‘ଗୁଗୁଲରୁ ଏସବୁ ସୂଚନା ପାଇବା ପରେ ରାଘବଙ୍କୁ ବିବାହ କରିବାକୁ ସ୍ଥିର କରିଥିଲି‘

ରାଘବଙ୍କୁ ଭେଟିବା ପରେ ମୁଁ ରୁମକୁ ଆସି ସଙ୍ଗେସଙ୍ଗେ ଗୁଗୁଲ ସର୍ଚ୍ଚ କରି 'ରାଘବ ଚଢ଼ା କିଏ?', 'ରାଘବ ଚଢ଼ା ବିବାହିତ କି?' ତାଙ୍କର ବୟସ କେତେ? ଗୁଗୁଲରୁ ଏସବୁ ସୂଚନା ପାଇବା ପରେ ମୁଁ ରାଘବଙ୍କୁ ବିବାହ କରିବାକୁ ସ୍ଥିର କରିଥିଲା।’ 

କବପନ୍

ନୂଆଦିଲ୍ଲୀ: ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢ଼ାଙ୍କ ଗତ ବର୍ଷ ୨୦୨୩ରେ ବିବାହ ହୋଇଥିଲା । ଅନେକ ଦିନ ଧରି ନିଜର ପ୍ରେମ ସମ୍ପର୍କକୁ ଗୁପ୍ତ ରଖିବା ପରେ ବିବାହ କରିବା ଯାତ୍ରାକୁ ନେଇ ଦୁହେଁ ନିକଟରେ ଏକ ସାକ୍ଷାତକାରରେ ବଖାଣିଛନ୍ତି।  

 ନିକଟରେ ପାରିଣୀତି ଚୋପ୍ରା ଏବଂ ରାଘବ ଚଢ଼ା ରାଜତ ଶର୍ମାଙ୍କ ସୋ’ ଆପକି ଅଦାଲତରେ ଏକାଠି ହୋଇଥିଲେ। ଏହି ସମୟରେ ଦୁହେଁ ସେମାନଙ୍କର କ୍ୟାରିଅର୍ ବ୍ୟତୀତ ପ୍ରେମ ଜୀବନ ବିଷୟରେ ଖୋଲାଖୋଲି ଭାବରେ କଥା ହୋଇଥିଲେ ।

ପରିଣୀତି ଓ ରାଘବ ଉକ୍ତ ସାକ୍ଷାତକାରରେ ଯୋଗ ଦେଇ କହିଥିଲେ, ‘  ଲଣ୍ଡନରେ ଏକ ପୁରସ୍କାର ବିତରଣ ଉତ୍ସବରେ ଆମର ପ୍ରଥମ ସାକ୍ଷାତ ହୋଇଥିଲା।’

ସେହି ମୁହୂର୍ତ୍ତକୁ ମନେ ପକାଇ ପାରିଣୀତି କହିଛନ୍ତି,‘ ଯେଉଁ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ମୁଁ ମନୋରଞ୍ଜନ କ୍ଷେତ୍ରରେ ଆଉଟଷ୍ଟାଣ୍ଡିଂ ଆଚିଭର ପୁରସ୍କାର ପାଇବାକୁ ଯାଇଥିଲି ସେଠାକୁ ରାଘବ ମଧ୍ୟ ରାଜନୀତି ଏବଂ ଶାସନରେ ପୁରସ୍କାର ପାଇବାକୁ ଆସିଥିଲେ। 

ରାଘବ ମୋ ପଛରେ ବସିଥିଲେ। ମୁଁ ତାଙ୍କ ପାଖକୁ ଯାଇ କହିଥିଲି, ହ୍ୟାଲୋ, ମୁଁ ପରିଣୀତି, ମୋର ଭାଇ ଆପଣଙ୍କର ଜଣେ ବଡ଼ ପ୍ରଶଂସକ। 

ରାଘବ ମୋର ଏ କଥା ଶୁଣି କହିଥିଲେ, 'କି ସୁନ୍ଦର କଥା।' ତା’ପରେ ସେ କହିଥିଲେ, ହଉ ଆମେ ଭେଟାଭେଟି ହେବା। ମୁଁ କହିଥିଲି,‘ ଠିକ ଅଛି ମୁମ୍ବାଇରେ ଭେଟିବା।’

ସଙ୍ଗେସଙ୍ଗେ ରାଘବ କହିଥିଲେ, ‘ଆସନ୍ତାକାଲି ଭେଟିଲେ କେମିତି ହେବ? ମୁଁ ରାଘବଙ୍କ ପ୍ରସ୍ତାବରେ ରାଜି ହୋଇ ତିନିଜଣ ମ୍ୟାନେଜରଙ୍କୁ ଧରି ରାଘବଙ୍କୁ ସାକ୍ଷାତ କରିବା ପାଇଁ ପହଞ୍ଚି ଯାଇଥିଲି
 ଏହି ସମୟରେ ଟେବୁଲରେ ପ୍ରାୟ ୧୦ରୁ ୧୨ଜଣ ଲୋକ ଥିଲେ। ଏହା ଏକ ଡେଟିଂ ନଥିଲା।  ଗୋଲ ଟେବୁଲ ବୈଠକ ଭଳି ଲାଗୁଥିଲା। ସେ ଯାହା ହେଉ ମୁଁ ରାଘବଙ୍କ ସହ ଘଣ୍ଟାଏକାଳ କଥା ହେବାପରେ ସେ ହଠାତ ଉଠି ପଡ଼ି କହିଲେ ମୋତେ ଭୋକ ଲାଗୁଛି। ଆଉ ସଙ୍ଗେସଙ୍ଗେ ଖାଇବା ପ୍ଲେଟ ଧରି ଚାଲି ଆସିଲେ। 

ରାଘବଙ୍କ ଏହି ସ୍ବଭାବ ମୋତେ ଖୁବ ଭଲ ଲାଗିଥିଲା। କାରଣ ପ୍ରଥମ ଡେଟିଂ ପ୍ରାୟତଃ ଲୋକେ ନିଜକୁ ମେଣ୍ଟେନ କରି ରଖିଥାଆନ୍ତି। କିନ୍ତୁ ରାଘବଙ୍କ ସହ ଯେତିକି ସମୟ ମିଶିଥିଲି ସେ ଖୋଲା ବହିପରି ଥିଲେ।

ରାଘବଙ୍କୁ ଭେଟିବା ପରେ ମୁଁ ରୁମକୁ ଆସି ସଙ୍ଗେସଙ୍ଗେ ଗୁଗୁଲ ସର୍ଚ୍ଚ କରି 'ରାଘବ ଚଢ଼ା କିଏ?', 'ରାଘବ ଚଢ଼ା ବିବାହିତ କି?' ତାଙ୍କର ବୟସ କେତେ? ଗୁଗୁଲରୁ ଏସବୁ ସୂଚନା ପାଇବା ପରେ ମୁଁ ରାଘବଙ୍କୁ ବିବାହ କରିବାକୁ ସ୍ଥିର କରିଥିଲା।’ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe