ଶାହରୁଖଙ୍କୁ ଭାରତ ଛାଡ଼ି ‌ଦେବାକୁ ଟୁଇଟ କରି କହିଲେ ପାକିସ୍ତାନ ଆଙ୍କର

Advertisment
ଶାହରୁଖଙ୍କୁ ଭାରତ ଛାଡ଼ି ‌ଦେବାକୁ ଟୁଇଟ କରି କହିଲେ ପାକିସ୍ତାନ ଆଙ୍କର

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ୨୩ବର୍ଷୀୟ ପୁଅ ଆରୟନ ଡ୍ରଗ୍ସ ମାମଲାରେ ଗିରଫ ହୋଇ ମୁମ୍ବାଇ ଆର୍ଥର ରୋଡ ଜେଲରେ ବନ୍ଦୀ ଅଛନ୍ତି। ଗତ ଅକ୍ଟୋବର ୪ ତାରିଖରେ ଏନସିବି ଆରୟନ ଖାନଙ୍କୁ ବିଚାରବିଭାଗୀୟ ହେପାଜତକୁ ନେଇଥିଲା। ଏନସିବି ଏବେ ଏହି ମାମଲାର ଯାଞ୍ଚ କରୁଛି। କୁହାଯାଉଛି କି ଏହି ଯାଞ୍ଚରେ ଅନ୍ୟ କେତେଜଣ ନାମୀ ଲୋକଙ୍କ ନାମ ବି ସାମ୍ନାକୁ ଆସିପାରେ।

ପାକିସ୍ତାନରେ ବି ଆରୟନଙ୍କ ମାମଲାକୁ ନେଇ  ଚର୍ଚ୍ଚା ଚାଲିଛି। ଏହି କ୍ରମରେ ଜଣେ ପାକିସ୍ତାନର ପ୍ରସିଦ୍ଧ ଆଙ୍କର ଓ୍ୱକାର ଜାକା ଶାହରୁଖଙ୍କ ସମର୍ଥନରେ ଟ୍ୱିଟ୍ କରିଛନ୍ତି ।

ଓ୍ୱକାର ଟ୍ୱିଟ୍ କରି କହିଛନ୍ତି ଯେ, ‘ଶାହରୁଖ ସାର୍, ଆପଣ ଭାରତ ଛାଡି ଦିଅନ୍ତୁ । ସପରିବାର ସହିତ ପାକିସ୍ତାନ ଚାଲିଆସନ୍ତୁ । ଏଠାରେ ରୁହନ୍ତୁ । ନରେନ୍ଦ୍ର ମୋଦୀ ସରକାର ଆପଣଙ୍କ ସରକାର ସହ ଯାହା କରୁଛନ୍ତି ତାହା ଭୁଲ ଅଟେ । ମୁଁ ଆପଣଙ୍କୁ ସମର୍ଥନ କରୁଛି।’

ଏହି ଟ୍ୱିଟ୍ ପରେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲର ସାମ୍ନା କରିବାକୁ ପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe