Advertisment

ଅସୁସ୍ଥ ହେଲେ ପରିଣୀତିଙ୍କ ଶାଶୁ; ଅଧାରୁ ବନ୍ଦ ହେଲା ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ'ର ସୁଟିଂ

Advertisment

ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ'ର ସୁଟିଂ ଚାଲିଥିବା ବେଳେ ରାଘବଙ୍କ ମାଆ(ପରିଣୀତି ଶାଶୁ)ଙ୍କ ସ୍ୱାସ୍ଥ୍ୟ ହଠାତ୍ ବିଗିଡ଼ି ଯାଇଥିଲା। ସଙ୍ଗେସଙ୍ଗେ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ'ର ସୁଟିଂ ଚାଲିଥିବା ବେଳେ ରାଘବଙ୍କ ମାଆ(ପରିଣୀତି ଶାଶୁ)ଙ୍କ ସ୍ୱାସ୍ଥ୍ୟ ହଠାତ୍ ବିଗିଡ଼ି ଯାଇଥିଲା। ସଙ୍ଗେସଙ୍ଗେ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

New Project (18)

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ନିକଟରେ ତାଙ୍କ ସ୍ୱାମୀ ରାଘବ ଚଡ୍ଡାଙ୍କ ସହ କପିଲ ଶର୍ମାଙ୍କ ସୋ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ'ରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କ ସହିତ ଅଭିନେତ୍ରୀଙ୍କ ଶାଶୁ ମଧ୍ୟ ଉପସ୍ଥିତ ଥିଲେ। 
ଖବର ଅନୁଯାୟୀ, ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ'ର ସୁଟିଂ ଚାଲିଥିବା ବେଳେ ରାଘବଙ୍କ ମାଆ(ପରିଣୀତି ଶାଶୁ)ଙ୍କ ସ୍ୱାସ୍ଥ୍ୟ ହଠାତ୍ ବିଗିଡ଼ି ଯାଇଥିଲା। ସଙ୍ଗେସଙ୍ଗେ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣା ପରେ ସୋ'ର ସୁଟିଂକୁ ମଝିରୁ ବନ୍ଦ କରିବାକୁ ପଡ଼ିଥିଲା। ପୁଣିଥରେ ରାଘବ ଓ ପରିଣୀତିଙ୍କୁ ନେଇ ଏପିସୋଡର ସୁଟିଂ ହେବ ବୋଲି କୁହାଯାଉଛି।


କପିଲ୍ ଶର୍ମାଙ୍କ ସୋ’ର ତୃତୀୟ ସିଜିନରେ କିକୁ ଶାରଦାଙ୍କ ବ୍ୟତୀତ ସୁନୀଲ ଗ୍ରୋଭର, କୃଷ୍ଣା ଅଭିଷେକ, ଅର୍ଚ୍ଚନା ପୁରନ୍ ସିଂହ, ନବଜୋତ ସିଂହ ସିଦ୍ଧୁ ନଜର ଆସିଛନ୍ତି। କପିଲଙ୍କ ଏହି ସୋ’ ପ୍ରତି ଶନିବାର ରାତି ୮ଟାରେ ନେଟଫ୍ଲିକ୍ସରେ ଷ୍ଟ୍ରିମ୍ ହେଉଛି।। ଏହି କମେଡି ସୋ’ ସହିତ କପିଲ ତାଙ୍କ ଆଗାମୀ ସିନେମା ‘କିସ କିସ କୋ ପ୍ୟାର କରୁ-୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe