ମଥାରେ ସିନ୍ଦୂର ଭରି ପରୀଣିତୀଙ୍କ କରୱାଚୌତ ବ୍ରତ ଭାଙ୍ଗିଲେ ସ୍ବାମୀ ରାଘବ

Advertisment

ଗତକାଲି କରୱାଚ‌ୌତ ବ୍ରତ ଅବସରରେ ବଲିଉଡର ଅନେକ ଲଭ୍‌-ବାର୍ଡଙ୍କୁ ଏହି ବ୍ରତ ପାଳନ କରୁଥିବାର ଦେଖିବାକୁ ମିଳିଥିଲା। ମୁମ୍ବାଇର ଅନୀଲ କପୁରଙ୍କ ଘରେ ପୂଜା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ଏବଂ ସିନେମା ଶିଳ୍ପ ସହ ଜଡିତ ସମସ୍ତ ଲୋକ ସେଠାରେ ପହଞ୍ଚିଥିଲେ।

ଗତକାଲି କରୱାଚ‌ୌତ ବ୍ରତ ଅବସରରେ ବଲିଉଡର ଅନେକ ଲଭ୍‌-ବାର୍ଡଙ୍କୁ ଏହି ବ୍ରତ ପାଳନ କରୁଥିବାର ଦେଖିବାକୁ ମିଳିଥିଲା। ମୁମ୍ବାଇର ଅନୀଲ କପୁରଙ୍କ ଘରେ ପୂଜା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ଏବଂ ସିନେମା ଶିଳ୍ପ ସହ ଜଡିତ ସମସ୍ତ ଲୋକ ସେଠାରେ ପହଞ୍ଚିଥିଲେ।

 BollywoodShaadis

ମୁମ୍ବାଇ: ଗତକାଲି କରୱାଚ‌ୌତ ବ୍ରତ ଅବସରରେ ବଲିଉଡର ଅନେକ ଲଭ୍‌-ବାର୍ଡଙ୍କୁ ଏହି ବ୍ରତ ପାଳନ କରୁଥିବାର ଦେଖିବାକୁ ମିଳିଥିଲା। ମୁମ୍ବାଇର ଅନୀଲ କପୁରଙ୍କ ଘରେ ପୂଜା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ଏବଂ ସିନେମା ଶିଳ୍ପ ସହ ଜଡିତ ସମସ୍ତ ଲୋକ ସେଠାରେ ପହଞ୍ଚିଥିଲେ।

ଏହି ସମୟରେ ଅଭିନେତ୍ରୀ ପରିଣୀତି ଚୋପ୍ରା ଦିଲ୍ଲୀରେ ଥିବା ତାଙ୍କ ଶାଶୂଙ୍କ ଘରକୁ ଆସିଥିଲେ। ଏଠାରେ ସେ ତାଙ୍କ ସ୍ୱାମୀ ତଥା ଆପ୍‌ ନେତା ରାଘବ ଚାଢ଼ାଙ୍କ ହାତରେ ନିଜର ଉପବାସ ଭାଙ୍ଗିଥିଲେ। ତାଙ୍କର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

navbharattimes.indiatimes.com

ପରିଣୀତି ଚୋପ୍ରା ଏବଂ ରାଘବ ଚଢ଼ା ୨୪ ସେପ୍ଟେମ୍ବର ୨୦୨୩ରେ ଦିଲ୍ଲୀରେ ବିବାହ କରିଥିଲେ। ସେମାନଙ୍କ ବିବାହର ଏକ ବର୍ଷ ବିତିଗଲାଣି। ଏଥର ଥିଲା ତାଙ୍କର ଦ୍ୱିତୀୟ କରବାଚୌତ। ଯେଉଁଥିପାଇଁ ସେ ଉପବାସ କରିଥିଲେ। ଯେତେବେଳେ ସେ ତାଙ୍କ ଶାଶୂ ଘରେ ପହଞ୍ଚିଲେ, ତାଙ୍କୁ ଏକ ଭବ୍ୟ ସ୍ୱାଗତ କରାଯାଇଥିଲା। ସେ ଏହାର ଭିଡିଓ ଇନଷ୍ଟାଗ୍ରାମରେ ମଧ୍ୟ ପୋଷ୍ଟ କରିଛନ୍ତି।

ଗତବର୍ଷ କରବାଚୌତରେ ପରୀଣିତୀ ଚୋପ୍ରା ଏକ ମେରୁନ୍‌ ରଙ୍ଗର ପୋଷାକ ପିନ୍ଧିଥିଲେ। ଏଥର ତାଙ୍କୁ ଗୋଲାପୀ ସାଲୱାର ସୁଟରେ ଦେଖିବାକୁ ମିଳିଥିଲା। ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଫଟୋଗୁଡ଼ିକରେ ଅଭିନେତ୍ରୀ ନିଜ ମେହେନ୍ଦୀ ଓ ସ୍ବାମୀ ରାଘବ ତାଙ୍କୁ ସିନ୍ଦୂର ପିନ୍ଧାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe