ଧର୍ମପତ୍ନୀଙ୍କ ମୃତ୍ୟୁର ୬ ଦିନ ପରେ ପରାଗ ସେୟାର କଲେ ଭାବବିହ୍ବୋଳ ପୋଷ୍ଟ

Advertisment
2dddca62-fcf4-45ad-965f-30312bab2b06

ନୂଆଦିଲ୍ଲୀ: ବିଗ୍ ବସ୍ ୧୩ ଫେମ୍ ଶେଫାଲି ଜରିୱାଲା ଆଉ ଏହି ଦୁନିଆରେ ନାହାନ୍ତି। ଜୁନ୍ ୨୭ ବିଳମ୍ବିତ ରାତିରେ ଶେଫାଲିଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଥିଲା। ସ୍ୱାମୀ ପରାଗ ତ୍ୟାଗୀ ଧର୍ମପତ୍ନୀଙ୍କ ମୃତ୍ୟୁର ୬ ଦିନ ପରେ ଏକ ଭାବବିହ୍ବୋଳ ପୋଷ୍ଟ ସେୟାର କରିଛନ୍ତି। 

ପରାଗ ତ୍ୟାଗୀ ପୋଷ୍ଟରେ ଶେଫାଲିଙ୍କ ଏକ ସୁନ୍ଦର ଫଟୋ ସେୟାର କରି ଲେଖିଛନ୍ତି, 'ଶେଫାଲି ସମ୍ପୂର୍ଣ୍ଣ ସୁନ୍ଦରତାରେ ଆଚ୍ଛାଦିତ ଥିଲେ । ସେ ଏମିତି ଜଣେ ମହିଳା ଥିଲେ ଯିଏ ନିଜ କ୍ୟାରିଅର ଠାରୁ ଆରମ୍ଭ କରି ଯେକୌଣସି କାମ ହେଉ ନିଷ୍ଠାର ସହ ପାଳନ କରୁଥିଲେ। ଶେଫାଲି ନିଃସ୍ୱାର୍ଥପର ଭାବରେ ସମସ୍ତଙ୍କୁ ଭଲ ପାଉଥିଲେ।

'ସେ ସମସ୍ତଙ୍କର ମା' ଥିଲେ - ସର୍ବଦା ଅନ୍ୟମାନଙ୍କୁ ପ୍ରଥମେ ପ୍ରାଥମିକତା ଦେଉଥିଲେ। ସେ ତାଙ୍କ ଉପସ୍ଥିତି ଦ୍ୱାରା ସମସ୍ତଙ୍କୁ ସାନ୍ତ୍ୱନାରେ ପରିପୂର୍ଣ୍ଣ କରି ରଖୁଥିଲେ। ଶେଫାଲି ଥିଲେ ଜଣେ ସଂସ୍କାରୀ ଝିଅ। ଜଣେ ସମର୍ପିତ ଏବଂ ସ୍ନେହୀ ପତ୍ନୀ । ଜଣେ ମାର୍ଗଦର୍ଶକ ଭଉଣୀ ଏବଂ ମାଆ। ଜଣେ ଅତ୍ୟନ୍ତ ବିଶ୍ୱସ୍ତ ବନ୍ଧୁ ଯିଏ ତାଙ୍କ ପ୍ରିୟଜନଙ୍କ ପାଇଁ ସାହସ ଏବଂ କରୁଣା ସହିତ ଠିଆ ହେଉଥିଲେ। ପ୍ରତି ମୁହୂର୍ତ୍ତରେ ମନେପଡ଼ିବ ଶୋଫାଲି। ବଞ୍ଚିଥିଲା ଯାଏଁ ତୁମକୁ ଭୁଲିବା ସମ୍ଭବ ନୁହେଁ। ତୁମର ସ୍ମୃତିକୁ ସାଇତି ରଖି ବାକିଥିବା ଜୀବନ ଚାଲିବାକୁ ଚେଷ୍ଟା କରିବି।’ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe