କରଣ ଜୋହରଙ୍କ ଉପରେ ଗୀତ ଚୋରି ଅଭି‌ଯୋଗ ଆଣିଲେ ପାକିସ୍ତାନୀ କଣ୍ଠଶିଳ୍ପୀ

Advertisment
କରଣ ଜୋହରଙ୍କ ଉପରେ ଗୀତ ଚୋରି ଅଭି‌ଯୋଗ ଆଣିଲେ ପାକିସ୍ତାନୀ କଣ୍ଠଶିଳ୍ପୀ

ମୁମ୍ବାଇ: ଫିଲ୍ମ ‘ଯୁଗ ଯୁଗ ଜିଓ’ ଟ୍ରେଲର୍‌ ଲଞ୍ଚ୍‌ ହେବା ପରେ ଚଳଚ୍ଚିତ୍ରଟି ବିବାଦ ଘେର ଭିତରକୁ ଆସିଯାଇଛି। ଏହି ଫିଲ୍ମର ଟ୍ରେଲର୍‌ରେ ଏକ ଧମାକାଦାର ଗୀତ ଆପଣ ଶୁଣିଥିବେ। ଗୀତଟି ହେଉଛି ‘ନାଚ୍‌ ପଞ୍ଜାଗନ୍‌’। ଏହି ଗୀତରେ ସବୁ ଷ୍ଟାର୍‌ ଝୁମୁଥିବାର ଟ୍ରେଲର୍‌ରେ ଦେଖିବାକୁ ମିଳିଛି। ଟ୍ରେଲର୍‌ ରିଲିଜ୍‌ ହେବା ପରେ ‌ହିଁ ଲୋକେ ଏହି ଗୀତଟିକୁ ଗୁଣୁଗୁଣଇେବା ଆରମ୍ଭ କରି ଦେଇଛନ୍ତି।

ମାତ୍ର ଏବେ ଏହି ଗୀତକୁ ନେଇ ପ୍ରକୃତ ସତ ଜାଣିବାକୁ ମିଳିଛି। ଏହି ଗୀତ କୁଆଡ଼େ ନୂଆ ନୁହେଁ, କାଫି ପୁରୁଣା। ଯାହାକୁ ପାକିସ୍ତାନୀ କଣ୍ଠଶିଳ୍ପୀ ଅବରାର୍‌ ଉଲ ହକ୍‌ ଗାଇଛନ୍ତି। ଅର୍ଥାତ ଏହା କରଣ ଜୋହରଙ୍କ ‘ଧର୍ମା ପ୍ରଡକ୍ସନ’ର ନିଜ ଗୀତ ନୁହେଁ। ଏ ନେଇ ତାଙ୍କ ଉପରେ ଗୀତ ଚୋରି ଅଭିଯୋଗ ଆଣିଛନ୍ତି ପାକିସ୍ତାନୀ କଣ୍ଠଶିଳ୍ପୀ।

publive-image photo-indianspice.co.za

କଣ୍ଠଶିଳ୍ପୀ ଅବରାର୍‌ ଉଲ ହକ୍‌ ସୋସିଆଲ୍‌ ମିଡିଆ ଜରିଆରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ଧର୍ମା ପ୍ରଡକ୍ସନ ତାଙ୍କର ବିନା ଅନୁମତିରେ ତାଙ୍କ ଗୀତ ଚୋରାଇଛି ବୋଲି ସେ ତାଙ୍କ ପୋଷ୍ଟ୍‌ରେ ଉଲ୍ଲେଖ କରିଛନ୍ତି।

ସେ ତାଙ୍କ ପୋଷ୍ଟ୍‌ରେ ଲେଖିଛନ୍ତି, ‘ମୁଁ ମୋ ଗୀତ ନାଚ୍‌ ପଞ୍ଜାବନ୍‌ କୌଣସି ଭାରତୀୟ ସିନେମାକୁ ବିକ୍ରି କରିନାହିଁ। ମୁଁ କପି ରାଇଟ୍‌ ରିଜର୍ଭ ରଖିଛି। କରଣ ଜୋହରଙ୍କ ପରି ପ୍ରଯୋଜକଙ୍କୁ ଗୀତ ଚୋରାଇବାର ନଥିଲା। ଏହା ମୋର ଷ‌ଷ୍ଠ ଗୀତ, ଯାହାକୁ କପି କରାଯାଉଛି। ଯାହାକୁ ବିଲ୍‌କୁଲ୍‌ ବି ଅନୁମତି ମିଳିବ ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe