‘ନ୍ୟାସ୍‌ନାଲ୍ ସ୍କୁଲ୍‌ ଅଫ୍ ଡ୍ରାମା’ର ମୁଖ୍ୟ ଭାବେ ନିଯୁକ୍ତି ପାଇଲେ ଅଭିନେତା ପରେଶ ରାୱଲ୍‌

‘ନ୍ୟାସ୍‌ନାଲ୍ ସ୍କୁଲ୍‌ ଅଫ୍ ଡ୍ରାମା’ର ମୁଖ୍ୟ ଭାବେ ନିଯୁକ୍ତି ପାଇଲେ ଅଭିନେତା ପରେଶ ରାୱଲ୍‌

Image Courtesy of India TV News

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ‘ନ୍ୟାସ୍‌ନାଲ୍ ସ୍କୁଲ୍‌ ଅଫ୍ ଡ୍ରାମା’ର ମୁଖ୍ୟ ଭାବେ ଅଭିନେତା ପରେଶ ରାୱଲ୍‌ଙ୍କୁ ନିଯୁକ୍ତ କରିଛନ୍ତି। ଏ ସମ୍ବାଦକୁ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍ ସୁନିଶ୍ଚିତ କରିଛନ୍ତି। ନୂତନ ପଦବୀ ପାଇଥିବା ଅଭିନେତାଙ୍କୁ ଅଭିନନ୍ଦନ ଜଣାଇ ମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ମେଧା ଦ୍ବାରା କଳାକାର ଓ ଶିକ୍ଷାର୍ଥୀମାନେ ଉପକୃତ ହେବେ।

ତିନି ଦଶନ୍ଧିରୁ ଅଧିକ କାଳ ହେବ ଚଳଚ୍ଚିତ୍ର ଶିଳ୍ପରେ ଜଡ଼ିତ ରାୱଲ୍‌ ୧୯୯୪ରେ ସମ୍ମାନଜନକ ‘ନ୍ୟାସ୍‌ନାଲ୍‌ ଫିଲ୍ମ୍‌ ଆୱାର୍ଡ ଫର୍‌ ବେଷ୍ଟ୍‌ ସପୋର୍ଟିଙ୍ଗ୍ ଆକ୍ଟର୍’ ସମେତ ଅଗଣିତ ସମ୍ମାନ ପାଇଛନ୍ତି। ମନୋରଞ୍ଜନ ଶିଳ୍ପରେ ଅବଦାନ ନିମନ୍ତେ ୨୦୧୪ରେ ତାଙ୍କୁ ଭାରତର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଶ୍ରୀ’ରେ ଭୂଷିତ କରାଯାଇଥିଲା।

ଚଳଚ୍ଚିତ୍ର ସହ ରୱଲ୍‌ ଥିଏଟର୍‌ରେ ମଧ୍ୟ ସକ୍ରିୟ ଅଛନ୍ତି। ପୂର୍ବରୁ ଏକ ଜାତୀୟ ଗଣମାଧ୍ୟମ ସହ ସାକ୍ଷାତ୍କାର ବେଳେ ସେ କହିଥିଲେ, ଥିଏଟର୍‌ ମୋର ପ୍ରଥମ ପ୍ରେମ ଏବଂ ମଞ୍ଚ ଉପରେ ମୁଁ ସବୁଠୁ ସୁଖୀ ଥାଏ। ମୋର ମୂଳ ଥିଏଟର୍‌ରେ ରହିଛି। ତେଣୁ, ଥିଏଟର୍‌ର ନିର୍ଯାସକୁ ପ୍ରଶଂସା କରୁଥିବା ଓ ବୁଝୁଥିବା ଦର୍ଶକମାନଙ୍କ ନିମନ୍ତେ ଅଭିନୟ ପରିବେଶଣ କରିବାକୁ ଭଲ ଲାଗେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe