ଭଉଣୀ ପ୍ରିୟଙ୍କାଙ୍କ ପରି ରାଜକୀୟ ବିବାହ କରିବେ ପରିଣୀତି; ଏହି ସ୍ଥାନରେ ହୋଇପାରେ ବାହାଘର

Advertisment
ଭଉଣୀ ପ୍ରିୟଙ୍କାଙ୍କ ପରି ରାଜକୀୟ ବିବାହ କରିବେ ପରିଣୀତି; ଏହି ସ୍ଥାନରେ ହୋଇପାରେ ବାହାଘର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢ଼ା ନିକଟରେ ସେମାନଙ୍କ ନିର୍ବନ୍ଧକୁ ନେଇ ଚର୍ଚ୍ଚାରେ ରହିଥିଲେ। ନିକଟ ଅତୀତରେ ଏହି ଦମ୍ପତି ଦିଲ୍ଲୀରେ ନିର୍ବନ୍ଧ କରିଥିଲେ। ତେବେ ସେମାନଙ୍କ ନିର୍ବନ୍ଧ ସରି ଯାଇଥିବା ବେଳେ ଏହି ପ୍ରେମପକ୍ଷୀଙ୍କ ବିବାହକୁ ନେଇ ସଭିଁଙ୍କ ମନରେ ଉତ୍ସୁକତା ରହିଛି। ସେମାନେ କେବେ, କେଉଁଠାରେ ବିବାହ କରିବେ ତାହା ଜାଣିବା ପାଇଁ ସଭିଏଁ ଚାହିଁ ବସିଛନ୍ତି।

ଏବେ ଶୁଣିବାକୁ ମିଳୁଛି ଯେ ସେମାନଙ୍କ ବିବାହ ତାରିଖ ସ୍ଥିର ହୋଇଯାଇଛି। ସୂଚନା ଅନୁଯାୟୀ, ରାଘବ ଓ ପରିଣୀତି ଉଦୟପୁରରେ ବିବାହ କରିବେ। ଅନୁମାନ କରାଯାଉଛି ଯେ ଚଳିତବର୍ଷ ଶେଷ ସୁଦ୍ଧା ଏହି ପ୍ରେମପକ୍ଷୀ ବିବାହ ବନ୍ଧନରେ ବାନ୍ଧି ହେବେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଦମ୍ପତି ଉଦୟପୁରର ଓବରଏ ଉଦୟବିଲାସରେ ବିବାହ କରିପାରନ୍ତି। ଏହି ବିବାହ ପାରମ୍ପରିକ ଭାବେ ଘନିଷ୍ଠ ଲୋକଙ୍କ ମଧ୍ୟରେ ହେବ। ଭଉଣୀ ପ୍ରିୟଙ୍କ‌ା ଚୋପ୍ରାଙ୍କ ପରି ପରିଣୀତି ଚୋପ୍ରା ମଧ୍ୟ ରାଜକୀୟ ଶୈଳୀରେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ପ୍ରିୟଙ୍କା ଚୋପ୍ରା ରାଜସ୍ଥାନର ଉମେଦ୍‌ ଭବନ ପ୍ୟାଲେସରେ ନିକ୍‌ ଜୋନାସଙ୍କୁ ବିବାହ କରିଥିଲେ। ଉଭୟ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ବିବାହ କରିଥିଲେ।

ଉଲ୍ଲେଖଯୋଗ୍ୟ, ନୂଆଦିଲ୍ଲୀରେ ପରିଣୀତି ଓ ରାଘବଙ୍କର ନିର୍ବନ୍ଧ ହୋଇଥିଲା। ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଓ କଂଗ୍ରେସ ନେତା ପି ଚିଦମ୍ବରମ୍‌ଙ୍କ ସମେତ ଅନେକ  ରାଜନେତା ଯୋଗ ଦେଇଥିଲେ। ପରିଣୀତିଙ୍କ ସମ୍ପର୍କୀୟ ଭଉଣୀ ପ୍ରିୟଙ୍କା ଚୋପ୍ରା, ଫେସନ ଡିଜାଇନର ମନୀଷ ମାଲହୋତ୍ରା ଓ ଗାୟକ ମିକା ମଧ୍ୟ ଉତ୍ସବରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe