ପପୁ ପମପମଙ୍କ ସହ ସଲିଲ ମିତ୍ର ବି ବନିଥିଲେ ଡନ୍ !

Advertisment
ପପୁ ପମପମଙ୍କ ସହ ସଲିଲ ମିତ୍ର ବି ବନିଥିଲେ ଡନ୍ !

ଭୁବନେଶ୍ୱର: ପ୍ରାୟ ତିନିବର୍ଷ ବର୍ଷ ତଳେ ଏକ ଓଡ଼ିଆ ସିନେମା ରିଲିଜ୍ ହୋଇଥିଲା ,ଯେଉଁଥିରେ ଦିବଙ୍ଗତ ହାସ୍ୟାଭିନେତା ସଲିଲ ମିତ୍ର ପ୍ରଥମ ଥର ଲାଗି ଜଣେ ଡନ ଭୂମିକାରେ ନଜର ଆସିଥିଲେ। ଏହି ଫିଲ୍ମରେ ଲୋକାଲ୍ ଡନ ଭୂମିକାରେ ନଜର ଆସିଥିଲେ ସଲିଲ ମିତ୍ର। ଏଥିରେ ଜଣାଶୁଣା ହାସ୍ୟାଭିନେତା ପପୁ ପମପମଙ୍କର ସହଯୋଗୀ ଥିଲେ ସେ। ଏହି ସିନେମାରେ ଉଭୟ ପପୁ ଏବଂ ସଲିଲଙ୍କର ଗେଟ ଅପ୍ ବି ଥିଲା ସଂପୂର୍ଣ୍ଣ ଭିନ୍ନ। ଏହି କାରଣରୁ ଏଦୁହେଁ ଖୁବ୍ ଚର୍ଚ୍ଚାରେ ଥିଲେ। ଦୁହେଁ ଡନ୍ ସାଜି ଦର୍ଶକଙ୍କୁ ହସାଇ ହସାଇ ବେଦମ କରିଥିଲେ।

ଏଠାରେ ଯେଉଁ ଓଡ଼ିଆ ସିନେମାର କଥା କୁହାଯାଉଛି ତାହାର ଟାଇଟଲ ହେଲା ‘ହେ ପ୍ରଭୁ ଦେଖା ଦେ’ । ଏଥିରେ ଅନୁ ଚୌଧୁରୀ, ପ୍ରଜ୍ଞା, ହରିହର , ମିହିର ଦାସ, ପପୁ ପମପମ ଏବଂ ସଲିଲ ମିତ୍ର ପ୍ରମୁଖଙ୍କୁ ଦେଖିବାକୁ ମିଳିଥିଲା ଗୁରୁତ୍ବପୂର୍ଣ୍ଣ ଭୂମିକାରେ। ଗୋପୀ ଆନନ୍ଦ ଏହାର ନିର୍ଦ୍ଦେଶନା ଦେଇଥିଲେ।

publive-image
ସିନେମାର କାହାଣୀ ଅନୁଯାୟୀ ବହୁ କୋଟି ମୂଲ୍ୟର ଏକ ଦୁର୍ଲଭ ଗଣେଶ ମୂର୍ତ୍ତି ସୁଦୂର କେରଳରୁ ଚୋରି ହୋଇ ଆସେ ଭୁବନେଶ୍ୱର । ଏହି ମୂର୍ତ୍ତିକୁ ହାତେଇବା ଲାଗି ହୁଏ ଯୋଜନା। ପ୍ରଥମେ ଜଣେ ଇଣ୍ଟରନାସନାଲ୍ ସ୍ମଗଲର୍ ଜି.ଏମ୍ ଶଙ୍କରା ଏହାକୁ ପାଇବା ପାଇଁ ଦିନରାତି ଏକ କରିଦିଏ। ଏ ଖବର ପହଞ୍ଚେ ଲୋକାଲ୍ ଡନ ପପୁ ପମପମ ଏବଂ ସଲିଲ ମିତ୍ରଙ୍କ ପାଖରେ । ସେମାନେ ବି ଏହି ଗଣେଶ ମୂର୍ତ୍ତିକୁ ହାତେଇ ବିଦେଶରେ ବିକ୍ରି କରି ମାଲାମାଲ୍ ହେବାର ସ୍ୱପ୍ନ ଦେଖନ୍ତି। ହେଲେ ଡନର ସ୍ୱପ୍ନ ପୂରଣ ହୋଇ ନଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe