ଜରାଜୀର୍ଣ୍ଣ ହୋଇ ପଡ଼ିଥିବା ସରକାରୀ ସ୍କୁଲର ମରାମତି କଲେ ପଙ୍କଜ, ପ୍ରଶଂସା କଲେ ଆଇଏଏସ

Advertisment
ଜରାଜୀର୍ଣ୍ଣ ହୋଇ ପଡ଼ିଥିବା ସରକାରୀ ସ୍କୁଲର ମରାମତି କଲେ ପଙ୍କଜ, ପ୍ରଶଂସା କଲେ ଆଇଏଏସ

ଗୋପାଳଗଞ୍ଜ: ଜରାଜୀର୍ଣ୍ଣ ହୋଇ ପଡ଼ିଥିବା ସରକାରୀ ସ୍କୁଲର ମରାମତି କଲେ ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀ। ସବୁବେଳେ ନିଜ ଫିଲ୍ମ ଜରିଆରେ ଦର୍ଶକଙ୍କ ମନ କିଣୁଥିବା ପଙ୍କଜ ଏବେ ଗୋପାଳଗଞ୍ଜରେ ଥିବା ଏକ ସ୍କୁଲର ମରାମତି କରି ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ଏଭଳି କାମକୁ ପ୍ରଶଂସା କରିବା ସହ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗୋପାଳଗଞ୍ଜର ଜିଲ୍ଲା ମାଜିଷ୍ଟ୍ରେଟ ଡ. ନବଲ ତିୱାରୀ।

publive-image aajtak

ମିଳିଥିବା ସୂଚନା ମୁତାବକ, ମୁମ୍ବାଇରେ ବିଳାସପୂର୍ଣ୍ଣ ଘରେ ରହୁଥିବା ପଙ୍କଜ ଗୋପାଳଗଞ୍ଜ ଜିଲ୍ଲାର ବେଲସଣ୍ଡ ଗାଁରେ ଜରାଜୀର୍ଣ୍ଣ ହୋଇ ପଡ଼ିଥିବା ସରକାରୀ ସ୍କୁଲ ବିଷୟରେ ଜାଣିବାକୁ ପାଇଥିଲେ। ସ୍କୁଲର କାନ୍ଥରୁ ସିମେଣ୍ଡ ଛାଡ଼ି ଯାଇଥିବା ବେ‌ଳେ ରଙ୍ଗ ମଧ୍ୟ ଛାଡି ଯାଇଥିଲା। ଏବିଷୟରେ ଜାଣିବା ପରେ ପଙ୍କଜ ଟଙ୍କା ଖର୍ଚ୍ଚ କରି ସ୍କୁଲର ମରାମତି କରିଛନ୍ତି। ତାଙ୍କର ଏଭଳି କାମକୁ ସ୍ଥାନୀୟ ଲୋକଙ୍କ ସମେତ ଜିଲ୍ଲା ମାଜିଷ୍ଟ୍ରେଟ ଡ. ନବଲ ତିୱାରୀ ପ୍ରଶଂସା କରିଛନ୍ତି।

publive-image

ତେବେ କିଛି ଦିନ ତଳେ ସେ ଫିଲ୍ମ ‘ଆଜମଗଡ’ର ନିର୍ମାତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇ ଚର୍ଚ୍ଚାକୁ ଆସିଥିଲେ। ‘ଆଜମଗଡ’ରେ ପଙ୍କଜ ଖୁବ କମ ସମୟ ପାଇଁ ନଜର ଆସିଥିବା ବେଳେ ଫିଲ୍ମର ପ୍ରମୋସନରେ ନିର୍ମାତାମାନେ ତାଙ୍କ ନାଁକୁ ଏପରି ବ୍ୟବହାର କରିଥିଲେ ଯେପରି ସେ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହାକୁ ନେଇ ଅଭିନେତା ଅସନ୍ତୋଷ ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe