ଅକ୍ଷୟ ମୋ ଜବାବ ପଢ଼ିବା ପରେ ସବୁ ବିବାଦର ସମାଧାନ ହେବ: ପରେଶ ରାୱଲ

କିଛି ସମୟ ପୂର୍ବରୁ ଖବର ଆସିଥିଲା ​​ଯେ, ଅକ୍ଷୟ କୁମାର ହଠାତ୍ 'ହେରା ଫେରି ୩' ଛାଡି ପ୍ରୋଜେକ୍ଟକୁ କ୍ଷତି ପହଞ୍ଚାଇବା ପାଇଁ ପରେଶ ରାୱଲଙ୍କ ବିରୋଧରେ ୨୫କୋଟି ଟଙ୍କାର ମାମଲା ରୁଜୁ କରିଛନ୍ତି। ଏବେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ପରେଶ।

sgWHH

ମୁମ୍ବାଇ: 'ହେରା ଫେରି ୩' ଫିଲ୍ମଟି ଦୀର୍ଘ ସମୟ ଧରି ବିବାଦରେ ରହିଛି। ଆଉ ଏବେ ପରେଶ ରାୱଲ ଫିଲ୍ମରୁ ଓହରି ଯାଇଛନ୍ତି। ସେ ଏହାର କିଛି ସଟ୍ ମଧ୍ୟ ସୁଟ୍ କରିଥିଲେ, କିନ୍ତୁ ନିର୍ମାତାଙ୍କୁ କୌଣସି ଅପଡେଟ୍ ନଦେଇ ଏକ ଗଣମାଧ୍ୟମ ସାକ୍ଷାତକାରରେ କହିଥିଲେ ଯେ, ସେ ଆଉ ଫିଲ୍ମର ଅଂଶ ନୁହଁନ୍ତି। ଏହା ପରେ ଖବର ଆସିଥିଲା ଯେ, ହଠାତ୍ ଫିଲ୍ମରୁ ବାହାରିଯିବା ପରେ, ଅକ୍ଷୟ କୁମାର ତାଙ୍କ ବିରୋଧରେ ୨୫କୋଟି ଟଙ୍କାର ମାମଲା ଦାୟର କରିଛନ୍ତି।

ଅକ୍ଷୟଙ୍କ ପାଖରେ ଫିଲ୍ମର ରାଇଟ୍ସ ଥିବା ବେଳେ ପରେଶ ହଠାତ୍ ଫିଲ୍ମରୁ ବାହାରିଯିବାରୁ ତାଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିଛି। ଏହି କାରଣରୁ ସେ ପରେଶଙ୍କ ବିରୋଧରେ ୨୫କୋଟି ଟଙ୍କାର ମାମଲା ଦାୟର କରିଥିବା କୁହାଯାଉଥିଲା। ପୂର୍ବରୁ ଏଭଳି ଚର୍ଚ୍ଚା ଉପରେ ପରେଶ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ଏବେ ଏକ ଏକ୍ସ ପୋଷ୍ଟ ମାଧ୍ୟମରେ ‌ସେ ନିଜ ପ୍ରତିକ୍ରିୟା ରଖିଛନ୍ତି।

ସେ କରିଥିବା ପୋଷ୍ଟରେ ଲେଖାଯାଇଛି, 'ମୋର ଓକିଲ ଅମିତ ନାଏକ ଫିଲ୍ମରୁ ମୋର ବାହାରିଯିବା ସମ୍ପର୍କରେ ଏକ ଉପଯୁକ୍ତ ଉତ୍ତର ପଠାଇଛନ୍ତି। ସେ ମୋର ଉତ୍ତର ପଢିବା ପରେ ସମସ୍ତ ସମସ୍ୟାର ସମାଧାନ ହୋଇଯିବ।'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe