ପରଦା : ଫିଟ୍‌ ରହିବାକୁ ସକାଳେ ତୁଳସୀ ଓ ଅଁଳା ଜୁସ୍‌ ପିଉଛନ୍ତି ବିଗ୍‌ ବି’

ପରିବାର ସହ ତାସ୍‌ ଖେଳୁଛନ୍ତି କଙ୍ଗନା

ପରଦା : ଫିଟ୍‌ ରହିବାକୁ ସକାଳେ ତୁଳସୀ ଓ ଅଁଳା ଜୁସ୍‌ ପିଉଛନ୍ତି ବିଗ୍‌ ବି’

ବଲିଉଡ୍‌ର ମେଗା ସୁପର୍‌ଷ୍ଟାର୍‌ ଅମିତାଭ ବଚ୍ଚନ ତାଙ୍କ ସକାଳର ଖାଦ୍ୟ ରୁଟିନ୍‌ ବାବଦରେ ସୋସିଆଲ ମିଡିଆରେ ସ୍ପଷ୍ଟ କରିଛନ୍ତି। ସେ ନିଜର ଦିନଚର୍ଯ୍ୟା କିପରି ଆରମ୍ଭ କରନ୍ତି, ତା’ର ବିବରଣୀ ଦେଇ କହିଛନ୍ତି ଯେ ସକାଳୁ ସେ ଜିମ୍‌ରେ କିଛି ସମୟ ବିତାଇବା ପରେ ତୁଳସୀ ଓ ପ୍ରୋଟିନ୍‌ ଖାଆନ୍ତି। ସେହିପରି ଜଳଖିଆରେ କିପରି ପଇଡ଼ ପାଣି, ଅଁଳା ଜୁସ, ତୁଳସୀ ପତ୍ର, ପିସ୍ତା ବାଦାମ, କଦଳୀ ଆଦି ଖାଆନ୍ତି ବୋଲି କହିଛନ୍ତି। ନିଜ ଜୀବନଶୈଳୀ ବାବଦରେ ସୂଚନା ଦେଇ ଏହା କିପରି ତାଙ୍କୁ ସୁସ୍ଥ ରଖୁଛି ସେ ସମ୍ପର୍କରେ ସେ ବିସ୍ତୃତ ଭାବେ କହିଛନ୍ତି। ସଂପ୍ରତି ସେ ୭୭ ବର୍ଷରେ ପଦାର୍ପଣ କରିସାରିଥିବା ବେଳେ ଯୋଗ, ପ୍ରାଣାୟମ ଓ ବ୍ୟାୟାମ ଜାରି ରଖିଛନ୍ତି। ଏଥିସହ ବିଗ୍‌-ବି’ ନିଜ ପ୍ରଶଂସକମାନଙ୍କୁ ଶୀଘ୍ର ଶୋଇବା ପାଇଁ ପରାମର୍ଶ ଦେଇଛନ୍ତି।

publive-image

ପରିବାର ସହ ତାସ୍‌ ଖେଳୁଛନ୍ତି କଙ୍ଗନା
ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାୱତ ଲକ୍‌ଡାଉନ୍‌ରେ ନିଜ ପରିବାର ସହ ସମୟକୁ ଖୁବ୍‌ ଉପଭୋଗ କରୁଛନ୍ତି। ସେ ନିଜ ପରିବାର ସହ ତାସ୍‌ ଖେଳୁଥିବା ବେଳେ ତାଙ୍କର ଏହି ଫଟୋଟିକୁ ଭଉଣୀ ରଙ୍ଗୋଲି ଚାନ୍ଦେଲ ସୋସିଆଲ ମିଡିଆରେ‌ ସେୟାର କରିଛନ୍ତି। ଫଟୋରେ କଙ୍ଗନାଙ୍କ ବାପାଙ୍କ ସମେତ ପୂରା ପରିବାର ଉପସ୍ଥିତ ଅଛନ୍ତି। ଏକ ଖୋଲା ସ୍ଥାନରେ ସେମାନେ ତାସ୍‌ ଖେଳୁଥିବା ଦେଖିବାକୁ ମିଳିଛି। ପିଲାବେଳେ ତାଙ୍କ ବାପା ଭାଇକୁ ତାସ୍‌ ଖେଳିବା ପାଇଁ ଦେଉନଥିବା ବେଳେ ଏବେ ସେ ତାସ୍‌ ଖେଳର ସୂତ୍ର ପିଲାମାନଙ୍କୁ ବତାଉଛନ୍ତି। ଯାହା ବହୁତ ଆନନ୍ଦ ଦେଉଛି ବୋଲି ରଙ୍ଗୋଲି ଲେଖିଛନ୍ତି। ଏହି ଫଟୋକୁ ନେଇ ଜଣେ ପ୍ରଶଂସକ ଟ୍ବିଟର୍‌ରେ କିଛି ପ୍ରଶ୍ନ କରିବାରୁ ରଙ୍ଗୋଲି ଉତ୍ତର ଦେଇଥିଲେ, ସଂପ୍ରତି ଲକ୍‌ଡାଉନ୍‌ରେ ଟଙ୍କା ପଇସା ଅପେକ୍ଷା ଭଲ ପାଇବା ହିଁ ଆମକୁ ବଞ୍ଚିବା ପାଇଁ ରାହା ଦେଖାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe