ଫିଲ୍ମ ‌'ଶେରଦିଲ'ରୁ ବଲିଉଡରେ ଡେବ୍ୟୁ କରିବେ ଅଭିନେତା‌ ପଙ୍କଜ ତ୍ରିପାଠୀଙ୍କ ପତ୍ନୀ

ଫିଲ୍ମ ‌'ଶେରଦିଲ'ରୁ ବଲିଉଡରେ ଡେବ୍ୟୁ କରିବେ ଅଭିନେତା‌ ପଙ୍କଜ ତ୍ରିପାଠୀଙ୍କ ପତ୍ନୀ

ମୁମ୍ବାଇ: ପଙ୍କଜ ତ୍ରିପାଠୀ ବଲିଉଡର ଜଣେ ଦକ୍ଷ ଅଭିନେତା। ପଙ୍କଜ ଦୀର୍ଘ ସମୟ ଧରି ଇଣ୍ଡଷ୍ଟ୍ରିରେ କାମ କରି ଆସୁଥିଲେ ହେଁ ଟିକେ ବିଳମ୍ବରେ ଲୋକପ୍ରିୟତା ପାଇଥିଲେ। କିନ୍ତୁ ଏବେ ପଙ୍କଜଙ୍କ ନିଆରା ଅଭିନୟ ସମସ୍ତଙ୍କ ମନ କିଣି ପାରିଛି। ସେ ଫିଲ୍ମ ଏବଂ ୱେବ ସିରିଜ ମାଧ୍ୟମରେ ଏବେ ଦର୍ଶକଙ୍କ ପ୍ରିୟ କଳାକାର ହୋଇପାରିଛନ୍ତି। ଏବେ ସେ ନିଜର ଆଗାମୀ ଫିଲ୍ମ 'ଶେରଦିଲ'ର ସୁଟିଂରେ ବ୍ୟସ୍ତ ଥିବା ଜଣାପଡ଼ିଛି। ତେବେ ସବୁଠାରୁ ବଡ଼ କଥା ହେଲା ଫିଲ୍ମ ଶେରଦିଲରୁ ପଙ୍କଜଙ୍କ ପତ୍ନୀ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ପଙ୍କଜ ପ୍ରକାଶ କରିଛନ୍ତି ଯେ ତାଙ୍କ ପତ୍ନୀ ମୃଦୁଲା ତ୍ରିପାଠୀ ଏହି ଫିଲ୍ମ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଖବର ଶୁଣିବା ପରେ ପଙ୍କଜଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇପଡିଛନ୍ତି। ଏପର୍ଯ୍ୟନ୍ତ ପଙ୍କଜଙ୍କ ପତ୍ନୀ କେବଳ ଇଭେଣ୍ଟ ଏବଂ ପୁରସ୍କାର ଶୋ’ରେ ତାଙ୍କ ସହ ନଜର ଆସିଥିବା ବେଳେ ଏବେ ତାଙ୍କ ସହ ଅଭିନୟ କରିବାକୁ ଯାଉଛନ୍ତି।

ପଙ୍କଜଙ୍କ କହିବା ମୁତାବକ, ତାଙ୍କ ପତ୍ନୀ ମୃଦୁଲା ଫିଲ୍ମରେ ଅତିଥି କଳାକାର ଭାବରେ ନଜର ଆସିବେ। ଏଥିପାଇଁ ତାଙ୍କୁ କୌଣସି ପାରିଶ୍ରମିକ ମଧ୍ୟ ମିଳିବ ନାହିଁ। ମୋ ପତ୍ନୀଙ୍କ ଭଳି ନିର୍ଦ୍ଦେଶକ ସରଜିତ ମୁଖାର୍ଜୀ ମଧ୍ୟ ବଙ୍ଗାଳୀ ହୋଇଥିବାରୁ ସେ ମୋ ପତ୍ନୀଙ୍କୁ ସେଟକୁ ଡାକି ତାଙ୍କୁ ଏକ ଦୃଶ୍ୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଲହା ଶୁଣି ମୋ ପତ୍ନୀ ସଙ୍ଗେ ସଙ୍ଗେ ହଁ କହିଥଲେ । କାରଣ ତାଙ୍କୁ ଫିଲ୍ମରେ ଏକ ସୁନ୍ଦର ବଙ୍ଗଳା ଶାଢ଼ି ପିନ୍ଧିବାର ସୁଯୋଗ ମିଳୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe