ପରଦା : ଦୂରଦର୍ଶନର ଟିଆର୍‌ପି ବଢ଼ାଇଲା ‘ରାମାୟଣ’

Advertisment

ଯଦି ‘ମେନେ ପ୍ୟାର୍‌ କିୟା’ ଏବେ ମୁକ୍ତିଲାଭ କରିଥାଆନ୍ତା...

ଯଦି ‘ମେନେ ପ୍ୟାର୍‌ କିୟା’ ଏବେ ମୁକ୍ତିଲାଭ କରିଥାଆନ୍ତା...

ରବିବାର ଠାରୁ ପ୍ରସାରିତ ହେବନାହିଁ ରାମାୟଣ, ଆସିବ ଏହି ପୌରାଣିକ ଧାରାବାହିକ

ଅଶି ଓ ନବେ ଦଶକର ଧାରାବାହିକକୁ ପୁଣିଥରେ ଛୋଟ ପରଦାକୁ ଫେରାଇ ଆଣିବା ଦୂରଦର୍ଶନ ପାଇଁ ଆଶୀର୍ବାଦ ସାବ୍ୟସ୍ତ ହୋଇଛି। ଦୀର୍ଘଦିନ ହେବ ଦୂରଦର୍ଶନରୁ ମୁହଁ ଫେରାଇ ନେଇଥିବା ଦର୍ଶକ ଏବେ ପୁଣି ଦୂରଦର୍ଶନମୁହାଁ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଜାତୀୟ ପ୍ରସାରଣ ପଞ୍ଜୀକରଣରେ ଏହାର ଦର୍ଶକଙ୍କ ସଂଖ୍ୟା ୪୦ ହଜାର ପ୍ରତିଶତ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ସଂପ୍ରତି ରାମାୟଣ ଓ ମହାଭାରତ ସମେତ ଶକ୍ତିମାନ, ଚାଣକ୍ୟ ଆଦି ଧାରାବାହିକ ମଧ୍ୟ ଦର୍ଶକଙ୍କୁ ଭେଟି ଦିଆଯାଇଛି। ଏକଦା ଦୂରଦର୍ଶନ ହିଁ ଏସବୁର ପ୍ରସାରଣ ଆରମ୍ଭ କରିଥିଲା। ରାମାୟଣର ପ୍ରତି ଏପିସୋଡ୍‌ ୪୨.୬ ମିଲିୟନ୍‌ ଲୋକ ଦେଖୁଥିବା କୁହାଯାଇଛି। ସୂଚନାଯୋଗ୍ୟ, ଲକ୍‌ଡାଉନ୍‌ ଅବସରରେ ଲୋକେ ଘରେ ବନ୍ଦୀ ଥିବାରୁ ଦୂରଦର୍ଶନରେ ରାମାୟଣ ଓ ମହାଭାରତ ଆରମ୍ଭ କରିବା ନିଷ୍ପତ୍ତି ନିଆଯାଇ କାର୍ଯ୍ୟକାରୀ ହୋଇଥିଲା।

publive-image MyGoodTimes

ଯଦି ‘ମେନେ ପ୍ୟାର୍‌ କିୟା’ ଏବେ ମୁକ୍ତିଲାଭ କରିଥାଆନ୍ତା...
ଅଭିନେତା ସଲମାନ ଖାନ୍‌ ରବିବାର ଦୁଇଟି ଭିଡିଓ ନିଜ ଇନଷ୍ଟାଗ୍ରାମ୍‌ ପ୍ରୋଫାଇଲ୍‌ରେ ସେୟାର୍‌ କରିଛନ୍ତି। ପ୍ରଥମ ଭିଡିଓରେ ‌୧୯୮୯ର ‘ମେନେ ପ୍ୟାର୍‌ କିୟା’ ଚଳଚ୍ଚିତ୍ରର ଏକ ରୋମାଣ୍ଟିକ୍‌ ସଂଗୀତ ସୁଟିଂ ସମୟର। ଯେଉଁଥିରେ ସଲମାନ୍‌ ଏକ ଗ୍ଲାସ୍‌ରେ ଲାଗିଥିବା ଭାଗ୍ୟଶ୍ରୀଙ୍କ ଓଠର ଚିହ୍ନକୁ ନିଜ ଓଠ ଲଗେଇ ଚୁମୁଥିବାର ଦେଖିବାକୁ ମିଳୁଛି। ଏବେର ଏକ ଭିଡିଓରେ ମଧ୍ୟ ସଲମାନ ସେଇ ଓଠ ଚିହ୍ନ ଥିବା ସେଇ ଗ୍ଲାସ ଆଡ଼କୁ ଯାଉଥିଲେ ହେଁ ତାହାକୁ ନ ଚୁମି ସାନିଟାଇଜର୍ ସ୍ପ୍ରେ’ କରି କପଡ଼ାରେ ସଫା କରିଦେଉଛନ୍ତି। ସଂପ୍ରତି କରୋନା ସଂକ୍ରମଣ ପାଇଁ ସମଗ୍ର ଦେଶ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ସଲମାନ ଲେଖିଛନ୍ତି, ଯଦି ଏବେ ‘ମେ‌ନେ ପ୍ୟାର୍‌ କିୟା’ ଚଳଚ୍ଚିତ୍ର ମୁକ୍ତିଲାଭ କରିଥାଆନ୍ତା, ତେବେ କ’ଣ ହୋଇଥାଆନ୍ତା। ସଲମାନ ସଂପ୍ରତି ଲକ୍‌ଡାଉନ୍‌ରେ ଥିଲେ ମଧ୍ୟ ସଚେତନତା ସୃଷ୍ଟି କରିଚାଲିଥିବା ବେଳେ ଓଡ଼ିଆରେ ମଧ୍ୟ ସେ ଓଡ଼ିଆ ଲୋକଙ୍କୁ ସଚେତନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe