ସାନିଆଙ୍କ ସମର୍ଥନରେ ଅନେକ ପାକ୍‌ କଳାକାର; ଟ୍ରୋଲ୍‌ ହେଉଛନ୍ତି ସୋଏବ୍‌

ସାନିଆଙ୍କ ସମର୍ଥନରେ ଅନେକ ପାକ୍‌ କଳାକାର; ଟ୍ରୋଲ୍‌ ହେଉଛନ୍ତି ସୋଏବ୍‌

ଇସ୍‌ଲାମ୍‌ବାଦ୍‌: ସୁନମଧନ୍ୟ ଟେନିସ୍‌ ତାରକା ସାନିଆ ମିର୍ଜାଙ୍କ ପୂର୍ବ ସ୍ବାମୀ ସୋଏବ ମଲ୍ଲିକ ତୃତୀୟ ବିବାହ କରି ସାରିଛନ୍ତି। ସେ ସାନିଆଙ୍କୁ ପରିତ୍ୟାଗ କରି ତୃତୀୟ ବିବାହ କରିବା ପରେ ‌ସାନିଆଙ୍କ ସମର୍ଥନଙ୍କ ସଂଖ୍ୟା ଏବେ ବଢ଼ିବାରେ ଲାଗିଛି।

ବିଶେଷ କରି ପାକିସ୍ତାନ୍‌ ସିନେ ଜଗତର ଅନେକ କଳାକାର ସାନିଆ ମିର୍ଜାଙ୍କ ପ୍ରତି ସେମାନଙ୍କ ସମର୍ଥନ ଓ ସମବେଦନା ଜ୍ଞାପନ କରିଛନ୍ତି। ସାନିଆଙ୍କ ସପକ୍ଷ‌ରେ ବାହାରି ପାକ୍‌ ଅଭିନେତ୍ରୀ ନୌସିନ ଶାହା ସାନିଆଙ୍କ ଉପରେ ନିଜର ଭଲପାଇବା ପ୍ରକଟ କରି କହିଛନ୍ତି, ‘‘ତୁମ ପ୍ରତି ମୋର ଭଲପାଇବା ଅଛି ସାନିଆ ମିର୍ଜା। ତୁମର ସଚ୍ଚୋଟତା ମୋତେ ଖୁବ୍ ପସନ୍ଦ।’’ ତାଙ୍କ ବ୍ୟତୀତ ଆହୁରି ଅନେକ ସେଲିବ୍ରିଟି ସାନିଆଙ୍କ ସମର୍ଥନରେ ବାହାରିଛନ୍ତି। ସୋସିଆଲ୍‌ ମିଡିଆରେ ଏବେ ସୋଏବଙ୍କୁ ଖୁବ୍‌ ଜୋର୍‌ରେ ଟ୍ରୋଲ୍‌ କରାଯାଉଛି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ସାନିଆ ଓ ସୋଏବଙ୍କ ବାହାଘର ୨୦୧୦ ମସିହାରେ ହୋଇଥିଲା। ଦୁହିଁଙ୍କ ବାହାଘର ସେ ସମୟରେ ଉଭୟ ଭାରତ ଓ ପାକିସ୍ତାନରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଭାରତର ଝିଅ ଯାଇ ପାକିସ୍ତାନ‌ରେ ବୋହୂ ହେବା ପରେ ତାହାକୁ ନେଇ ଖୁବ୍ ଆଲୋଚନ ହୋଇଥିଲ। ସେମାନଙ୍କର ଏକ ପୁଅ ବି ଅଛି। ହେଲେ ବାହାଘରର ୧୪ ବର୍ଷ ପରେ ଦୁହେଁ ଅଲଗା ହୋଇ ଯାଇଛନ୍ତି। ସେମାନଙ୍କ ପୁଅ ଏବେ ସାନିଆଙ୍କ ପାଖରେ ହିଁ ରହୁଛି।

ଗତବର୍ଷଠାରୁ ସେମାନଙ୍କ ବିବାହ ବିଚ୍ଛେଦ କଥା ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ‌ଏବେ ଶେଷରେ ତାହା ସତ ‌ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe