Advertisment

ଗର୍ଭବତୀ ଥିବା ଘୋଷଣା କଲେ ପରିଣୀତି ଚୋପ୍ରା, ଖୁବଶୀଘ୍ର ହେବେ ମା’

Advertisment

ମାତାପିତା ହେବେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ସାଂସଦ ରାଘବ ଚଢା। ଏନେଇ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଘୋଷଣା କରିଛନ୍ତି। ଏହି ଦମ୍ପତି ୨୦୨୩ ମସିହାରେ ବିବାହ କରିଥିଲେ।

ମାତାପିତା ହେବେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ସାଂସଦ ରାଘବ ଚଢା। ଏନେଇ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଘୋଷଣା କରିଛନ୍ତି। ଏହି ଦମ୍ପତି ୨୦୨୩ ମସିହାରେ ବିବାହ କରିଥିଲେ।

t

ମୁମ୍ବାଇ: ମାତାପିତା ହେବେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ସାଂସଦ ରାଘବ ଚଢା। ଏନେଇ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଘୋଷଣା କରିଛନ୍ତି। ଏହି ଦମ୍ପତି ୨୦୨୩ ମସିହାରେ ବିବାହ କରିଥିଲେ। କିଛି ଦିନ ତଳେ ପରିଣୀତି ଚୋପ୍ରା ଏବଂ ରାଘବ ଚଢା 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶର୍ମା ସୋ’ରେ ଦେଖା ଦେଇଥିଲେ। ଏହି ସମୟରେ ରାଘବ କହିଥିଲେ ଯେ, ଆମେ ଖୁବ୍ ଶୀଘ୍ର ଖୁସି ଖବର ସେୟାର କରିବୁ। ହେଲେ ଖୁସି ଖବରଟି କ’ଣ ତାହା ସେ ଜଣାଇନଥିଲେ। ହେଲେ ଆଜି ଅଭିନେତ୍ରୀ ଓ ରାଘବ ସବୁ ଚର୍ଚ୍ଚାର ଅନ୍ତ ଘଟାଇ ମାତାପିତା ହେବାକୁ ଯାଉଥିବା ଘୋଷଣା କରିଛନ୍ତି। 

ଦୁହେଁ କରିଥିବା ପୋଷ୍ଟରେ ଏକ କେକ୍‌ର ଫଟୋ ରହିଛି। କେକ୍ ଉପରେ ୧+୧ =୩ ଲେଖାଯାଇଛି। ଏହା ସହ ଏକ କୁନି ପାଦର ଚିତ୍ର ରହିଛି। ଏହି ଫଟୋ ସହିତ ଏକ ଭିଡିଓ ମଧ୍ୟ ରହିଛି, ଯେଉଁଥିରେ ଉଭୟ ରାଘବ ଓ ପରିଣୀତି ପରସ୍ପରର ହାତ ଧରି ରାସ୍ତାରେ ଚାଲି ଚାଲି ଯାଉଛନ୍ତି। ଫଟୋର କ୍ୟାପସନରେ ଲେଖାଯାଇଛି ଯେ, "ଆମର ଛୋଟ ବ୍ରହ୍ମାଣ୍ଡ.. ଆସିବାର ପଥରେ...।"

परिणीति चोपड़ा और राघव चड्ढा बनने वाले हैं पेरेंट्स, एक्ट्रेस ने पोस्ट कर प्रेग्नेंसी की अनाउंस

ତେବେ ଏହି ଘୋଷଣା ପରେ ଏବେ ଇନଷ୍ଟାରେ ଦୁହିଁଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe