ମୁମ୍ବାଇ: ଲୋକପ୍ରିୟ ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବାକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି। ସମ୍ପ୍ରତି ଅଭିନେତ୍ରୀଙ୍କୁ ପ୍ରସବ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ବିବାହର ଦୁଇ ବର୍ଷ ପରେ ବାପା ଓ ମା’ ହେବାର ସୌଭାଗ୍ୟପାଇବାକୁ ନେଇ ପରିଣୀତି ଓ ରାଘବ ଚଢ଼ା ବେଶ ଉତ୍ସାହିତ ଅଛନ୍ତି।

Advertisment

ଅଧିକପଢ଼ନ୍ତୁ:ଚା’ ଦୋକାନରେ କାମ କରୁଥିବା ହିମାଂଶୁ କଠିନ ପରିଶ୍ରମ କରି ନିଜ ସ୍ବପ୍ନକୁ କରିଛନ୍ତି ପୁରା... ଆଇଏଏସ ଭାବେ ଦେଶପ୍ରତି ଜାରି ରଖିଛନ୍ତି ସେବା

ଏକ ରିପୋର୍ଟ ଅନୁଯାୟୀ, ପ୍ରସବ ସମୟ ହୋଇଯାଇଥିବାରୁ ରବିବାର ପରିଣୀତି ଚୋପ୍ରାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲରେ ପରିଣୀତିଙ୍କ ପାଖରେ ସ୍ବାମୀ ସ୍ୱାମୀ ରାଘବ ଚଢା ଥିବା ଜଣାପଡ଼ିଛି। କୁହାଯାଉଛି ଚଢା ପରିବାର ଯେକୌଣସି ସମୟରେ କୁନି ଅତିଥିଙ୍କୁ ସ୍ୱାଗତ କରିପାରନ୍ତି।

ନିକଟରେ ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ସେ ତାଙ୍କ ଗର୍ଭଧାରଣ ସମୟରେ ପିଜା ଖାଇବାେକୁ ଇଚ୍ଛା ପ୍ରକାଶ କରିଥିବା କହିଥିଲେ।

ଅଧିକପଢ଼ନ୍ତୁ:ରାଜଧାନୀରେ ଗଣଦୁଷ୍କର୍ମ ଘଟଣା: ସାଇଣ୍ଟିଫିକ୍ ଟିମ୍‌ର ଛାନଭିନ୍

ପରିଣୀତି ଚୋପ୍ରା ୨୦୨୩ ସେପ୍ଟେମ୍ବର ୨୪ତାରିଖରେ ରାଜନେତା ରାଘବ ଚଢାଙ୍କୁ ବିବାହ କରିଥିଲେ। ରାଜସ୍ଥାନରେ ଖୁବ ଆଡମ୍ବରରେ ପରିଣୀତିଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିଲା। ଯେଉଁଥିରେ କେବଳ ପରିବାର ସଦସ୍ୟମାନେ ଯୋଗ ଦେଇଥିଲେ। 

କିଛି ଦିନ ତଳେ ପରିଣୀତି ଚୋପ୍ରା ଏବଂ ରାଘବ ଚଢା 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶର୍ମା ସୋ’ରେ ଦେଖା ଦେଇଥିଲେ। ଏହି ସମୟରେ ରାଘବ କହିଥିଲେ ଯେ, ଆମେ ଖୁବ୍ ଶୀଘ୍ର ଖୁସି ଖବର ଦେବାକୁ ଯାଉଛୁ।’ ହେଲେ ଖୁସି ଖବରଟି କ’ଣ ତାହା ସେ ଜଣାଇ ନଥିଲେ। ରାଘବଙ୍କ ଏହି ମନ୍ତବ୍ୟର କିଛିଦିନ ପରେ ଅଭିନେତ୍ରୀ ଏକ ପୋଷ୍ଟ ସେୟାର କରି ମାତାପିତା ହେବାକୁ ଯାଉଥିବା ଘୋଷଣା କରିଥିଲେ।

ରାଘବ ଓ ପରିଣୀତି ଦୁହେଁ କରିଥିବା ପୋଷ୍ଟରେ ଏକ କେକ୍‌ର ଫଟୋ ରହିଥିଲା। କେକ୍ ଉପରେ ୧+୧ =୩ ଲେଖାଯାଇଥିଲା। ଏହା ସହ ଏକ କୁନି ପାଦର ଚିତ୍ର ମଧ୍ୟ ରହିଥିଲା। ଫଟୋର କ୍ୟାପସନରେ ଲେଖାଯାଇଥିଲା, "ଆମର ଛୋଟ ବ୍ରହ୍ମାଣ୍ଡ.. ଆସିବାର ପଥରେ...।"

parineeti chopra hospital delivery