କଙ୍ଗନାଙ୍କ ଜୀବନୀକୁ ନେଇ ନିର୍ମାଣ ହେବ ଫିଲ୍ମ ! ଟାଇଟଲ୍ ବାଛି ସାରିଲେଣି ଫିଲ୍ମ 'ପଙ୍ଗା'ର ନିର୍ଦ୍ଦେଶିକା

Advertisment
କଙ୍ଗନାଙ୍କ ଜୀବନୀକୁ ନେଇ ନିର୍ମାଣ ହେବ ଫିଲ୍ମ ! ଟାଇଟଲ୍ ବାଛି ସାରିଲେଣି ଫିଲ୍ମ 'ପଙ୍ଗା'ର ନିର୍ଦ୍ଦେଶିକା

bhaskar.com

ମୁମ୍ବାଇ: ଏବେ ବଲିଉଡରେ ବାୟୋପିକର ଋତୁ ଚାଲିଥିବା ବେଳେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଜୀବନୀକୁ ନେଇ ମଧ୍ୟ ଖୁବ୍ ଶୀଘ୍ର ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ମୁମ୍ବାଇରେ ଆୟୋଜିତ ଏକ ଇଭେଣ୍ଟରେ ଯୋଗ ଦେଇ ବାୟୋପିକ୍ ନିର୍ମାଣ ବିଷୟରେ କହିଛନ୍ତି ଫିଲ୍ମ 'ପଙ୍ଗା'ର ନିର୍ଦ୍ଦେଶିକା ଅଶ୍ବିନୀ ଅୟାର। ସେ କହିଛନ୍ତି, ଯଦି ମୋତେ ସୁଯୋଗ ମିଳେ ତେବେ ମୁଁ ନିହାତି ଭାବରେ କଙ୍ଗନାଙ୍କ ଜୀବନୀକୁ ନେଇ ଫିଲ୍ମ ତିଆରି କରିବି। ଯାହାର ନାଁ ରହିବ କଙ୍ଗନା ଭର୍ସସ କଙ୍ଗନା। କିନ୍ତୁ ଏବେ କଙ୍ଗନାଙ୍କୁ ଅନେକ ବାଟ ଯିବାର ଅଛି। ଏବେ ତାଙ୍କର ବାୟୋପିକ୍ ନିର୍ମାଣ କରିବାର ସଠିକ୍ ସମୟ ଆସିନାହିଁ। ପ୍ରଥମେ ସେ ବିବାହ କରିସାରନ୍ତୁ। ପରେ ଭବିଷ୍ୟତରେ ଯଦି କଙ୍ଗନା ମୋତେ ସୁଯୋଗ ଦେବେ ତେବେ ମୁଁ ତାଙ୍କ ଜୀବନୀକୁ ନେଇ ନିଶ୍ଚିତ ଭାବରେ ଫିଲ୍ମ ତିଆରି କରିିବି। 'ଥଲାଇବୀ'ର ସୁଟିଂ ସମୟରେ ସେ ନିଜର ବ‌ାୟୋପିକ୍ ନିର୍ମାଣ କରିବା ନେଇ ଚିନ୍ତା କରିଥିଲେ। ମୋତେ ଏ ବିଷୟରେ ଜଣାଇବା ସହ ନିଜ ବାୟୋପିକର ନିର୍ଦ୍ଦେଶନା ସେ ନିଜେ ଦେବେ ବୋଲି ଇଚ୍ଛା ରଖିଛନ୍ତି। କିନ୍ତୁ ଯଦି ସେ ମୋତେ ନିର୍ଦ୍ଦେଶନାର ସୁଯୋଗ ଦେବେ, ତେବେ ମୁଁ ବହୁତ ଖୁସି ହେବି।

Image result for panga-director-ashwiny-iyer-tiwari-on-kangana-biopic-says-she-would-love-to-make-that India TV News

କଙ୍ଗନାଙ୍କ ବର୍ତ୍ତମାନ ଫିଲ୍ମ 'ପଙ୍ଗା' ପରେ ଫିଲ୍ମ 'ଥଲାଇବୀ'ର ସୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି। 'ପଙ୍ଗା' ସୁପରହିଟ୍ ହେବା ପରେ ଏବେ ସେ 'ଥଲାଇବୀ'କୁ ସୁପରହିଟ୍ କରିବାରେ ଲାଗି ପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe