Image Source-freepressjournal.in
ମୁମ୍ବାଇ: ଚଳିତ ବର୍ଷର ସୁପରହିଟ ସିନେମା ‘କବୀର ସିଂ’ର ବକ୍ସ ଅଫିସରେ ସଫଳତା ପରେ ଶାହିଦ କପୁର କେଉଁ ସିନେମାରେ କାମ କରିବେ ତାକୁ ନେଇ ଆଲୋଚନା ଚାଲିଥିବା ବେଳେ ଶାହିଦ କପୁର ପୁଣି ଥରେ ଏକ ତେଲୁଗୁ ଫିଲ୍ମର ହିନ୍ଦୀ ରିମେକରେ ନଜର ଆସିବେ।
ଏହା ହେଉଛି ଚଳିତ ବର୍ଷ ଏପ୍ରିଲ ମାସରେ ମୁକ୍ତିଲାଭ କରିଥିବା ତେଲୁଗୁ ଫିଲ୍ମ ‘ଜର୍ସି’ର ହିନ୍ଦୀ ରିମେକ ।
Image Source-News 18ଏଥିପାଇଁ ତାଙ୍କୁ ତେଲୁଗୁ ଫିଲ୍ମ ନିର୍ଦ୍ଦେଶକ ଗୌତମ ତିନ୍ନାନୁରୀ ଚୁକ୍ତିବଦ୍ଧ କରିଥିବା ଜଣାଯାଇଛି। ଆଲୁ ଅରବିନ୍ଦ, ଅମନ ଗିଲ ଏବଂ ଦିଲ ରାଜୁ ଏହାର ପ୍ରଯୋଜନା କରୁଛନ୍ତି। ଏହି ସିନେମାର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ ଏବଂ ଫିଲ୍ମଟି ୨୦୨୦ ଅଗଷ୍ଟ ୨୮ ତାରିଖରେ ରିଲିଜ ହେବ। ‘ଜର୍ସି’ ଲିଡ ରୋଲ ପାଇଁ ଶାହିଦ ହିଁ ତାଙ୍କର ପ୍ରଥମ ପସନ୍ଦ ଥିଲେ ବୋଲି ନିର୍ଦ୍ଦେଶକ ଗୌତମ ତିନ୍ନାନୁରୀ କହିଛନ୍ତି । ‘ଜର୍ସି’ର କାହାଣୀ ଜଣେ ୩୬ ବର୍ଷୀୟ ଅସଫଳ କ୍ରିକେଟର ଅର୍ଜୁନଙ୍କ ଜୀବନୀକୁ ନେଇ ଆଧାରିତ ବୋଲି ଜଣାଯାଇଛି।
ସବୁଠାରୁ ବଡ଼ କଥା ହେଲା ଯେ ଏଥିରେ ଶାହିଦଙ୍କ ସହ ତାଙ୍କ ବାପା ପଙ୍କଜ କପୁର ବି ନଜର ଆସିବେ। ଏଥିରେ ପଙ୍କଜ କପୁର ଶାହିଦଙ୍କ ଗୁରୁ ଚରିତ୍ରରେ ଦେଖା ଦେବେ ବୋଲି ଶୁଣିବାକୁ ମିଳୁଛି।
Follow Us