www.aajtak.in
ମୁମ୍ବାଇ: ଶ୍ବେତା ତିୱାରୀଙ୍କ ଗେହ୍ଲୀ ଝିଅ ପଲକ ତିୱାରୀ ଖୁବ୍ କମ୍ ସମୟରେ ମନୋରଞ୍ଜନ ଦୁନିଆରେ ନିଜର ନାମ କମାଇବାରେ ସମର୍ଥ ହୋଇଛନ୍ତି। ନିଜର ଅଭିନୟ ଡେବ୍ୟୁକୁ ବାଦ୍ ଦେଇ ପଲକ ଯଦି ଅନ୍ୟ କୌଣସି କାରଣରୁ ସବୁଠାରୁ ଅଧିକ ଚର୍ଚ୍ଚାରେ ରହୁଛନ୍ତି, ତେବେ ତାହା ହେଉଛି ଛୋଟା ନବାବ ସୈଫ୍ ଅଲ୍ଲୀ ଖାନ୍ଙ୍କ ପୁଅ ଇବ୍ରାହିମ୍ ଖାନଙ୍କ ସହ ରହିଥିବା ତାଙ୍କ ସଂପର୍କକୁ ନେଇ।
ନିକଟରେ ପଲକଙ୍କର ଇଣ୍ଟର୍ନେଟ୍ରେ ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଭିଡିଓରେ ସେ ଇବ୍ରାହିମ୍ ଖାନ୍ଙ୍କ ସହ ଏକ କାର୍ରେ ବସିଥିବାର ନଜର ଆସିଥିଲେ। ଅଚାନକ ସେ ଫଟୋଗ୍ରାଫର୍ଙ୍କୁ ଦେଖିବା ପରେ ନିଜ ପାପୁଲିରେ ମୁହଁକୁ ଢାଙ୍କି ଦେଉଥିଲେ।
View this post on Instagram
ଏ ସଂପର୍କରେ ପଲକଙ୍କୁ ପଚରା ଯିବାରୁ ସେ ନିଜକୁ ଇବ୍ରାହିମ୍ଙ୍କର କେବଳ ଜଣେ ଭଲ ବନ୍ଧୁ ବୋଲି କହିଛନ୍ତି। ତେବେ ସେ ଫଟୋଗ୍ରାଫରଙ୍କୁ ଦେଖି ନିଜ ମୁହଁ କାହିଁକି ଲୁଚାଇଲେ ବୋଲି ପଚରାଯିବାରୁ ପଲକ କହିଛନ୍ତି, ‘ମୁଁ କେବଳ ମୋ ମାଆ ପାଇଁ ମୁହଁ ଲୁଚାଉଥିଲି। କାହିଁକି ନା, ମୁଁ ଅନ୍ୟ ସ୍ଥାନରେ ଅଛି ବୋଲି ମାଆଙ୍କୁ କହିଥିଲି। ମାଆଙ୍କୁ କହିଥିବା ମିଛ ଧରାପଡ଼ିଯିବା ଭୟରେ ମୁଁ ମୋର ମୁହଁ ଲୁଚାଉଥିଲି। ମୋ ମାଆ ଫଟୋଗ୍ରାଫର୍ଙ୍କ ଫଟୋରୁ ମୋ ଲୋକେସନ୍ ଟ୍ରାକ୍ କରିଥାନ୍ତି। ସେଦିନ ରାତିରେ ୧ ଘଣ୍ଟା ପୂର୍ବରୁ ମୁଁ ତାଙ୍କ କହିଥିଲି ଯେ ମୁଁ ଘରକୁ ବାହାରି ଗଲିଣି। ମୋ ମିଛ ଧରାପଡ଼ିଯିବ ବୋଲି ମୁହଁ ଲୁଚାଉଥିଲି।’
Follow Us