା ମୁତାବକ, ହୀରା ମାନୀ ନିଜ ସ୍ବାମୀଙ୍କ ସହ ଏକ ସାକ୍ଷାତକାରକୁ ଯାଇଥିବା ବେଳେ ନିଜ ଓଜନ କମାଇବାର ଯାତ୍ରା ବିଷୟରେ କହିଥିଲେ। ସେ କହିଥିଲେ ଯେ, କିଛି ମାସ ପୂର୍ବରୁ ମୋର ଓଜନ ୬୪ କିଲୋ ହୋଇଯାଇଥିଲା। ହେଲେ ମୁଁ ଏବେ ୧୦ କିଲୋ ଓଜନ କମାଇଛି। ଏଥିପାଇଁ କୌଣସି ଟ୍ରେନର ମୋତେ ସାହାଯ୍ୟ କରିନାହାନ୍ତି। ମୋ ସ୍ବାମୀ ମାନୀ ମୋତେ ସାହାଯ୍ୟ କରିଥିଲେ। ୩ମାସ ମଧ୍ୟରେ ମୁଁ ୧୦କିଲୋ ଓଜନ କମାଇଲି। ମୋ ସ୍ବାମୀ ମୋତେ କଟ୍ରିନା, ଦୀପିକା ଓ କରୀନାଙ୍କ ନାଁ ନେଇ ମୋତେ ସମାଲୋଚନା କରୁଥିଲେ। କରୀନା ତ ଏବେ ମୋଟା ହୋଇଗଲେଣି। ହେଲେ ବି କଟ୍ରିନା ଓ ଦୀପିକାଙ୍କ ଭଳି ହେବା ପାଇଁ ମୋ ସ୍ବାମୀ ସବୁବେଳେ ମୋତେ ସମାଲୋଚନା କରୁଥିଲେ। ସେଇଟା ମଧ୍ୟ ମୋ ଓଜନ କମ କରିବା ପଛର ଗୋଟେ କାରଣ। ସେଥିପାଇଁ କହୁଛି ଓଜନ କମାଇବା ପାଇଁ ସମାଲୋଚନା କରୁଥିବା ସ୍ବାମୀ ରହିବା ଭଲ।

ତେବେ ତାଙ୍କର ଏଭଳି ବୟାନ ପାଇଁ ଲୋକେ ଏବେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। କରୀନାଙ୍କ ପ୍ରଶଂସକ ହୀରା ମାନୀଙ୍କ ଚିନ୍ତାଧାରାକୁ ବିଷାକ୍ତ ବୋଲି କହିବା ସହ ସର୍ବସାଧାରଣରେ କାହାକୁ ଏଭଳି କହିବା ଲଜ୍ଜାଜନକ ଅଟେ ବୋଲି କିଛି ବ୍ୟବହାରକାରୀ ମତ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe