ବନ୍ଦ ଘରୁ ମିଳିଲା ୩୨ବର୍ଷୀୟ ପାକ୍ ଅଭିନେତ୍ରୀଙ୍କ ଗଳିତ ମୃତଦେହ

Advertisment
New Project (2)

ନୂଆଦିଲ୍ଲୀ: ପାକିସ୍ତାନୀ ମନୋରଞ୍ଜନ ଇଣ୍ଡଷ୍ଟ୍ରିରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ବନ୍ଦ ଆପାର୍ଟମେଣ୍ଟରୁ ଅଭିନେତ୍ରୀ ହୁମୈରା ଅସଗର ଅଲିଙ୍କ ମୃତଦେହ ମିଳିଛି । ହୁମୈରାଙ୍କ ବୟସ ୩୨ବର୍ଷ ଥିଲା। ସେ କରାଚୀର ଡିଫେନ୍ସ ହାଉସିଂ ଅଥରିଟିର ଏକ ଆପାର୍ଟମେଣ୍ଟରେ ରହୁଥିଲେ, ଯେଉଁଠାରେ ତାଙ୍କ ମୃତଦେହ ମିଳିଛି। ଅନୁମାନ କରାଯାଉଛି ଯେ, ଅଭିନେତ୍ରୀଙ୍କ ମୃତ୍ୟୁ ୨ସପ୍ତାହ ପୂର୍ବରୁ ହୋଇଥିଲା। କିନ୍ତୁ କେହି ଏହା ବିଷୟରେ ଜାଣି ନଥିଲେ।

ହୁମୈରା ଅସଗର ଅଲି ପାକିସ୍ତାନୀ ମନୋରଞ୍ଜନ ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ନାମ ଥିଲେ। ସେ କମ୍ ବୟସରୁ ଦର୍ଶକଙ୍କ ହୃଦୟରେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଥିଲେ। କୁହାଯାଉଛି ଯେ, 'ଅଲିଙ୍କ ମୃତଦେହ ଫେଜ୍-୬ସ୍ଥିତ ଇତ୍ତେହାଦ କମର୍ସିଆଲ୍‌ର ଏକ ଫ୍ଲାଟରୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ବେଳେ ତାଙ୍କ ମୃତଦେହ ପଚିଯାଇଥିବା ଦେଖିବାକୁ ମିଳିଥିଲା। ଦୁଇ ସପ୍ତାହ ପୂର୍ବରୁ ସେ ମୃତ୍ୟୁବରଣ କରିଥିଲେ ବି ନିକଟରେ ରହୁଥିବା ଲୋକମାନେ ଏହା ବିଷୟରେ ଜାଣି ପାରି ନଥିଲେ।'

ସୂଚନା ମିଳିଛି ଯେ, ଅଭିନେତ୍ରୀଜଣକ ଆପାର୍ଟମେଣ୍ଟରେ ଭଡ଼ାରେ ରହୁଥିଲେ। କିନ୍ତୁ ସେ ୨୦୨୪ ମସିହାରୁ ଘରମାଲିକଙ୍କୁ ଭଡ଼ା ଦେବା ବନ୍ଦ କରିଦେଇଥିଲେ, ଯାହା ପରେ କୋର୍ଟ ତାଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ଗିଜ୍ରି ପୁଲିସ ଆପାର୍ଟମେଣ୍ଟ ଖାଲି କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା। ଯେତେବେଳେ ପୁଲିସ ଅପରାହ୍ନ ୩.୧୫ରେ କବାଟ ବାଡ଼ାଇଥିଲା, କେହି ଉତ୍ତର ଦେଇନଥିଲେ। ଏହା ପରେ ପୁଲିସ ତାଲା ଭାଙ୍ଗି ଆପାର୍ଟମେଣ୍ଟ ଭିତରକୁ ପ୍ରବେଶ କରିବାରୁ ସେଠାରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe