ବରେଲି: ଉତ୍ତରପ୍ରଦେଶର ବରେଲିରେ ଏକ ଛୋଟ ଚା ଦୋକାନରେ କାମ କରୁଥିବା ହିମାଂଶୁ ଗୁପ୍ତା ୟୁପିଏସସି ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ଏବେ ସେ ଜଣେ ଆଇଏଏସ ଅଧିକାରୀ ଭାବେ କାମ କରୁଛନ୍ତି।

Advertisment

ତେବେ ହିମାଂଶୁଙ୍କ ଏହି ସଫଳତା ପଛରେ ଅନେକ ସଂଘର୍ଷର କାହାଣୀ, କଠିନ ପରିଶ୍ରମ ଏବଂ ଆତ୍ମବିଶ୍ୱାସର ରହିଛି। ହିମାଂଶୁ କୌଣସି ପ୍ରଶିକ୍ଷଣ ନନେଇ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ ଏବଂ ୨୦୧୯ରେ ୩୦୪ତମ ସ୍ଥାନ ହାସଲ କରିଥିଲେ।

ଅଧିକପଢ଼ନ୍ତୁ:ଟିକେଟ୍ ନମିଳିବାରୁ ଲାଲୁଙ୍କ ଘ‌ର ଆଗରେ କାନ୍ଦି କାନ୍ଦି ଗଡ଼ିଗଲେ ଆରଜେଡି ନେତା

ହିମାଂଶୁ ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କର ଏକ ଛୋଟ ଚା ଦୋକାନ ଥିଲା, ଯେଉଁଠାରେ ହିମାଂଶୁ ପିଲାବେଳେ ଚା ବିକ୍ରି କରୁଥିଲେ । ଖୁବ କମ ବୟସରୁ ହିମାଂଶୁ ପରିବାରକୁ ପ୍ରତିପାଳନ ପାଇଁ ବାପାଙ୍କୁ ସାହାଯ୍ୟ କରିବା ଆରମ୍ଭ କରି ଦେଇଥିଲେ। 

ବାପାଙ୍କୁ କାମରେ ସାହାଯ୍ୟ କରିବା ସହିତ ଯେତେବେଳେ ଦୋକାନକୁ ଗ୍ରାହକ ଆସି ନଥାଆନ୍ତି ବା ଖାଲି ସମୟ ଥାଏ ହିମାଂଶୁ ଯେକୌଣସି ବହି ବା ଖବରକାଗଜ ଧରି ପଢ଼ିବା ଆରମ୍ଭ କରି ଦେଇଥାଆନ୍ତି।  

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହିନ୍ଦୁ କଲେଜରୁ ସ୍ନାତକୋତ୍ତର ପାଠପଢ଼ା ସମାପ୍ତ ପରେ ହିମାଂଶୁଙ୍କୁ ଏକ ଭଲ ଚାକିରିର ସୁଯୋଗ ମିଳିଥିଲା। କିନ୍ତୁ ହିମାଂଶୁଙ୍କ ଦେଶ ସେବା ପ୍ରତି ଇଚ୍ଛା ହେତୁ ସେ ୟୁପିଏସସି ସିଭିଲ୍ ସର୍ଭିସେସ୍ ପାଇଁ ପ୍ରସ୍ତୁତ ହେବାକୁ ନିଷ୍ପତ୍ତି ନେଇଥିଲେ। 

ଅଧିକପଢ଼ନ୍ତୁ:ଖଣ୍ଡା ବୁଲାଇ ଇନଷ୍ଟାଗ୍ରାମରେ ଭିଡିଓ ଅପଲୋଡ କରି ବନ୍ଧାହେଲେ ଯୁବକ

ହିମାଂଶୁ ବିଦେଶରେ ପିଏଚଡି କରିବାର ସୁଯୋଗ ପାଇଥିଲେ ମଧ୍ୟ ସେ ସିଭିଲ୍ ସର୍ଭିସେସ୍ ପଥ ବାଛିଥିଲେ। ସେ ବିଶ୍ୱାସ କରୁଥିଲେ ଯେ ତାଙ୍କ ଦେଶ ସେବା କରିବା ତାଙ୍କର ସର୍ବୋଚ୍ଚ ପ୍ରାଥମିକତା।

ହିମାଂଶୁ ପ୍ରଥମ ପ୍ରୟାସରେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ, କିନ୍ତୁ କମ୍ ରାଙ୍କ ଯୋଗୁଁ ତାଙ୍କୁ ଭାରତୀୟ ରେଳ ଟ୍ରାଫିକ୍ ସେବା ପାଇଁ ଚୟନ କରାଯାଇଥିଲା। ଏଥିରେ ତାଙ୍କ ମନ ବୁଝି ନଥିଲା। ସେ ପୁନର୍ବାର ୟୁପିଏସସି ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ।

ନିରନ୍ତର ପ୍ରୟାସ ଏବଂ କଠିନ ପରିଶ୍ରମ ପରେ ହିମାଂଶୁ ତାଙ୍କ କାର୍ଯ୍ୟରେ ସଫଳ ହୋଇ ଜଣେ ଆଇଏଏସ ଅଧିକାରୀ ହେବା ପାଇଁ ଦେଖିଥିବା ସ୍ବପ୍ନକୁ ପୁରା କରି ପାରିଥିଲେ। 

ias himanshu guptas