ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନେଲା ଅଭିନେତାଙ୍କ ଭିଣୋଇଙ୍କ ଜୀବନ: ଭଉଣୀ ଗୁରୁତର

Advertisment
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନେଲା ଅଭିନେତାଙ୍କ ଭିଣୋଇଙ୍କ ଜୀବନ: ଭଉଣୀ ଗୁରୁତର

ନୂଆଦିଲ୍ଲୀ: ଗତଶନିବାର ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଭିଣୋଇ ରାକେଶ ତିୱାରୀଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିବା ବେଳେ ଭଉଣୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଏକ ଭିଡିଓ ବି ସାମ୍ନାକୁ ଆସିଛି।

ପୁଲିସ ସୂତ୍ରରୁ ପ୍ରକାଶ, ଗତଶନିବାର ଦିନ ରାତି ପ୍ରାୟ ୪.୩୦ ସମୟରେ ଦିଲ୍ଲୀ-କୋଲକାତା ଜାତୀୟ ରାଜପଥ ନମ୍ବର ୨ରେ ଏହି ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ ପଙ୍କଜ ତ୍ରିପାଠୀଙ୍କ ଭଉଣୀ ଓ ଭିଣୋଇ ବିହାରର ଗୋପାଳଗଞ୍ଜରୁ ପଶ୍ଚିମବଙ୍ଗ ଯାଉଥିଲେ।

ଦୁର୍ଘଟଣା ପରେ ରାକେଶ ତିୱାରୀ ଓ ପଙ୍କଜଙ୍କ ଭଉଣୀ ସବିତା ତିୱାରୀଙ୍କୁ ଧନବାଦର ଏସଏନଏମଏମସିଏଚ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ରାକେଶଙ୍କୁ ମୃତଘୋଷଣା କରିଥିବା ବେଳେ ପଙ୍କଜଙ୍କ ଭଉଣୀଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କରିଥିଲେ।  ଦୁର୍ଘଟଣାରେ ସବିତା ତିୱାରୀଙ୍କ ଗୋଡ଼‌ ଭାଙ୍ଗି ଯାଇଥିବା ବେଳେ ସେ ଏବେ ବିପଦମୁକ୍ତ ଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe