୧୫ଦିନ ଯାଏ ନିଜ ପରିସ୍ରା ପିଇଥିଲେ ପରେଶ !

eoi2ueo

ମୁମ୍ବାଇ: ପରେଶ ରାୱଲ ବଲିଉଡର ବହୁମୁଖୀ ଅଭିନେତାଙ୍କ ମଧ୍ୟରୁ ଜଣେ। ସେ ଏପର୍ଯ୍ୟନ୍ତ ତାଙ୍କ କ୍ୟାରିଅରରେ ଅନେକ ପ୍ରକାରର ଭୂମିକାରେ ଅଭିନୟ କରିଛନ୍ତି। ଖଳନାୟକ, କମେଡି ଏବଂ ଗମ୍ଭୀର ଚରିତ୍ର ଥିବା ଫିଲ୍ମରେ ସେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ଫିଲ୍ମ ପାଇଁ ଚର୍ଚ୍ଚାରେ ରହୁଥିବା ଏହି ଅଭିନେତା ଏବେ ସାକ୍ଷାତକାରରେ କିଛି ଆଶ୍ଚର୍ଯ୍ୟଜନକ କଥା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଜଣେ ଅଭିନେତାଙ୍କ ବାପାଙ୍କ ପରାମର୍ଶରେ ସେ ୧୫ ଦିନ ପର୍ଯ୍ୟନ୍ତ ବିୟର ପରି ତାଙ୍କ ପରିସ୍ରା ପିଇଥିଲେ। ସେ ଏହାର କାରଣ ମଧ୍ୟ ଜଣାଇଛନ୍ତି।

ପରେଶ ରାୱଲ ପ୍ରକାଶ କରିଛନ୍ତି ଯେ, "ରାଜକୁମାର ସନ୍ତୋଷୀଙ୍କ 'ଘାତକ' ଫିଲ୍ମର ସୁଟିଂ ସମୟରେ ଆଣ୍ଠୁରେ ଆଘାତ ଲାଗିଥି‌ଲା। ଏହା ପରେ ମୋତେ ମୁମ୍ବାଇର ନାନାବତୀ ହସ୍ପିଟାଲକୁ ଅଣାଯାଇଥିଲା। ଏହି ଦୁର୍ଘଟଣା ପରେ ମୋତେ ଲାଗିଲା ମୋ କ୍ୟାରିୟର ଶେଷ ହୋଇଗଲା। ଏହି ସମୟରେ ଅଭିନେତା ଅଜୟ ଦେବଗନଙ୍କ ବାପା ବୀରୁ ଦେବଗନ ମୋତେ ଭେଟିବାକୁ ହସ୍ପିଟାଲ ଆସିଥିଲେ। ମୋର କ’ଣ ହୋଇଛି ବୋଲି ସେ ମୋତେ ପଚାରିବାରୁ ଆଣ୍ଠୁରେ ଆଘାତ ଲାଗିଥିବା ବିଷୟରେ ମୁଁ ଜଣାଇଥିଲି। ଏହା ପରେ ସେ ମୋତେ ପରିସ୍ରା ପିଇବାକୁ କହିଥିଲେ।"

ସେ କହିଥିଲେ ଯେ, "ସମସ୍ତ ଯୋଦ୍ଧା ଏହା କରନ୍ତି। ତୁମେ କେବେବି କୌଣସି ସମସ୍ୟାର ସମ୍ମୁଖୀନ ହେବ ନାହିଁ। ସକାଳେ ପ୍ରଥମେ ନିଜର ପରିସ୍ରା ପିଅ। ସେ ମୋତେ ମଦ ପିଇବାକୁ ମନା କରିବା ସହ ସକାଳେ ନିୟମିତ ପରିସ୍ରା ପିଇବାକୁ କହିଥିଲେ। ଏକା ଥରକେ ନୁହେଁ ଢ଼େ‌ାକେ ଢ଼ୋକେ କରି ପିଇବାକୁ ସେ ମୋତେ କହିଥିଲେ। ୧୫ଦିନ ଧରି ମୁଁ ଏଭଳି କରିଥିଲି। ୧୫ଦିନ ପରେ ମୋର ଏକ୍ସ-ରେ କରାଗଲା, ଯାହାର ରିପୋର୍ଟ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଭଲ ହେବା ପାଇଁ ୨-୩ମାସ‌ ଲାଗୁଥିବା ଜିନିଷ ୧୫ଦିନରେ କିଭଳି ସମ୍ଭବ ହେଲା ବୋଲି ଭାବି ଡାକ୍ତର ଆଶ୍ଚର୍ଯ୍ୟ ହୋଇଥିଲେ। "

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe