Advertisment

ଆଉ ଜଣେ ନାୟିକାଙ୍କ ସହ ପରଦାରେ ରୋମାନ୍ସ କରିବେ ପପୁ ପମପମ୍

Advertisment
ଆଉ ଜଣେ ନାୟିକାଙ୍କ ସହ ପରଦାରେ ରୋମାନ୍ସ କରିବେ ପପୁ ପମପମ୍

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ହାସ୍ୟାଭିନେତା ପପୁ ପମପମଙ୍କୁ ଦର୍ଶକ କେତୋଟି ଓଡ଼ିଆ ଛବିରେ ନାୟକ ଭୂମିକାରେ ବି ଦେଖିବାକୁ ପାଇଛନ୍ତି।। ଏବେ ପୁଣି ଆଉଜଣେ ଅଳ୍ପ ପରିଚିତା ନାୟିକାଙ୍କ ସହ ସେ ଆସୁଛନ୍ତି। ଏଠାରେ ଯେଉଁ ନାୟିକାଙ୍କ କଥା କୁହାଯାଉଛି, ସେ ହେଲେ ପ୍ରିୟଙ୍କା ସାହୁ। ତାଙ୍କୁ ପୂର୍ବରୁ ଦର୍ଶକ ‘ତୁ ମୋ ଡ୍ରମଗାର୍ଲ’, ‘ମନେ ମନେ ମନ ଖୋଜୁଥିଲା’ ଓ ନିକଟରେ ମୁକ୍ତିଲାଭ କରିଥିବା ‘ଶାୟରୀ ଶାୟରୀ’ ଭଳି ଓଡ଼ିଆ ଛବିରେ ଦେଖିବାକୁ ପାଇଛନ୍ତି ସିନେପ୍ରେମୀ। ଯେଉଁ ସିନେମାରେ ପପୁ-ପ୍ରିୟଙ୍କାଙ୍କ ଯୋଡ଼ି ନଜର ଆସିବେ, ତାର ଟାଇଟଲ୍ ହେଲା ‘ଇଶ୍କ ଟ୍ରାଫିକ୍’। ନବାଗତ ପ୍ରେମ ଏହାର ନିର୍ଦ୍ଦେଶକ। ଅସଦ ନିଜାମ ଏହାର ସଙ୍ଗୀତକାର।

publive-image

ସୂଚନାଯୋଗ୍ୟ, ନାୟକଭାବେ ପପୁ ପମପମଙ୍କ ପ୍ରଥମ ଓଡ଼ିଆ ସିନେମା ଥିଲା ପ୍ରଭାସ ଚନ୍ଦ୍ର ରାଉତଙ୍କ ପ୍ରଯୋଜିତ ‘ରଙ୍ଗିଲା ଟୋକା’। ଏହି ସିନେମାରେ ପପୁ ପମପମଙ୍କ ନାୟିକା ଭାବେ ପରଦାକୁ ଆସିଥିଲେ ବଙ୍ଗୀୟ ଯୁବତୀ ଦେବଯାନୀ। ଏହି ଫିଲ୍ମରେ ପପୁ-ଦେବଯାନୀଙ୍କ ଯୋଡ଼ି ବି ଜମି ଯାଇଥିଲା। ଏହାପରେ ଏହାପରେ ନାୟକ ଭାବେ ପୁଣି ପପୁ ପମପମ୍ ମୁରଲୀକ୍ରୀଷ୍ଣାଙ୍କ ନିର୍ଦ୍ଦେଶିତ ‘ଚଉକା ଛକା’ ଫିଲ୍ମରେ ନଜର ଆସିଥିଲେ। ଏହି ଫିଲ୍ମରେ ବି ତାଙ୍କ ବିପକ୍ଷରେ ଜଣେ ବଙ୍ଗୀୟ ନାୟିକାଙ୍କୁ ଦେଖିବାକୁ ମିଳିଥିଲା। ସେହି ନାୟିକା ଜଣକ ହେଲେ ଲଭଲି। ସଙ୍ଗୀତା ଶତପଥୀଙ୍କ ପ୍ରଯୋଜିତ ‘ଆମେ ତ ଟୋକା ଷଣ୍ଢମାର୍କା’ରେ ପପୁ ପମପମ୍ ହିରୋ ଭାବେ ଆସିଥିଲେ। ଏଥିରେ ସେ ଥିଲେ ସୋଲୋ ହିରୋ। ଏହି ଫିଲ୍ମରେ ପପୁଙ୍କ ନାୟିକା ଭୂମିକା ନିଭାଇଥିଲେ ବେଙ୍ଗଲି ବିଉଟି କୋଏଲ୍ ବାନାର୍ଜୀ। ପପୁ ପମପମଙ୍କ ଅଭିନୀତ ଅନ୍ୟ ଏକ ସିନେମା  ‘ମିଷ୍ଟର କହ୍ନେୟା’ରେ ପପୁଙ୍କ ପାର୍ଟନର ବନିଥିଲେ ଝିଲିକ୍। ତେଣେ ଗାଁର ନାଁ ଗାଲୁଆପୁର’ରେ ପପୁ ପମପମଙ୍କ ବିପକ୍ଷରେ ନାୟିକା ଭୂମିକାରେ ଥିଲେ ନବାଗତା ମନୀଷା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe