ସଂଘର୍ଷ ଦିନଗୁଡ଼ିକୁ ମନେ ପକାଇ ଭାବବିହ୍ବଳ ହୋଇପଡ଼ିଲେ ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀ

Advertisment
ସଂଘର୍ଷ ଦିନଗୁଡ଼ିକୁ ମନେ ପକାଇ ଭାବବିହ୍ବଳ ହୋଇପଡ଼ିଲେ ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀ

ମୁମ୍ବାଇ: ପଙ୍କଜ ତ୍ରିପାଠୀ ବଲିଉଡର ଶ୍ରେଷ୍ଠ ଅଭିନେତାମାନଙ୍କ ମଧ୍ୟରୁ ଜଣେ। ଗତ କିଛି ବର୍ଷ ମଧ୍ୟରେ ପଙ୍କଜ ବିଭିନ୍ନ ଭୂମିକାରେ ଅଭିନୟ କରି ପ୍ରଶଂସକଙ୍କ ହୃଦୟରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ପୂର୍ବରୁ ତାଙ୍କୁ କାମ ମିଳୁନଥିବା ବେଳେ ଏବେ ସେ ଯେଉଁ ପ୍ରୋଜେକ୍ଟ କରୁଛନ୍ତି, ଏବେ ତାହା ନିଶ୍ଚିତ ସଫଳ ହେଉଛି। ନିଜ ପରିଶ୍ରମରେ ନିଜର ଏକ ବ୍ରାଣ୍ଡ ତିଆରି କରିଛନ୍ତି ପଙ୍କଜ ତ୍ରିପାଠୀ । ତେବେ ସେ ଆଜି ଯେଉଁଠି ଅଛନ୍ତି ସେଠାରେ ପହଞ୍ଚିବା ପାଇଁ ସେ ବହୁତ ସଂଘର୍ଷ ମଧ୍ୟ କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ କହିଥିବ‌ା କିଛି କଥା ଏବେ ଚର୍ଚ୍ଚାରେ ରହିଛି।

पंकज त्रिपाठी aajtak

ଏକ ରେଡିଓ ସୋ’କୁ ଯାଇଥିବା ବେଳେ ପଙ୍କଜ ତ୍ରିପାଠୀ ନିଜ ଜୀବନର ସଂଘର୍ଷ ବିଷୟରେ କହିଥିଲେ। ସଫଳ ହେବା ପାଇଁ ସେ କରୁଥିବା ସଂଘର୍ଷ ମଧ୍ୟରେ ତାଙ୍କୁ ଅନେକ ଲୋକ ଅନେକ କଥା କହିଥିବା କଥା ସେ ଜଣାଇଛନ୍ତି। ତାଙ୍କ କହିବା ମୁତାବକ, କିଛି ଲୋକ ମୋତେ ଅପମାନିତ କରିଛନ୍ତି, କିନ୍ତୁ ଏବେ ସେମାନେ ତାହା ଭୁଲିଯାଇଛନ୍ତି। ଯେତେବେଳେ ସେମାନେ ମୋ ସହ ଦେଖା କରନ୍ତି, ମୋତେ କହିଥିବା କଥା ଭୁଲିଯାଆନ୍ତି। ଲୋକେ ଆପଣଙ୍କୁ ଅପମାନିତ କଲେ ଆପଣ ଦୁଃଖିତ ହୁଅନ୍ତି କି ନାହିଁ ବୋଲି ସୋ’ର ହୋଷ୍ଟ ପଚାରିବା ପରେ ଉତ୍ତରରେ ପଙ୍କଜ ତ୍ରିପାଠୀ କହିଥିଲେ ଯେ, 'ମୁଁ ଗୋଟେ ମଣିଷ । ନିଶ୍ଚିତ ଭାବରେ ମୋତେ ଦୁଃଖ ଲାଗିବ। କେହି ଅପମାନିତ କଲେ ମୁଁ ମଧ୍ୟ ଅନ୍ୟମାନଙ୍କ ଭଳି ରାଗି ଯାଏ। କିନ୍ତୁ ପରେ ମୁଁ ଏହି ସବୁ ଜିନିଷ ଭୁଲିଯିବାକୁ ଚେଷ୍ଟା କରେ। କାରଣ ମନରେ କାହା ପାଇଁ ଖରାପ ଚିନ୍ତା କରିବା ଦ୍ବାରା ମୋର ହିଁ କ୍ଷତି ହେବ।  ସେଥିପାଇଁ ମୁଁ ଆଗକୁ ବଢ଼ି ଚାଲିଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe