ପାଟନା: ବିହାର ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୈତିକ ବୟାନବାଜି ସେତେ ଅଧିକ ତୀବ୍ର ହେବାରେ ଲାଗିଛି। ଏହା ବ୍ୟତୀତ, ଅନେକ ନିର୍ବାଚନମଣ୍ଡଳୀରେ ଟିକେଟ ବଣ୍ଟନକୁ ନେଇ ଉତ୍ତେଜନା ଦେଖାଯାଉଛି। ଏବେ ଜଣେ ନେତା ଟିକେଟ ନପାଇବାରୁ କାନ୍ଦି କାନ୍ଦି ଗଡ଼ିଯାଇଥିବା ଜଣାଯାଇଛି। ଏହାର ଅନେକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ଆହୁରି ପଢ଼ନ୍ତୁ: ଗିନିଜ୍ ରେକର୍ଡ ଉପରେ ଅଯୋଧ୍ୟାର ନଜର, ଆଜି ପ୍ରଜ୍ବଳିତ ହେବ ୨୬ଲକ୍ଷ ଦୀପ
ସୂଚନା ମୁତାବକ, ମଧୁବନ ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ରାଷ୍ଟ୍ରୀୟ ଜନତା ଦଳ (RJD) ପ୍ରାର୍ଥୀ ମଦନ ଶାହଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ, ସେ RJD ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ବାସଭବନ ସମ୍ମୁଖରେ କାନ୍ଦୁଥିବାର ଦେଖାଯାଇଛି। ସେ ତାଙ୍କ କୁର୍ତ୍ତା ମଧ୍ୟ ଚିରି ଦେବା ସହ ଅଭିଯୋଗ କରିଛନ୍ତି ଯେ, ଟିକେଟ ଦେବା ପାଇଁ ତାଙ୍କୁ ଟଙ୍କା ମଗାଯାଇଥିଲା।
#WATCH | Madan Shah tears his clothes, breaks down, falls to the ground and says, "...They will not form the government; Tejashwi is very arrogant, doesn't meet people...They are giving away tickets...Sanjay Yadav is doing all this...I have come here to die. Lalu Yadav is my… https://t.co/QdvLl6fkbApic.twitter.com/NM50bPzxPJ
— ANI (@ANI) October 19, 2025
ସଞ୍ଜୟ ଯାଦବଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ
ମଦନ ଶାହ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ଯାଦବଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଶାହଙ୍କ ଅନୁଯାୟୀ, ସଞ୍ଜୟ ଯାଦବ ଟିକେଟ୍ ବିକ୍ରି କରୁଛନ୍ତି। ଟିକେଟ୍ ବଦଳରେ ଟଙ୍କା ଦାବି କରାଯାଉଛି। ମୋତେ ୨.୭ କୋଟି ଟଙ୍କା ମଗାଯାଇଥିଲା। ଯେତେବେଳେ ମୁଁ ଟଙ୍କା ଦେବାକୁ ମନା କରିଦେଲି, ସେମାନେ ମୋର ଟିକେଟ୍ କାଟି ଡକ୍ଟର ସନ୍ତୋଷ କୁଶୱାହାଙ୍କୁ ଟିକେଟ୍ ଦେଇଦେଲେ। କୁଶୱାହା ସୀମାଞ୍ଚଳ ଅଞ୍ଚଳର ଜଣେ ପ୍ରମୁଖ ଜେଡିୟୁ ନେତା ଥିଲେ ଏବଂ କିଛି ଦିନ ତଳେ ସେ ଆରଜେଡିରେ ଯୋଗ ଦେଇଥିଲେ।
ଆହୁରି ପଢ଼ନ୍ତୁ: ରିଲିଜ୍ ପୂର୍ବରୁ ୫ କୋଟି ରୋଜଗାର କଲା ଥାମ୍ମା,ପ୍ରଥମ ଦିନରେ ୨୦ କୋଟି କାରବାର ଆଶା
ବିରୋଧୀ ମେଣ୍ଟ "ଇଣ୍ଡିଆ"ର ଏକ ପ୍ରମୁଖ ସହଯୋଗୀ ଆରଜେଡି ପୂର୍ବରୁ ଅନେକ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ଏଥିରେ ଏଭଳି ଅନେକ ଆସନ ରହିଛି ଯେଉଁଠାରେ ଆରଜେଡି ନିଜ ସହଯୋଗୀ ଦଳର ପ୍ରାର୍ଥୀଙ୍କ ବିରୋଧରେ ନିଜର ଦଳର ପ୍ରାର୍ଥୀଙ୍କୁ ଟିକେଟ ଦେଇଛି।
ଆହୁରି ପଢ଼ନ୍ତୁ: ବ୍ରହ୍ମୋସ କ୍ଷେପଣାସ୍ତ୍ର କିଣିବା ପାଇଁ ଦୁଇ ଦେଶ ଭାରତ ସହିତ ଗୁପ୍ତ ଚୁକ୍ତିନାମା ସ୍ୱାକ୍ଷର କରିଥିବା ଚର୍ଚ୍ଚା
ଭାରତୀୟ ନିର୍ବାଚନ କମିଶନ (ECI) ବିହାର ବିଧାନସଭା ନିର୍ବାଚନ ୨୦୨୫ ପାଇଁ ପୂର୍ଣ୍ଣାଙ୍ଗ କାର୍ଯ୍ୟସୂଚୀ ଘୋଷଣା କରିସାରିଛନ୍ତି। ରାଜ୍ୟର ୨୪୩ ବିଧାନସଭା ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ନଭେମ୍ବର ୬ ଏବଂ ୧୧ ରେ ମତଦାନ ହେବ ଏବଂ ଫଳାଫଳ ନଭେମ୍ବର ୧୪ରେ ଘୋଷଣା କରାଯିବ।
Bihar Assembly election