ପାକିସ୍ତାନରେ ୧୭ବର୍ଷୀୟ ଟିକ୍‌ଟକ୍‌ରଙ୍କୁ ଘରେ ପଶି ହତ୍ୟା କଲେ ଯୁବକ

Advertisment
fwgeqhe

ଇସଲାମାବାଦ: ପାକିସ୍ତାନରେ ୧୭ବର୍ଷୀୟ ଟିକ୍‌ଟକ୍‌ ଷ୍ଟାର୍‌ଙ୍କୁ ଘରେ ପଶି ହତ୍ୟା କଲେ ଦୁର୍ବତ୍ତ। ଜଣାଶୁଣା ଟିକ୍‌ଟକ୍‌ର ସନା ୟୁସୁଫ ଅନର କିଲିଂର ଶିକାର ହୋଇଥିବା କୁହାଯାଉଛି। ଘଟଣାଟି ସୋମବାର ଘଟିଥିବା ବେଳେ ସନାଙ୍କୁ ଜଣେ ଅଜ୍ଞାତ ଆକ୍ରମଣକାରୀ ନିକଟରୁ ଗୁଳି କରିଥିଲା। ଏହି ହତ୍ୟାକାଣ୍ଡ ପରେ, ପୁଲିସ ଅଜ୍ଞାତ ସନ୍ଦିଗ୍ଧ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି।

ପାକିସ୍ତାନର ଖବରକାଗଜ 'ଡନ୍'ର ରିପୋର୍ଟ ଅନୁଯାୟୀ, ସନାଙ୍କ ମା’ ଫରଜାନା ୟୁସୁଫଙ୍କ ଅଭିଯୋଗ କ୍ରମେ ସୋମବାର ସନ୍ଧ୍ୟାରେ ସୁମ୍ବଲ ପୁଲିସ ଷ୍ଟେସନରେ ଏତଲା ରୁଜୁ କରାଯାଇଛି। ଏଥିରେ ଅଜ୍ଞାତ ଅଭିଯୁକ୍ତ ବିରୋଧରେ ଧାରା ୩୦୨ (ଜାଣିଶୁଣି ହତ୍ୟା) ଲାଗୁ କରାଯାଇଛି।

ସୂଚନା ଅନୁଯାୟୀ, ୧୭ ବର୍ଷୀୟା ସନା ପାକିସ୍ତାନ ସୋସିଆଲ ମିଡିଆରେ ପ୍ରସିଦ୍ଧ ଥିଲେ। ତାଙ୍କର ଟିକଟକ୍ ଆକାଉଣ୍ଟରେ ପ୍ରାୟ ୮୦୦,୦୦୦ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରାୟ ୫୦୦,୦୦୦ ଫଲୋଅର୍ସ ଥିଲେ। ଏତଲାରେ ଲେଖାଯାଇଛି ଯେ, ସନ୍ଧ୍ୟା ପ୍ରାୟ ୫ଟା ସମୟରେ ହାତରେ ପିସ୍ତଲ ଧରି ଜଣେ ଯୁବକ ହଠାତ୍ ସନାଙ୍କ ଘରେ ପ୍ରବେଶ କରିଥିଲେ। କେହି କିଛି କରିବା ପୂର୍ବରୁ ସେ ସନାଙ୍କୁ ଅତି ପାଖରୁ ଗୁଳି କରିଥିଲେ। ସନାଙ୍କ ଛାତିରେ ଦୁଇଟି ଗୁଳି ବାଜିଥିଲା, ଯାହା ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତୁରନ୍ତ ତ‌ାଙ୍କୁ ହସ୍ପିଟାଲ ନିଆଯାଇଥିଲେ ବି ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe